ପ୍ରବନ୍ଧ

ନିର୍ଯ୍ୟାତିତ ପୁରୁଷର ବେଦନା

Ajay Kumar Rout's Odia Prose Nirjaatita Purushara Bedanaa

ଅତୁଲ ପାରି ଆଗକୁ କେତେ ଯେ ଜୀବନ ଚାଲି ଯିବା କହି ହେବନି । ଲିଙ୍ଗଗତ ସମାନତା ପାଇଁ ସମାନ ଆଇନ ଆସୁ । ଆଜିର ଦିନରେ ମହିଳା ପୁରୁଷ ର ସମକକ୍ଷ । ଯେଉଁ ଦେଶର ରାଷ୍ଟ୍ରପତି ଜଣେ ମହିଳା, ତେବେ ମହିଳାଙ୍କୁ ଏତେ ସଦୟ କାହିଁକି । ପୁରୁଷଙ୍କୁ ନ୍ୟାୟ ମିଳୁ ।

ପ୍ରଗତିଶୀଳ ଦେଶ ଓ ରାଜ୍ୟରେ କେଉଁଠି ନା କେଉଁଠି ବେଦନାର ଲୋତକ ଝରିଥାଏ ଏବଂ କିଛି ଲୋକ ଲୋଚନକୁ ଆସିଥାଏ ଏବଂ ଆଉ କିଛି ବ୍ୟସ୍ତ ବହୁଳ ଭିତରେ ଲୁଚି ହୋଇ ଯାଇଥାଏ ।

ସ୍ୱାଧୀନତା ପୂର୍ବରୁ ଏବଂ ପରେ କେଉଁଠି ନା କେଉଁଠି ପୁରୁଷ ଟିଏ ନିର୍ଯାତନାର ଶିକାର ହୋଇଥାଏ , କିନ୍ତୁ ନାରୀ ମାନଙ୍କର ନିର୍ଯ୍ୟାତନାର ଶିକାର ପ୍ରାୟତଃ କର୍ଣ୍ଣ ଗୋଚର ହୋଇଥାଏ । ନିର୍ଯ୍ୟାତିତ କଥା କହିଲେ ସର୍ବପ୍ରଥମେ ଜଣେ ଝିଅ, ବୋହୁ, ମାତା ର କଥା ଆସିଥାଏ । ଏହା ସତ୍ୟ ଯେ ସେମାନେ ବହୁ ମାତ୍ରାରେ ନିର୍ଯ୍ୟାତିତ ହେଉଥିଲେ । ସୁସ୍ଥ ସମାଜ ଗଠନ ପାଇଁ ଉଭୟ ପୁରୁଷ ଓ ନାରୀର ଭୂମିକା ଗୁରୁତ୍ୱପୂର୍ଣ ଅଟେ । ଆଧୁନିକ ଯୁଗରେ ଉଭୟଙ୍କର ସ୍ଥିତି ଓ ସାମର୍ଥ୍ୟ ବହୁ ଉଚ୍ଚରେ । ପୂର୍ବରୁ ପୁଅଟିଏ ଜନ୍ମ ହେଲେ ପରିବାରର ସମସ୍ତ ରକ୍ଷଣାବେକ୍ଷଣା ସହ ଗୃହର ସମସ୍ତ ଦାଇତ୍ୱ ତା ଉପରେ ନ୍ୟସ୍ତ ଥିଲା ଆଉ ଏବେ ମଧ୍ୟ ଅଛି । ହେଲେ ଝିଅଟିଏ ଜନ୍ମ ହେଲେ ତା ଉପରେ ପରିବାରର ପ୍ରାୟତଃ କିଛି ଦାଇତ୍ୱ ନ୍ୟସ୍ତ ନଥାଏ, ବରଂ କଥାରେ କୁହନ୍ତି “ ଝିଅ ଜନମ ପର ଗୋତ୍ରୀ, ସେ ବା କଣ କରି ପାରିବ ” । ବାସ୍ତବରେ ପୁଅଟି କିଛି କହି ନପାରି ସବୁ ସହ୍ୟ କରି ତାର କର୍ମ କରି ଚାଲିଥାଏ ।

ସମୁଦ୍ର ଜଳର କେତେବେଳେ କେଉଁ ରୁପ ଜାଣିବା ଯେମିତି କଷ୍ଟସାଧ୍ୟ ସେମିତି ପୁଅର ଜନମ ମଧ୍ୟ ଏକ କଷ୍ଟସାଧ୍ୟ । ପୁରୁଷ ଜନ୍ମ ଏକ ପାପାସଦୃଶ ପରିଲକ୍ଷିତ ହେବା ସହ କିଛି କ୍ଷେତ୍ରରେ ପୁରୁଷମାନେ ମାନସିକ ଚାପଗସ୍ତ ହୋଇ ଜୀବନ ହାରୀ ଦେଇଥାନ୍ତି । ସମାଜରେ ବହୁ ପରିବର୍ତ୍ତନ ହେଲାଣି କିନ୍ତୁ କିଛି କ୍ଷେତ୍ରରେ ଆଜି ପର୍ଯ୍ୟନ୍ତ ପରିବର୍ତ୍ତନ ହୋଇପାରିନାହିଁ । ଭାରତୀୟ ସମ୍ବିଧାନ ଅନୁସାରେ ପୁରୁଷ ଓ ନାରୀ ଉଭୟଙ୍କର ସମାନ ଅଧିକାର ଅଛି କିନ୍ତୁ କେଉଁଠି ନା କେଉଁଠି ତ୍ରୁଟି ଯୋଗୁଁ ସଭିଙ୍କ ପାଖରେ ପହଞ୍ଚି ପାରୁନାହିଁ । ଆଇନ ଏକ ପକ୍ଷ ବୋଲି ମନେ ହଉଛି, ଅନ୍ତର ପାନ୍ତର ର ପରିଲକ୍ଷିତ ବୋଲି ମନେହେଉଛି ଏବଂ କିଛି ପରିବର୍ତ୍ତନର ଆବଶ୍ୟକତା ଲୋଡ଼ା ପଡୁଛି । ବର୍ତ୍ତମାନ ଯୁଗରେ ପୁରୁଷ ଓ ନାରୀ ଉଭୟ ସମାନ ଓ ଉଭୟଙ୍କୁ ସମାନ ସୁଯୋଗ ମିଳିବା ଉଚିତ ।

ଆଜିକାଲି ନାରୀ ମାନେ ଭଲ ଭଲ ଉଚ୍ଚ ପଦପଦବୀ ଆସନରେ ଅଳଙ୍କୃତ ହେଉଛନ୍ତି । ପରିବାର ର ସମସ୍ତ ଦାଇତ୍ୱ ବହନ କରୁଛନ୍ତି । ସମୟର ସ୍ରୋତରେ ମହିଳାମାନେ ଆଗେଇ ଚାଲିଛନ୍ତି, ଏହା ଏ ସମାଜ ପାଇଁ ଏକ ସୁନ୍ଦର ବାର୍ତ୍ତା । ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଆମ୍ଭ ଦେଶର ପ୍ରଥମ ନାଗରିକ ଜଣେ ମହିଳା ଯିଏ କି ଦେଶର ସର୍ବୋଚ୍ଚ ଆସନରେ ଅଳଂକୃତ । ଏହା ଆମ ପାଇଁ ଏକ ଗୌରବ ର ବିଷୟ । ଏମିତିଟି ବହୁ ମହିଳା ଅଛନ୍ତି ଯିଏ କି ଉଚ୍ଚ ପଦପଦବୀରେ ଯୋଗ ଦେଇଛନ୍ତି ଏବଂ ସେମାନଙ୍କ ପାଇଁ ଆମ୍ଭେମାନେ ଗୌରବ ଅନୁଭବ କରୁ । ଆମ ରାଜ୍ୟ ଓ ଦେଶରେ ନାରୀ ମାନଙ୍କୁ ଅଗ୍ରାଧିକାର ଦେବା ସହିତ ବହୁ ଆଇନୀ ପ୍ରଣୟନ ହୋଇଛି । ସମଗ୍ର ବିଶ୍ୱରେ ମହିଳା ମାନଙ୍କ ପାଇଁ ବହୁ ଯୋଜନା ଉପଲବ୍ଧ । ଆମର ସମ୍ବିଧାନ ଉଭୟ ପୁରୁଷ ଓ ମହିଳାଙ୍କୁ ସମାନ ଅଧିକାର ଦେଇଛି ସତ ହେଲେ ପରିଲକ୍ଷିତ କିଛି ଅଲଗା ହୁଏ । ନାରୀ ମାନଙ୍କୁ ଅଗ୍ରାଧିକାର ଦେବା ସହ ପୁରୁଷ ମାନଙ୍କୁ ଅଣଦେଖା କରାଯାଉନି ତ ?

