ତୁମେ ନାଭିରୁ ନାସା ପର୍ଯ୍ୟନ୍ତ ମୋର
ଅକ୍ତିଆର କରିଦେଲା ପରେ
ମୁଁ ମୁକ୍ତି ଚାହୁଁଥିଲି
ତମ ଠାରୁ
ଆକୁଳକୁ ପ୍ରାର୍ଥନାରେ
ମୋତେ ଫିଟିବାକୁ ଛାଡିଦିଅ
ଏକାନ୍ତରେ ମୋର ହୋଇ
ଜିଇଁବାକୁ
ମତେ ଛାଡିଦେଲେ କେତେବେଳେ
ମାନେ ନାହିଁ
ମୁଁ ଏବେ ଫୁଟୁଛି, ଡହକ ତାତିରେ
ଏକାନ୍ତରେ ପାଣି ଟୋପାକ ପାଇଁ
ନେହୁରା ହେଉଛି ଶୂନ୍ୟକୁ
ମୋତେ ପୁଣି ଆପଣାର କରିନିଅ
ମେଣ୍ଟାଈ ଦିଅ ମୋର ଆୟୁତ ଯୁଗର ଶୋଷ, ଅବଶୋଷ
ମୁକ୍ତି
ଲେଖିଛନ୍ତି
ମୋତେ ଫିଟିବାକୁ ଛାଡିଦିଅ
ଏକାନ୍ତରେ ମୋର ହୋଇ
ଜିଇଁବାକୁ
ମତେ ଛାଡିଦେଲେ କେତେବେଳେ
