ସାଧା କାଗଜ ବି ଅଛି
ସ୍ୟାହିରେ ଉବୁଟୁବୁ କଲମ ବି ଅଛି ।
ହେଲେ ଏ ହାତ ଟା ସ୍ଥାଣୁ ପାଲଟି ଯାଇଛି
କେମିତି ବା ସେ ଆଙ୍କି ପାରିବ ଏ କୃର ସମାଜର ଛବି ।
ଆଜିବି କାହାର ବୁକୁଫଟା ଚିତ୍କାର ଶୁଣିବାକୁ ମିଳିଛି
କଣ ସତରେ ଏ ମଣିଷ ସମାଜ ଚେଇଁ କରି ଶୋଇରହିଛି ।
ପ୍ରତି ମୁହୃର୍ତ୍ତରେ କେଉଁଠି ନା କେଉଁଠି ନିସ୍ତବ୍ଧ ପଡି ଯାଉଛି
ଯୌନ ରାକ୍ଷସର ପଞ୍ଝାରେ ଶିକାର ହେଉଥିବା ନାରୀର ସ୍ଵର ହଜି ଯାଇଛି ।
ଯଦି ପଥର ତିଆରି ଦେବୀ ମାତାଙ୍କୁ ଏ ମଣିଷ ପୂଜା କରି ପାରୁଛି
ତେବେ ଜିଇଁ ଥିବା ନାରୀ କୁ ବଳାତ୍କାର କରି କି ଲାଭ ସେ ପାଉଛି ।
ସମୟ ଆସି ଯାଇଛି ଚାଲିବ ହ୍ୟାସଟ୍ୟାଗ ଜଳିବ ମହମବତୀ
ପୁଣି ପୁନରାବୃତ୍ତି ହେବ ଗଣ ମାଧ୍ୟମ ରେ ସେଇ କ୍ରୁର ରାଜନୀତି ।
ଧନ୍ୟରେ ମଣିଷ ଧନ୍ୟନ୍ୟାୟ ବ୍ୟବସ୍ଥା ଧନ୍ୟତୁମର କଳା କାରନାମା
ଆଉ କେତେ ଦିନ କୁହ ପେଶି ହଉଥିବ ନିଷ୍ପାପି ଝିଅର ବାପ ମା ।
ଡର ଲାଗେ ଆଜି ଝିଅ ଟିକୁ ମୋର ଚାଲିବାକୁ ଗା ଦାଣ୍ଡରେ
ବଞ୍ଚିବାକୁ ଚାହେଁ ଏ ରାକ୍ଷସ କବଳୁ ଥରି ଉଠେ ଛାତି ଭୟରେ
ମଣିଷଟି ସାଜେ ରାକ୍ଷସ ଯେମିତି କାମନାର ଟିକେ ବାସ୍ନାରେ
କାମନାର ମୋହେ ବଶବର୍ତ୍ତୀ ହୋଇ ଦୁଷ୍କର୍ମ କରେ ସେ ରାସ୍ତାରେ ।
ଭାଇ ଟି ଖୋଜଇ ଭଉଣୀ କୁ ଆଜି, ବାପ ଟି ଖୋଜଇ ଝିଅ ରେ
ବିଚ୍ ରାସ୍ତାରେ ନ୍ୟାୟ ପାଇଁ ଭିକ୍ଷା ମାଗଇ ସେ ଦୁଃଖ ଆତୁରେ ।
ନିର୍ଭୟା ଯାଇଛି କାଠୁଆ ଯାଇଛି ଦେଖ ମମତା ଘଟଣା ବି ଚାଲି ଗଲାରେ
ହେଲେ ଏ ଦେଶର ଦଣ୍ଡ ପରିବର୍ତ୍ତନକୁ କର ନାହିଁ କେବେ ଆଶା ରେ ।
କେତେ ଯେ ଝିଅଟି ନେହୁରା ହୋଇଛି ରାକ୍ଷସ ମାନଙ୍କ ସାମ୍ନାରେ
ଛାଡି ଦିଅ ମତେ ଭଉଣୀ ଭାବିକି ଭଗବାନ ଦେବେ କ୍ଷମାରେ ।
ବଢିଲା ଝିଅ ଟି କର୍ମକ୍ଷେତ୍ରେ ପାଇଁ ପାଦ ଦିଏ ଯେବେ ରାସ୍ତା ରେ
ବାପା ମା ତାର ବିନତି କରନ୍ତି ସେଇ ଭଗବାନ ପାଖରେ ।
କେହି ରାକ୍ଷସ ର ନଜର ନ ଲାଗୁ ମୋ ଝିଅ ଯୌବନ ଉପରେ
ମୁଁ ଗୋଟେ ଝିଅ ର ବାପ ଟେ କହୁଛି ମା କଥା କୁ ଟିକେ ଶୁଣ ରେ ।
ଶୁଣରେ ଜନତା ଶୁଣ ରାଜ ନେତା ପରିବର୍ତ୍ତନ ଆଣ ଦଣ୍ଡରେ
ଧର୍ଷଣ କରିକି ଦୋଷୀଟିଏ ଆଜି ବୁଲେ ଏଇ ରାଜ ରାସ୍ତାରେ ।
ଫାଶୀ ଦଣ୍ଡ ଟିଏ ବିଧାନ କରନ୍ତୁ ସବୁ ଦୁଷ୍କର୍ମ କାରୀଙ୍କ ଉପରେ
ମୁ ଗୋଟେ ଝିଅର ବାପଟେ କହୁଛି ଦୁଃଖ ବୁକୁଫିଟା କୋହରେ ।