ନାରୀ ମାନଙ୍କ ପ୍ରତି ହେଉଥିବା ଲାଞ୍ଛନା, ନିର୍ଯାତନା ତଥା ବହୁ ଅପକର୍ମ ଭଳି ସମ୍ବେଶନଶୀଳ ଘଟଣାବଳୀ କୁ ନେଇ ବହୁ ଗଣମାଧ୍ୟମ, ସମାଜସେବୀ, ପୋଲିସ, ନେତା ସାଧାରଣ ଜନତା ଏମିତି ହେଲା ସେମିତି ହେଲା କହି ଖୁବ ହରି ବୋଲ ପକାନ୍ତି ସତେ ଯେମିତି ବହୁ ବଡ ଘଟଣା କିଛି ଘଟିଛି । ନାରୀମାନଙ୍କ ପ୍ରତି ଏଇ ସମାଜର କିଛି ମାନବିକତା ଅଛି ହେଲେ ଯେବେ ଆଜିର ସମାଜରେ ପୁରୁଷ ମାନେ ଲାଞ୍ଛିତ, ଅବହେଳିତ, ନିର୍ଯ୍ୟାତିତ ତଥା ନିଷ୍ପେସିତ ହୋଇଥାଏ ସେତେବେଳେ ସମସ୍ତ ନେତା ଜନତା ଗଣମାଧ୍ୟମ ଏକ ପ୍ରକାର ନୀରବଦ୍ରଷ୍ଟା ପାଲଟି ଯାଇଥାନ୍ତି । ପୁରୁଷ ପ୍ରତି ହୋଇଥିବା ଅନ୍ୟାୟ ଅତ୍ୟାଚାରକୁ ଏକ ହାସ୍ୟାସତ୍ମକ ଢଙ୍ଗ ରେ କରିଦିଅନ୍ତି, ପୋଲିସ ର କଥା କହିଲେ ନସରେ । ଆଜିର ଦିନରେ ସମାଜରେ ବହୁ ପରିବର୍ତ୍ତନ ହେଲାଣି, ପୁରୁଷ ମାନେ ବହୁ ଆଡେ ନିର୍ଯାତିତ ହେଲେ ଗଣମାଧ୍ୟମରେ ଏଗୁଡିକ ପ୍ରକାଶିତ ହୋଇନଥାଏ କାହିଁକି ନା ଏ ସବୁ ଜିନିଷରେ ଗଣମାଧ୍ୟମ କୁ ଟି. ଆର. ପି. ମିଳିବାର ଆଶା ନଥାଏ ।

ଆଜିର ଦିନରେ ଭାରତ ତଥା ଅନ୍ୟତ୍ର ପୁରୁଷ ମାନେ ବହୁ କ୍ଷେତ୍ରରେ ପରୋକ୍ଷ ଏବଂ ପ୍ରତେକ୍ଷ୍ୟ ଭାବେ ନିର୍ଯାତିତ । ବର୍ତ୍ତମାନ ଏକ ଆଲୋଚନା ପରିସରକୁ ନିଆଯାଉ ଯେ ପୁରୁଷ କିଏ ବା ପୁରୁଷ ର ପ୍ରକୃତ ଅର୍ଥ କଣ ?

ବହୁ ଶାସ୍ତ୍ର ପୁରାଣ କୁ ଅନୁଧ୍ୟାନ କଲେ ଜଣା ଯାଏ କି ପୁରୁଷ ବହୁ ରୂପେ ବର୍ଣ୍ଣିତ । ସ୍ୱାଭାବିକ ଅର୍ଥ ଅନୁସାରେ “ପୁରି ଶରୀରେ ଶେତେ ବସତେ ଇତି ପୁରୁଷ ” ଅର୍ଥାତ ଯେ ଶରୀର ମଧ୍ୟରେ ସୋଇଛି ବା ବିଦ୍ୟମାନ ସେ ଚେତନ ହେତୁ ଆତ୍ମା । ମୁଣ୍ଡକ ଉପନିଷଦ ରେ ବର୍ଣ୍ଣିତ “ ଦିବ୍ୟ ହ୍ରସ୍ୱତଃ ପୁରୁଷ ” ଦିବ୍ୟ ଶରୀର ସହିତ । ସଂସ୍କୃତ ଭାଗବତରେ ମହର୍ଷି ବ୍ୟାସ ବର୍ଣ୍ଣନା କରିଛନ୍ତି “ଅନାଦି ରାତ୍ମା ପୁରୁଷ ନିର୍ଗୁଣ ପ୍ରକୃତ ପରହ ” ଅର୍ଥାତ ଯେ ପୁରୁଷ ସେ ଅନାଦି, ଗୁଣତୀତ, ପ୍ରକୃତିରୁ ପର ସେ ଆତ୍ମା । ଶ୍ଵେତା ଶ୍ୱେତର ଉପନିଷଦ ପ୍ରମାଣ କରେ “ ଅପାଣି ପାଦେ ଜବନୋ ଗ୍ରହୀତା ପଷ୍ୟତ ଚକ୍ଷୁ ଶ୍ରୁତଚ୍ୟ କର୍ଣ ସବେଳୀ ବେଦ୍ୟ ନ ଚ ତସ୍ୟାପ୍ତିବେଲା ତମା ଦୂରଗ୍ରୟଂ ପୁରୁଷମ ମହାନ୍ତମ ” । ଅର୍ଥାତ ସେ ହସ୍ତପାଦ ଯୁକ୍ତ ନୁହନ୍ତି, ତଥାପି ସେ ଶୀଘ୍ରଗାମୀ ଏବଂ ଗ୍ରହଣ କର୍ତ୍ତା । ସେ ବିନା ଚକ୍ଷୁ ରେ ଦେଖନ୍ତି, କର୍ଣ୍ଣ ବିନା ଶୁଣନ୍ତି । ସେ ସମସ୍ତ ଜ୍ଞାତବ୍ୟ ଜାଣନ୍ତି । ତାଙ୍କର ଜ୍ଞାତା କେହି ନାହିଁ । ସେହି ଅଗ୍ରଗଣ୍ୟ ଙ୍କୁ ପରମ ମହାନ ପୁରୁଷ କହନ୍ତି । ପୁନଶ୍ଚ ଯଜୁର୍ବେଦ (ଅ ୪୦ ମ ୧୭) ଅନୁସାରେ ପ୍ରମାଣ ମିଳେ ) ଅନୁସାରେ ପ୍ରମାଣ ମିଳେ ଲୋଭନୀୟ, ଆକର୍ଷଣୀୟ ପାତ୍ର ଦ୍ୱାରା ସତ୍ୟସ୍ୱରୂପ ଆତ୍ମାଙ୍କର ସୁଖ ଆଛାଡିତ ହୋଇଛି । ଯେ ଏହି ମହାପ୍ରାଣ ସୂର୍ଯ୍ୟରେ ଶକ୍ତିଶାଳୀ ସେ ହି ମୁଁ ଅଟେ । ମୁଁ ସର୍ବରକ୍ଷ୍ୟକ, ସର୍ବବ୍ୟାପକ, ଜ୍ୟେଷ୍ଠ( ବ୍ରହ୍ମ ) ଓ ଶ୍ରେଷ୍ଠ ଅଟେ । କଥୋପନିଷଦ ପ୍ରମାଣ କରେ “ ଅଙ୍ଗୁଶ ମାତ୍ରମ୍ ପୁରଷନ୍ତରାତ୍ମା ସଦା ଜନାନଂ ହୃଦୟେ ସର୍ବନିଷ୍ଠ ” । ଅର୍ଥାତ ସେ ପୁରୁଷ ଯେ କି ଆତ୍ମା ଭାବରେ ପଦାଙ୍ଗୁଳରୁ ହସ୍ତାଙ୍ଗୁଳ ପର୍ଯ୍ୟନ୍ତ ସମସ୍ତଙ୍କ ହୃଦୟରେ ବ୍ୟାପି ରହିଛନ୍ତି । ସେହି ଗୀତା ରେ ମହର୍ଷି ବ୍ୟସଦେବ ତାଙ୍କୁ ଉତ୍ତମ ପୁରୁଷ ବୋଲି କହିଛନ୍ତି । “ ଉତ୍ତମ ପୁରୁଷ ସ୍ତନ୍ୟହ ପରମାତ୍ମେତୁଦାହୃତ ” ଯୋ ଲୋକପ୍ରିୟ ମାବିଶ୍ୟ ବିଭର୍ତ୍ତବ୍ୟୟ ଈଶ୍ୱର । ଅର୍ଥାତ ଯେ ଉତ୍ତମ ପୁରୁଷ ସେ ଅନ୍ୟ ପକ୍ଷରେ ପରମାତ୍ମା ଓ ପରମେଶ୍ୱର । ଅତିବଡ଼ି ଜଗନ୍ନାଥ ଦାସ, ଏକ ଆତ୍ମା କିପରି ପରମ ପୁରୁଷ, ମହାପୁରୁଷ, ସୁନ୍ଦର ଏବଂ ସାବଲୀଳ ବର୍ଣ୍ଣନା କରିଛନ୍ତି । “ ପୁରୁଷ ରୂପି ନାରୟଣ । ତା ପାଦେ କରିବ ଅର୍ଚନ । । ମୁଁ ବ୍ରହ୍ମ ପୁରୁଷ । ସକଳ ଘଟେ ମୋ ପ୍ରକାଶ । । ଭଗବାନ ମହାପୁରୁଷ ଆତ୍ମା ଭାବରେ ସେ ପ୍ରକାଶ । । ”

