ମୁଁ ବି ଏକ ଝିଅ ହେଇ ଦୁନିଆ କୁ ଆସିଛି ।
ଝିଅ ହେଇ ଜନ୍ମ ହେବା ଦୁନିଆ ପାପ ବୋଲି କହୁଛି ।
ଲୁହ ଭରା ଆଖି ପୁଣି ମନେ କୋର୍ଧ ଭରିଛି ।
ଓଠେ ହସ ଭରି ହାତେ ବପୁ ନେଇ ଆସିଛି ।
ଝିଅ ହେଇ ଜନ୍ମ ହେବା ଦୁନିଆ ପାପ ବୋଲି କହୁଛି ।
ହାତେ ଧରି ଅସ୍ତ୍ର ଶସ୍ତ୍ର ବ୍ରହ୍ମଅସ୍ତ୍ର ମୁଁ ସାଜିଛି ।
ପର ପାଇଁ ନୁହେଁ ଆଜି ନିଜ ପାଇଁ ଲଢିବି ।
ମାନ ରକ୍ଷା ପାଇଁ ଆଜି ନା …ହିଁ ଶ୍ରୀକୃଷ୍ଣ ଙ୍କୁ ଡାକିବି।
କଳିଯୁଗ ଦୌପଦୀ ମୁଁ ନିଜ ପାଇଁ ଲଢିବି ।
ମା ରୁପି ଦର୍ପଣ ରେ ଯେ ଦୁନିଆ ଦେଖିଚି ।
ସେଇ ନାରୀ ମନ୍ଦ ବୋଲି ଏ ଦୁନିଆ କହୁଛି ।
ମାନ ରକ୍ଷା ପାଇଁ ଆଜି ନା…ହିଁ ଶ୍ରୀକୃଷ୍ଣ ଙ୍କୁ ଡାକିବି ।
କଳିଯୁଗ ଦୌପଦୀ ମୁଁ ନିଜ ପାଇଁ ଲଢିବି ।
ବଜରଙ୍ଗ ବାଲି ଭକ୍ତ ବୋଲି ଆଜି ଖୋଲି କହିବି ।
ତମେ ଛୁଇଁ ଦେଖ ଲାଞ୍ଚ ମୋର ତୁମ ଲଙ୍କା ଜାଳି ରଖିବି ।
ସିତା ନୁହେଁ ଦୁର୍ଗା ସାଜି ନିଜ ରକ୍ଷା କରିବି ।
ତୁମେ ସାଜି ଦେଖ ମହିସା ମୁଁ ହିମାଳୟେ ରକ୍ତ ବାହିବି ।
ଚଣ୍ଡ ମୁଣ୍ଡ ଧାରିଣୀ ମୁଁ ନିଜ ପାଇଁ ଲଢିବି ।
କେତେବେଳେ ନିର୍ଭୟା ମୁଁ ପରି କେବେ ସାଜିଛି ।
ନିଜ ପାଇଁ ଲଢି ଲଢି ମ୍ରୃତ୍ୟୁ ସେଜେ ସୋଇଛି ।
ମାତା ପତ୍ନୀ ଭଗ୍ନି ହୋଇ ଯେ ଧରାକୁ ବୋହିଛି ।
ଝିଅ ହେଇ ଜନ୍ମ ହେବା ଦୁନିଆ ପାପ ବୋଲି କହୁଛି ।
ମୁଁ ବି ଏକ ଝିଅ ହେଇ ଦୁନିଆ କୁ ଆସିଛି ।
ଝିଅ ହେଇ ଜନ୍ମ ହେବା ଦୁନିଆ ପାପ ବୋଲି କହୁଛି ।