ଦିନଥିଲା ମହିଳା ମାନେ ନିର୍ଯାତୀତ ହେଉଥିଲେ କିନ୍ତୁ ବର୍ତମାନ ପୁରୁଷ ମାନେ ଘରେ ଘରେ ଶାରୀରିକ ଏବଂ ମାନସିକ ଭାବେ ନିର୍ଯାତିତ ହେଉଛନ୍ତି । ନିଜ ସମ୍ମାନ କୁ ଜଗି ସବୁ ସହ୍ୟ କରି ଯାଉଛନ୍ତି ।
ସାମ୍ପ୍ରତିକ ସମାଜ ର ଗୋବିନ୍ଦ ଚରିତ୍ରର ଏକ କାଳ୍ପନିକ ଘଟଣାକୁ ନଜରକୁ ନିଆ ଯାଉ ।

ଗୋବିନ୍ଦ ର ପିଲାମାନେ ସଂସ୍କାରି , ଶାନ୍ତ ଓ ଭଦ୍ର ଅଟନ୍ତି । ଆଖ ପାଖ ଗ୍ରାମରେ ସମସ୍ତଙ୍କ ମୁହଁରେ ତାଙ୍କ ପରିବାର ଭଲ ଭାବେ ବିବେଚିତ । ଗୋବିନ୍ଦ ର ତିନି ଝିଅ ବଡ ଏବଂ ଦୁଇ ପୁଅ ସାନ । ବାପା ମା ଏବଂ ପିଲାମାନେ ମେଳାପି । ସେମାନଙ୍କ ଭିତରେ ନଥିଲା ଛନ୍ଦ , କପଟ , ମାୟା । ଗାଁ ରେ କାହାରି ସହ ନଥିଲା ଝଗଡା ଏବଂ ସେମାନେ ଥିଲେ ଶିକ୍ଷିତ । ନିଜ ଦୁଃଖ ସୁଖରେ ଗୋବିନ୍ଦ ର ପରିବାର ହସ ଖୁସିରେ ଚଳୁଥିଲେ । ଗୋବିନ୍ଦ ର ଛୋଟ ଚାକିରୀଟିଏ । ସେହି ଛୋଟ ଚାକିରୀରୁ ସମସ୍ତ ପିଲାଙ୍କୁ ପାଠ ପଢ଼ାରେ ଖିଲାପ କରିନାହାନ୍ତି । ପରିବାର କାହା ଅନ୍ୟାୟ କୁ ସହ୍ୟ କରିପାରନ୍ତି ନାହିଁ । ବଡ଼ ପୁଅ ଇଞ୍ଜିନୟର ପାଠ ପଢିବା ସହ ସାନ ପୁଅ ବି. ଏଡ଼. ପଢି ଚାକିରୀ ଛାଡି ଆଇନୀଜୀବି ରୂପେ କାର୍ଯ୍ୟରତ । ଗୋବିନ୍ଦ ର ସଂସ୍କାର ସମସ୍ତ ସନ୍ତାନଙ୍କ ଠାରେ ପରିଲକ୍ଷିତ ହେଉଥାଏ । ସମସ୍ତ ଝିଅ ମାନଙ୍କର ବିବାହର ପରିସମାପ୍ତି ପରେ ବଡ ପୁଅ ର ବିବାହ ପାଇଁ କନ୍ୟା ଖୋଜା ଚାଲିଥାଏ । ସେହି ସମୟରେ କନ୍ୟା ପକ୍ଷ୍ୟରୁ କନ୍ୟା ପିତା ଶମ୍ଭୁନାଥ ନିଜ ବଡ ଝିଅର ଏକ ବିବାହ ପ୍ରସ୍ତାବ ଆଣିଲେ । ଝିଅ ଟି ଇଂଜିନୟର ଥିଲା ଏବଂ ଗୋବିନ୍ଦଙ୍କର ପସନ୍ଦ ହେବାରୁ ସେଠାରେ ବିବାହ କରିବା ପାଇଁ ସ୍ଥିର କଲେ । ଝିଅ ର ପିତା ଛ’ମାସ ଧରି ଯେଉଁଠି ପଚାରିଲା ସମସ୍ତେ ଭଲ ବୋଲି କହିଲେ । ଗୋବିନ୍ଦ ଙ୍କର ବୟସ ହୋଇ ଯାଇଥିବାରୁ ବଡ ପୁଅ ବାପାଙ୍କ କଥାରେ ବିବାହ ପାଇଁ ରାଜି ହୋଇଗଲା । ମୁଦି ପିନ୍ଧା ଗଲା । ଲଗ୍ନ ଧରା ଗଲା ଏବଂ ଲଗ୍ନ ଧରା ରେ ଛେଳି ମାଂସ ସରି ଯିବାରୁ ଝିଅ ପୁଅ କୁ କହିଲା ଏବଂ ପୁଅ ବାପାଙ୍କର କ’ଣ ହୋଇଯିବ ବୋଲି ଭାବି ଶାନ୍ତ ରହିଲା । ବିଶ୍ଵନାଥ ଅତି କଂଜୂସ ଏବଂ ମାଗଣା ଖିଆ । ତାଙ୍କ ପଇସା ପ୍ରତି ଅତି ଲୋଭି । ବିଶ୍ଵନାଥଙ୍କ ପରିବାର ତାଙ୍କ ପତ୍ନୀଙ୍କ ଇଙ୍ଗୀତ ରେ ପରିଚାଳିତ ହେଉଥିଲା । ବିଶ୍ୱନାଥ ଙ୍କ ସ୍ଵଭାବ ଯେମିତି ତାଙ୍କ ପିଲା ମାନଙ୍କର ସ୍ଵଭାଵ ମଧ୍ୟ ଠିକ ସେମିତି । ବିଶ୍ଵନାଥଙ୍କ ବଡ ଝିଅ ସହିତ ଗୋବିନ୍ଦଙ୍କ ବଡ ପୁଅର ବିବାହ ସମାପ୍ତ ହେଲା । ବିବାହ ପରେ ଝିଅ ବିଦା ସମୟ ରେ ଝିଅ ମୁହଁ ରେ ଲୋତକର ଚିହ୍ନ ବର୍ଣ୍ଣ ନଥିଲା ଏବଂ ଶାଶୁ ଘରକୁ ସିଧା ସିଧା ପ୍ରବେଶ କରିଥିଲେ । ବିବାହ ର ପ୍ରଥମ ଦିନରୁ ସ୍ୱାମୀଙ୍କୁ ତାଗିଦ କରିବା ବି ଆରମ୍ଭ କରିଦେଲେ । ବିବାହ ର ପ୍ରଥମ ଦିନରୁ ” ମୁ ଛାଡ଼ପତ୍ର ଦେବି , ଦଶ ଲକ୍ଷ ନେବି, ବିବାହ କରିବା ପାଇଁ ମୋତେ ପୁଅ ଅଭାବ ନାହାନ୍ତି ” ଏମିତି ବହୁ କଥା କହୁଥିଲେ । ଏଇ କଥା ଶୁଣି ପୁଅ ଘର ଲୋକେ ମଜାକ ବୋଲି ଭାବି ନେଉଥିଲେ । ଶାଶୁ ସୁଚିବାଇ ରୋଗରେ ଆକ୍ରାନ୍ତ ଏବଂ ବୋହୁ ସେ ପରିବାରର ସମସ୍ତଙ୍କୁ ନାକ ଟେକେ । ଚତୁର୍ଥୀ ପୂର୍ବରୁ ବିଶ୍ଵନାଥଙ୍କ ଝିଅ ତା ସ୍ୱାମୀକୁ କହି ଦେଇଥାଏ କି ମୋର ସୁନା ସବୁ ବାହାର କରିଦିଅ । ଗୋବିନ୍ଦଙ୍କ ବଡ ପୁଅ ଏକଥା ଘରେ କାହାକୁ କିଛି ନକହି ବିଶ୍ୱନାଥଙ୍କ ଉପସ୍ଥିତିରେ ତାଙ୍କ ଝିଅ ଙ୍କ ହାତେ ସବୁ ବଢ଼େଇ ଦିଅନ୍ତି । ବିଶ୍ୱନାଥଙ୍କ ଝିଅ ନିଜ ଶାଶୁ ଘରେ କିଛି ବି କର୍ତ୍ତବ୍ୟ କରନ୍ତି ନାହିଁ । “ବାପା ମୋତେ ପାଞ୍ଚ ଲକ୍ଷ ଦେଇ ପାଠ ପଢ଼େଇଛନ୍ତି ମୁ ଘର କାମ କିଛି କରିବି ନାହିଁ” ବୋଲି କୁହନ୍ତି । ନୂଆ ବୋହୁ କୁ ଦେଖିବା ପାଇଁ ସାଇ ପଡିଶା ରୁ ବହୁ ଲୋକେ ଆସନ୍ତି, କିଏ ହିସାବରେ ଦାଦା ଖୁଡି କି ପିଉସା ପିଉସୀ ହେବେ ହେଲେ ବିଶ୍ୱନାଥ ବାବୁ ଙ୍କ ଝିଅ କାହାକୁ ମୁଣ୍ଡିଆ ଟିକେ ବି ମାରନ୍ତି ନାହିଁ । ବୋହୁ କାହାର ଅଇଁଠା ବାସନ ଉଠାଏ ନାହିଁ ଏମିତିକି ନିଜର ପିନ୍ଧା ଲୁଗା ବି ଧୁଏ ନାହିଁ । ରୋଗୀଣା ଶାଶୁଟି ତାର ସବୁ କରେ ।

ନୂଆ ନୂଆ ବିବାହ , ସବୁ ଠିକ ହେଇଯିବ ଭାବି ପରିବାର ଲୋକେ ସବୁ ସହ୍ୟ କରିନେଉଥିଲେ । ଧୀରେ ଧୀରେ ପଡୋଶୀ ମାନେ ଏହି ସବୁ ଘଟଣା ଜାଣି ଗୋବିନ୍ଦଙ୍କ ବୋହୁ କୁ ଘୃଣା କରିବାକୁ ଲାଗିଲେ । ଇତି ମଧ୍ୟ ରେ ଗୋବିନ୍ଦଙ୍କ ବଡ ପୁଅ ବିଦେଶକୁ ଚାଲି ଯାଇଥାନ୍ତି ଏବଂ ଗୋବିନ୍ଦ ଙ୍କ ବଡ ବୋହୁ ତାଙ୍କ ବାପା ତଥା ବିଶ୍ୱନାଥଙ୍କୁ ଟଙ୍କା ପଇସା ଦେବା ପାଇଁ ନିଜ ସ୍ୱାମୀଙ୍କୁ ବାଧ୍ୟ କରନ୍ତି ଓ ନଦେଲେ ବିଷ ପିଇ ଜୀବନ ହରିବାର ଧମକ ମଧ୍ୟ ଦିଅନ୍ତି । ଏକଥା ଗୋବିନ୍ଦଙ୍କ ବଡ ପୁଅ କାହାରିକୁ କହିପାରନ୍ତି ନାହିଁ ଏବଂ ନିଜ ଭିତରେ ଥିବ ସମସ୍ତ କୋହ କୁ ନିଜ ଭିତରେ ଚାପି ରଖି ଦିଅନ୍ତି । ଆଜି କାଲି ର ଏହି ଘଟଣାବଳି କୁ ଲକ୍ଷ୍ୟ କଲେ, ବୋହୂର ବାପା ଘରକୁ ତାଙ୍କ ଦେବା ପାଇଁ ବାଧ୍ୟ କରିବା କିମ୍ବା ନିଜ ଶାଶୁ ଘରେ ପରିବାର ପରିଜନ ଙ୍କୁ ଅଣଦେଖା କରିବା ଏକ ପ୍ରକାର ମାନସିକ ଯନ୍ତ୍ରଣା ନୁହେ କି ? ଏମିତି କେତେ କଣ ଅଛି ଯେ ଯାହା ସବୁ ଏଠି ବର୍ଣ୍ଣନା କରିହେବ ନାହିଁ ।

ଏହି ସବୁ ଘଟଣା ଜାଣିଲା ପରେ ଆଜିର ଦିନରେ ଦେଶର ୪୨ ଶତକଡା ଯୁବକ ବିବାହ କରିବାକୁ ଅରାଜି କାରଣ ବିବାହ କରିବା ସେମାନଙ୍କ ପାଇଁ ଏକ ବଡ଼ ଟେନସନ ର କାରଣ । ହିନ୍ଦୁ ଆଇନ ଅନୁସାରେ ବିବାହ ଏକ ପବିତ୍ର ବନ୍ଧନ ଅଟେ । ସ୍ୱାମୀ ଓ ସ୍ତ୍ରୀ ର ସପ୍ତଫେରି ସମସ୍ତ ଦୋଷା ଦୋଷ ଲୋପ କରି ସ୍ତ୍ରୀ କୁ ସବୁ ବିପଦରୁ ସୁରକ୍ଷା ଦେବା ସହ ବଚାନ କରିଥାଏ । କିନ୍ତୁ ଆଜିର ଦିନରେ ସମସ୍ତେ ବିବାହକୁ ଏକ ଭଲ ବ୍ୟବସାୟ ବୋଲି ମନେ କରନ୍ତି । ଆଜି କାଲିର ପୁଅ ଝିଅ ମାନେ ବିବାହ କରିବେ ଆଉ କିଛି ଦିନ ପରେ ଥାନା କୋର୍ଟ କଚେରୀ ଧମକ ତଥା ନାନା ନିର୍ଯାତନାର ଶିକାର ହୋଇଥାନ୍ତି । ଥାନା କୋର୍ଟ କଚେରୀ ଯାଇ ଯାଇ ସଭିଏଁ ବିରକ୍ତ ହୋଇ ପଡନ୍ତି । ସେଥିପାଇଁ ଆଜିକା ଦିନରେ ବିବାହ ପାଇଁ କେହି ସହଜରେ ରାଜି ନାହାଁନ୍ତି । ବିଭିନ୍ନ ପ୍ରକାର ର ଆଇନ ଏଥିପାଇଁ ଦାୟୀ ଅଟନ୍ତି । ଆଇନ ତିଆରି କରିବା ଏତେ ସହଜ ନୁହେଁ କିନ୍ତୁ ଆଜିର ଆଇନକୁ ନିଜର ଭୋଟ ବ୍ୟାଙ୍କ ବଢେଇବାକୁ ତିଆରି କରିଥାନ୍ତି । ଯେଉଁ ଆଇନ ନାରୀ ମାନଙ୍କ ସପକ୍ଷ ରେ ଆଇନ ତିଆରି ହେଉଛି, ସେମାନେ ନିଜେ ହିଁ ସେହି ଆଇନର ଦୁରୁପ ଯୋଗ କରୁଛନ୍ତି ।

ଆଜିର ଦିନରେ ପୁରୁଷ ମାନେ ଆତ୍ମା ହତ୍ୟା କରିବାର ସବୁଠୁ ବଡ ହାତ ହେଉଛି ନାରୀ ମାନଙ୍କ ଦ୍ୱାରା ପୁରୁଷ ମାନଙ୍କ ପ୍ରତି ହେଉଥିବା ନିର୍ଯାତନା, ଏହା ମଧ୍ୟ ଏକ ସର୍ଭେରୁ ଜଣା ପଡ଼ିଛି । ଆମ୍ଭ ସମ୍ବିଧାନ ବର୍ଣ୍ଣିତ ଧାରା ଅନୁସାରେ ପୁରୁଷ ଓ ନାରୀ ସମସ୍ତେ ସମାନ କିନ୍ତୁ ମୁଁ ଭାବେ ସବୁ କ୍ଷେତ୍ରରେ ନାରୀ ମାନଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି, ଏଠି ପୁରୁଷ ମାନଙ୍କ କଥା ପଚାରେ କିଏ ? ଯଦି ଜଣେ ନାରୀ କୋର୍ଟ ର ଦ୍ୱାରସ୍ଥ ହୋଇ ଭରଣ ପୋଷଣ ପାଇଁ ସ୍ୱାମୀଙ୍କ ଠାରୁ ମାଗୁଛି ସର୍ବପ୍ରଥମେ କୋର୍ଟ କିଛି ନବୁଝି ନଶୁଝି ଭରଣ ପୋଷଣ ଦେଇ ଦେବା ପାଇଁ ଆଦେଶ ଦିଅନ୍ତି । ଭରଣ ପୋଷଣ ଦେବାକୁ ମୁଁ ପ୍ରତ୍ୟାଖାନ କରିପାରିବି ନାହିଁ । ସ୍ୱାମୀ ର ଇନକମ ସ୍ୱାମୀ ନିଜେ କୋର୍ଟର ନଜରକୁ ଆଣିବାକୁ ପଡିବ କିନ୍ତୁ ସେହି କ୍ଷେତ୍ରରେ ନାରୀକୁ କିଛି କୁହ ଯାଏନି କଣ ପାଇଁ ନାରୀ ଯଦି ରୋଜଗାର କ୍ଷମ କିମ୍ବା ବେସରକାରୀ ସଂସ୍ଥା ରେ କାର୍ଯ୍ୟରତ 00000କୋଟିର କକ୍ଷ ନିଜର ଅନ୍ତର୍ନିହିତ ଶକ୍ତିରେ ବାହାର କରିପାରିବେ ନାହିଁ । 0000 ସେସବୁ କୁ କିଏ ପଚାରେ ? ସମସ୍ତ ଦାୟିତ୍ୱ କୁ ଜଣେ ପୁରୁଷ ଉପରେ ଲଦି ଦିଅନ୍ତି ଏବଂ ଜଜ ମାନେ ବି ନାରୀ ମାନଙ୍କ ପ୍ରତି ବହୁ ମାତ୍ର ରେ କୋହଳ ଥାନ୍ତି କିନ୍ତୁ ପୁରୁଷ ମାନଙ୍କ ପ୍ରତି କଡା ନିର୍ଦେଶ ଦେଇଥାନ୍ତି । ଜଣେ ପୁରୁଷ କଣ ପାଇଁ ବିବାହ କରିବ । ସେ ବିବାହ କରିଥିଲା କି ତା ସହିତ ତା ସପରିବାର ଥାନା କୋର୍ଟ କଚେରୀ କୁ ଯିବା ପାଇଁ । ଆଜିର ଦିନରେ ଗୋଟିଏ ଭଲ ଜଜ ମିଳିବା ବହୁ କଷ୍ଟ ଏବଂ ବୁଝିବାକୁ କେହି ଚେଷ୍ଟିତ ନୁହନ୍ତି । ପୁରୁଷ ମାନଙ୍କ ପ୍ରତି ହେଉଥିବା ଏହିପରି ଅବହେଳା ବା ଅତ୍ୟାଚାର କରି ଜେଲ କୁ ପଠାଇ ଦିଆଯାଏ ଏବଂ ଜେଲ ରେ ରହିବା ଦ୍ୱାରା ପୁରୁଷ ଟିର ମାନସିକ ବୌଦ୍ଧିକ ଶକ୍ତିର ପରିବର୍ତ୍ତନ ହେବା ଯୋଗୁ ଆତ୍ମହତ୍ୟା ଭଳି କୁତ୍ସିତ ପଦକ୍ଷେପ ନେବାକୁ କୁଣ୍ଠା ପ୍ରକାଶ କରେ ନାହିଁ । ଏହା କଣ ଏକ ଅନ୍ୟାୟ ନୁହେ କି ? ଜଣେ ନାରୀକୁ ବଞ୍ଚେଇବାକୁ ଯାଇ ଆମେ ସେ ପୁରୁଷଟିର ପରିବାର ସଦସ୍ୟ ତଥା ତାର ବାପା ମା ଭାଇ ଭଉଣୀ ଙ୍କ ପ୍ରତି ଅନ୍ୟାୟ କରୁନାହୁଁ ତ ? ବାସ୍ତବରେ ଏହାକୁ ଅତ୍ୟନ୍ତ ଗମ୍ଭୀରତା ର ସହ ନେବା ଉଚିତ । ଯଦି କେହି ପୁରୁଷ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥାଏ ଏବଂ କୋର୍ଟ ରେ ଯଦି କୁହେ କି ମୁଁ ମାସକୁ ଛ ହଜାର ରୁ ଆଠ ହଜାର ଦରମା ପାଏ ସେତେବେଳକୁ କୋର୍ଟ ରେ ଶୁଣାଇ ଥାନ୍ତି କି ଇନକମ ର ପ୍ରମାଣ ଦେଖାଇବାକୁ ହେଲେ ଜଣେ ନାରୀକୁ ସେକଥା କୋର୍ଟ ରେ ପଚରା ଯାଇନଥାଏ । ସତରେ କଣ ଜଣେ ଦିନମଜୁରିଆ ସବୁ ଦିନ କାମ ପାଏ କି ଏକଥା ଜାଣିବା ର ଦାୟିତ୍ୱ କୋର୍ଟ ର ନୁହେଁ କି ? ଯେଉଁ ମାନଙ୍କ ର ମାସିକ ଦରମା ଆକାଉଣ୍ଟ କୁ ପ୍ରତି ମାସ ଶେଷରେ ଚାଲି ଆସେ ସେମାନେ କେମିତି ଵୁଝିବେ ଏହି ସବୁ କଷ୍ଟ ।

ଧରାଯାଉ ଜଣେ ବ୍ୟକ୍ତି ଏକ ଛୋଟ ଦୋକାନ ରେ କାମ କରନ୍ତି , କିମ୍ବା ରିକ୍ସା ବାଲା ଟିଏ ହେଉ ଅଥବା ଦିନ ମଜୁରିଆ ଟିଏ ହଉ , ସେ କେମିତି ଦେଖାଇବ ତାର ଇନକମ ର ପ୍ରମାଣ ପତ୍ର । ସମସ୍ତେ କଣ ପ୍ରତିଦିନ କାମ ପାଉଛନ୍ତି ନ ଲେବର କାର୍ଡ ହିସାବର ମୂଲ୍ୟ ପାଉଛନ୍ତି । ଏହା ଏକ ଗୁରୁତ୍ୱପୂର୍ଣ ବିଷୟ । ଜଣେ ପୁରୁଷର ବେଦନା କୁ ବୁଝିବା ପାଇଁ ସାମର୍ଥ୍ୟ ନା ଆଇନ ରେ ଅଛି ନା ସେ ନ୍ୟାୟାଳୟ ରେ ଅଛି ନା ସେ ଆଇନ ତିଆରି କରୁଥିବା ଲୋକ ଠାରେ ଅଛି । ଏସବୁ ଗୁରୁତ୍ୱପୂର୍ଣ ବିଷୟକୁ ଗୁରୁତର ସହ ବିଚାର କରିବା ପରିବର୍ତ୍ତେ ତାତ୍ସଲ୍ୟ କରିଥାନ୍ତି । କିନ୍ତୁ ନାରୀର ଭରଣ ପୋଷାଣ ନିମନ୍ତେ ତିନି ହଜାର ତୁ ପାଞ୍ଚ ହଜାର ଯାଏ ଦାବି ରଖିଥାନ୍ତି । ସତରେ ଏହା କେତେ ଦୂର ବାସ୍ତବ ଆପଣ ମାନେ ସ୍ଥିର କରିବେ । ଯଦି ଜଣେ ପୁରୁଷ ଦୋକାନ ରେ କାର୍ଯ୍ୟ କରେ ସେ ଚାଷ କାର୍ଯ୍ୟ କରିପାରିବ କି ? ଆଜିକା ଦିନ ରେ ଚାଷ କାର୍ଯ୍ୟ ପୁରା ଲୋପ ପାଇଗଲାଣି କହିଲେ ଚଳେ ମାତ୍ର ମହିଳା ମାନେ ଦର୍ଶାଇଥାନ୍ତି ଯେ ପୁରୁଷ ଟି ଚାଷ କାର୍ଯ୍ୟ ରୁ ଅତି କମ ରେ ଦୁଇ ଲକ୍ଷ ଇନକମ କରନ୍ତି ବୋଲି । ଏହାର ବାସ୍ତବତା ଆପଣ ମାନେ ଚିନ୍ତା କରିବେ । ମହିଳା ମାନଙ୍କ ପାଇଁ ମହିଳା କମିଶନ ଗଠନ କରାଯାଇଛି । ଏହାର ଫାଇଦା ମହିଳା ମାନେ ଉଠାଉଛନ୍ତି । ମହିଳା କମିଶନଙ୍କ ଦ୍ୱାରା କିଛି ମହିଳା ବ୍ଲକ ସ୍ତରୀୟ କାର୍ଯ୍ୟ କରନ୍ତି । ସେମାନଙ୍କ କଥା କହିଲେ ନ ସରେ । ନା ସେମାନଙ୍କ ର ଜ୍ଞାନ ଅଛି ନା ଅଛି ଯୋଗ୍ୟତା । ସେମାନଙ୍କର ଦୌରାତ୍ମ୍ୟ ଦେଖି ବହୁତ ଦୁଃଖ ଲାଗେ । ସେମାନଙ୍କର କାର୍ଯ୍ୟ କଳାପ ଯୋଗୁ କିଛି ପରିବାର ଭାଙ୍ଗିଯାଏ । ଜଣେ ପୁରୁଷ ଯେଉଁ ବୟସ ରେ ନିଜ ଗୋଡ଼ରେ ନିଜେ ଛିଡା ହେବ ପାଇଁ ଚେଷ୍ଟା କରେ ସେହି ବୟସ ରେ ସେ ମିଥ୍ୟା କେସ ରେ ପଡି କୋର୍ଟ କଚେରୀ ଧାଇଁ ଧାଇଁ ଥକି ପଡିଥାଏ । ନା ସେ ସ୍ତ୍ରୀ ର ହୋଇପାରେ ନ ସେ ସେ ତା ପରିବାରର । ସତରେ ଆଜିର ଦୁନିଆ ରେ ଏହା ଅତ୍ୟନ୍ତ ହୃଦୟ ବିଦାରକ । ମର୍ଡର ଓ ଗଣ ଦୁଷ୍କର୍ମ ଠାରୁ ଏହା ଅତ୍ୟନ୍ତ ଯନ୍ତ୍ରଣା ଦାୟକ । ଏହାକୁ ବୁଝିବାକୁ କେହି ପ୍ରସ୍ତୁତ ନଥାନ୍ତି ।

ନାରୀ ଙ୍କୁ ନେଇ ଆମ୍ଭ ଭାରତରେ ସବୁ ନାଟ ଚାଲିଛି । ଜଣେ ଝିଅ ଦୁଷ୍କର୍ମ ର ଶିକାର ହେଲେ କେତେ କଣ ହେଉଛି । ଏହି କିଛି ଦିନ ତଳେ ଖବର କାଗଜ ରୁ ପଢ଼ିଥିଲି କି ଭାରତ ରେ ରାଜଧାନୀ ଦିଲ୍ଲୀ ରେ ଏକ ଯୁବକ କୁ ଚାରି ଜଣ ଯୁବତୀ ନିଶା ଖୁଆଇ ଗଣବଲାତ୍କାର କରି, ପୁଅର ବୀର୍ଯ୍ୟ ସଂଗ୍ରହ କରି ଯୁବକ ଟିକୁ ରାସ୍ତା କଡରେ ମୁର୍ମୁଷ ଅବସ୍ଥାରେ ଫିଙ୍ଗି ଦେଇଛନ୍ତି । କିନ୍ତୁ ଏସବୁ ଘଟଣା ଆଜିର ସମାଜ ପାଇଁ ଅଲୋଡ଼ା । ଏଥି ପାଇଁ ନା କୌଣସି ଗଣମାଧ୍ୟମ ଆଗେଇ ଆସିଲେ ନା କେଉଁ ଜନ ପ୍ରତିନିଧି । ବାସ୍ତବରେ ଏହା ପୁରୁଷ ସମାଜ ଆଇଁ ଏକ ବିଡମ୍ବନା ର ବିଷୟ । ଚାକିରୀ କ୍ଷେତ୍ର ରେ ବି ବହୁ ପୁରୁଷ ନିର୍ଯ୍ୟାତିତ ହୋଇଥାନ୍ତି । କାର୍ଯ୍ୟ କ୍ଷେତ୍ର ରେ ଥିବା ଜଣେ ଉଚ୍ଚ ପଦାଧିକାରୀ ବ୍ୟକ୍ତି ର ସହଯୋଗୀ ଯଦି ଜଣେ ମହିଳା ତେବେ କଥା ସରିଲା । ଯଦି ସେ ଉଚ୍ଚ ପଦାଧିକାରୀ ବ୍ୟକ୍ତି କିଛି ବି କୁହନ୍ତି ସେ ମହିଳା ଜଣକା ମିଥ୍ୟା କେଶ ରେ ହାରାସମେଣ୍ଟ କରିଥାନ୍ତି ।

କାର୍ଯ୍ୟକ୍ଷେତ୍ରରେ ପୁରୁଷମାନଙ୍କୁ ମିଥ୍ୟା କେସ୍ ରେ ଫସେଇଦିଆ ଯାଉଛି । ଆଜିର ଦିନରେ ନାରୀମାନଙ୍କୁ ଯେମିତି ସବୁଧା ମିଳୁଛି, ତାହା ଆମ ସମାଜରେ ପୁରୁଷଙ୍କୁ ମିଳୁଛି ତ । ଏହା ଏବେ ବି ଅନ୍ଧକାର ମୟ । ନାରୀ ଓ ପୁରୁଷ ସମାନ କେବଳ କଥାରେ ଚାଲିଛି । ବାସ୍ତବିକ ତାହା ସମ୍ଭବପର ନୁହେଁ । ଯଦି ନିକିତିରେ ଓଜନ କରାଯାଇ ମପାଯାଏ, ତାହା ନାରୀମାନଙ୍କ ପଲ୍ଲା ଭାରୀ ରୁହେ । ନାରୀମାନଙ୍କ ମାୟା ଓ ଯତ୍ନଣା ଭାରି କଷ୍ଟ ଦାୟକ । ଭଲ ସମ୍ପର୍କ ବିଗିଡି ଦେବାରେ ଏମାନଙ୍କୁ କିଛି କ୍ଷଣ ଲାଗିଥାଏ । ଜଣେ ପୁତ୍ର ଜନ୍ମ ହେବା ଆଜିର ସମାଜରେ ଏକ ପାପ ସଦୃଶ । ପୁତ୍ର ବଡ ହେଲେ ପର ଭଉଣୀର ବିବାହ ସମୟରେ ହୋଇଥିବା ଖର୍ଚ୍ଚ ତାର ଭାଇ କରେ ଶୁଝିଥାଏ, ଏବଂ ନିଜର ବିବାହ ସମୟରେ ଖର୍ଚ୍ଚ ଟଙ୍କା ନିଜେ ଶୁଝିଥାଏ । ବାସ୍ତବରେ ତାର ଜୀବନ ଅନ୍ୟମାନଙ୍କ ପାଇଁ ନିଜ ଜୀବନକୁ ଜଳାଞ୍ଜଳି ଦେଇଥାଏ । ଖୁସି କିଛି ନ ଥାଏ । ବିବାହ ପରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଭଲ ସମ୍ପର୍କ ନ ପଡିଲେ ଚାରି ପାଞ୍ଜିରୁ ଗଲା କୋର୍ଟ କଚେରୀ ଧାଇଁ ଧାଇଁ ତାର ଜୀବନ ଚାଲିଯାଇଥାଏ । ଯେଉଁ କିଛି ସମ୍ପତ୍ତି ଥାଏ, ସେଥିରୁ ଭଉଣୀ ଭାଗ ନେଇଥାଏ । କିଏ କେବେଚିନ୍ତା କରିଛନ୍ତି, ଭଉଣୀର ବିବାହ ସମୟରେ ଝିଅର ଲେହେଙ୍ଗାରେ ୪୦ ରୁ ୫୦ ହଜାର ପଡିଥାଏ ଏବଂ ସୁନା ଅଳଙ୍କାର ଦୂରର କଥା । ଏ ସବୁ ବୋଧ କ’ଣ ଜଣେ ପୁରୁଷ ଉପରେ ନ୍ୟସ୍ତ ଥାଏ । ଏହା କ’ଣ ଆଇନ୍ ଅନୁସାରେ ସମସ୍ତେ ସମାନ । ଏ ଆଜିର ଲିଭ୍ ଇନ୍ ରିଲେସନ୍ ସିପ୍ ଉଭୟ ରହୁଛନ୍ତି । କଥାଟା ହେଲା ବିନା ଇଚ୍ଛାରେ ଜଣେ କ’ଣ ଜଣେ ଝିଅକୁ ହୋଟେଲ ନେଇ ପାରିବ କି ? ଦୁହେଁ ଦୁହିଁକୁ ପ୍ରେମ କରୁଥିଲେ । ଝିଅର ବିନା ଇଚ୍ଛାରେ କ’ଣ ଜଣେ ପୁରୁଷ ଶାରିରୀକ ସମ୍ପର୍କ ସ୍ଥାପନ କରିପାରିବ କି ? ଯଦି ଜଣେ ଝିଅର ଇଚ୍ଛା ନ ଥିଲା ସେ ପରପୁରୁଷ ସହିତ ହୋଟେଲ ରହୁଥିଲା କ’ଣ ପାଇଁ ସମ୍ପର୍କ କରି ମିଥ୍ୟା କେସ୍ କରି ପୁରୁଷକୁ ହାଜତ୍ ପଠାଇ ପାରେ, କିଛି ଭଲ ଟଙ୍କାରେ ମୂଲ ଚାଲ କରି କେସ୍ କୁ ଉଠାଇ ମଧ୍ୟ ଦିଏ । ସତରେ ଏହା କ’ଣ ଆଇନ୍ ର ଅପବ୍ୟବହାର ନୁହେଁ କି ? ଜଣେ ଝିଅ ସମ୍ପର୍କ ରଖି ସହଜରେ ବିବାହ କରିପାରିବ, କିନ୍ତୁ ପୁରୁଷଟି ଅତିବାହିତ କରିଥିବା ବନ୍ଦୀ ଜୀବନ ଓ ତାକୁ ବିବାହ କରିବାକୁ କେତେ ଯେ କଷ୍ଟ ତାହା ଭୋଗିଥିବା ବ୍ୟକ୍ତି କହିପାରିବେ । ଜଜ୍ ସମ୍ବିଧାନ ଓ ପ୍ରତିନିଧି କେହି ଜାଣିପାରିବେ ନାହିଁ । ବାସ୍ତବରେ ହୁଏ ଗୋଟିଏ । ପୂର୍ବରୁ ପରକାୟା ପ୍ରୀତି ପୁଅ ଓ ଝିଅ ଧରାପଡନ୍ତି, ତେବେ ପୁରୁଷଟି ଜେଲ୍ ଯିବାକୁ ପଡୁଥିଲା ଓ ନାରୀଟିକୁ ଫସେଇ ଦିଆଯାଉଥିଲା ।

ବଡ଼ ବିଚିତ୍ର ଏଠି ଆମ ଦେଶର ଆଇନ, ଯେଉଁ ଦେଶରେ ଆଇନ୍ ସମସ୍ତଙ୍କ ପାଇଁ ସମାନ ତା ହେଲେ,ଏହା କି ପ୍ରକାର ଆଇନ୍ । ଜଣେ ପୁରୁଷ ଦଣ୍ଡ ପାଉଥିବା ସମୟରେ ଆଉ ଜଣେ ନାରୀ ଖସି ଯାଏ । ଯାହା ହେଉ ମାନ୍ୟବର ସୁପ୍ରମ୍ କୋର୍ଟ ପରିବର୍ତ୍ତନ ଆଇନ ଆଣିଲେ, ସତ କିନ୍ତୁ ତା଼ହା କେତେ ଦୂର କାର୍ଯ୍ୟକାରୀ ଏବେ ବି ଜଣା ନାହିଁ । ପୋଲିସି କିଛି ନବୁଝି ନସୁଝି ସିଧାସିଧା ପୁରୁଷକୁ ବାନ୍ଧି ପକାଏ । ବର୍ତ୍ତମାନ କୋର୍ଟ କିଛି ବୁଝିବା ପାଇଁ ନାରାଜ । କେବଳ ଭାବନ୍ତି ନାରୀକୁ ନ୍ୟାୟ ଦେବୁ । ଥରେ ଥରେ କୋର୍ଟ କଥା ବାଧିଥାଏ । ଝିଅଟି ଯଦି ନ ଆସେ ୱାରେଣ୍ଟ ଯାଏ ନାହିଁ । କିନ୍ତୁ ପୁରୁଷଟି ନ ଆସିଲେ ୱାରେଣ୍ଟ ବୁଲେ । ଏହା କ’ଣ ଆମ ସମ୍ବିଧାନର ସମାନତା । ବାସ୍ତବରେ କେଉଁଠି ନା କେଉଁଠି ଏହା ପୁରୁଷ ପ୍ରତି ଅନ୍ୟାୟ କହିଲେ ଭୁଲ୍ ହେବନି । ଝିଅ ପକ୍ଷକୁ ଜରିମାନା ହୁଏନି । ପୁଅକୁ ଜରିମାନା ଦେବାକୁ ପଡେ । ପୁଅ ଓ ଝିଅ live – in – relationship ରେ ରହିଲେ ଜଣେ ଝିଅର ଇଚ୍ଛା ନ ଥିଲେ ଜଣେ ପର ପୁରୁଷ ଏସବୁ କାର୍ଯ୍ୟ କରିପାରିବ କି ? ଯଦି ଝିଅଟି ଗର୍ଭବତୀ ହୋଇଗଲା ଆମ ଭାରତରେ ସମାଜସେବୀ ପୁଅ ଘର ଦାଣ୍ଡ ବସି ବିଶୃଙ୍ଖଳା ଆଚରଣ ସୃଷ୍ଟି କରିବା ଏହା କେଉଁ ଆଇନ୍ ରେ ଲିପିବଦ୍ଧ ଅଛି । ଆପଣଙ୍କୁ ବିନିମ୍ର ପ୍ରାର୍ଥନା ମୋତେ ଜଣାଇବେ ।

ସାମାଜିକ କର୍ମୀ ମାନଙ୍କ ତୃତୀୟ ପକ୍ଷଙ୍କ ହସ୍ତକ୍ଷେପ ଶକ୍ତି ଯୋଗୁଁ ନାରୀମାନଙ୍କର ମିଥ୍ୟା କେସ୍ ବଢ଼ିଚାଲିଛି । ଯେଉଁ ପୁରୁଷ ଘରେ ଧାରଣା ଦେଉଛନ୍ତି, କେତେ ଜଣ ନାରୀ ଓ ପୁରୁଷ ଥିବେ । ସେମାନଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରିବାକୁ ତୁମକୁ କିଏ ଅଧିକାର ଦେଲା ଏହା କ’ଣ ଏକ ପ୍ରକାର ନିର୍ଯ୍ୟାତନା ନୁହେଁ କି ? ବର୍ତ୍ତମାନ ପରିସ୍ଥିତିରେ ଯୈତୁକନିର୍ଯ୍ୟାତନା କେସ୍ ରେ ଝିଅମାନେ ପ୍ରଥମେ ଦେଖୁଛନ୍ତି,ଘରର ମୁଖ୍ୟ ଅନ୍ତକିତ ଯଥା ଚାକିରୀଆ, ପୋଲିସ୍, ଓକିଲ ଇତ୍ୟାଦି ମୁଖ୍ୟ ଆସାମୀ କରି ମାମଲା ରୁଜୁ କରୁଛନ୍ତି । ଯାହା ଫଳରେ ମେରୁଦଣ୍ଡ ଭାଙ୍ଗି ଦେବାପାଇଁ ଚେଷ୍ଟତ କିନ୍ତୁ ପୋଲିସ୍ ର ତଦନ୍ତ ମଥ୍ୟା ଆଶ୍ଚର୍ଯ୍ୟ ପରିଲାଗେ କିଛି ନ ବୁଝି ନ ଶୁଝି ସପରିବାରକୁ ଟାଣିନେଇଥାଏ । ପୁରୁଷ କି ଯଦି ସ୍ତ୍ରୀ ନାମରେ ଏଫ୍ ଆଇ ଆର ଦିଏ ପୋଲିସ୍ ରେଜିଷ୍ଟ୍ରି କରେ ନାହିଁ କାରଣ ପୁରୁଷ କି ଥାନାରୁ ନିର୍ଯ୍ୟାତିତ ହୋଇଯାଇଥାଏ । ପୁଅଟି ବିଭିନ୍ନ ସମସ୍ୟାରେ ଗତି କରିଥାଏ । ବର୍ତ୍ତମାନ ଗୋଟିଏ ଉଚ୍ଚ ନ୍ୟାୟଳୟ ସୁନ୍ଦର ପଦକ୍ଷେପ ତାଙ୍କ ଜଜମେଣ୍ଟ୍ ରେ ଦର୍ଶାଇଛନ୍ତି, ଯେ ଯେଉଁ ନାରୀମାନେ ରୋଷେଇ କରିବା ବ୍ୟତୀତ ଅନ୍ୟ ବିକଳ୍ପ ନାହିଁ । ସେ ଭରଣ ପୋଷ୍ୟ ଯୋଗ୍ୟ ଅଟନ୍ତି । ନାରୀଟି ଇଜିନିୟର ପାଠ ପଢିଥିଲେ । କେତେଜଣ ଜର୍ଜ ଏ ସବୁ ପରିଲିଖିତ କରନ୍ତି । ଆମ ଭାରତ ବର୍ଷର କିଛି ବହୁତ କମ୍ । ସମସ୍ତେ ଜର୍ଜ ନାରୀଙ୍କୁ ଭରଣ ପୋଷଣ ଦେବାକୁ ଅର୍ଡର ଦିଅନ୍ତି । କେହି ଜର୍ଜ ବୁଝିବାକୁ ନାରାଜ ନାରୀଟିଏ କାର୍ଯ୍ୟ କରିବା ପାଇଁ ସକ୍ଷମ କି ନାହିଁ । ଭରଣ ପୋଷଣ ଅର୍ଡର କରିଦେଲେ ମୁଣ୍ଡରୁ ଓଜନ ହ୍ରାସ ହେଲା ଭାବିଥାନ୍ତି । ନାରୀ ବିଭିନ୍ନ ମାମଲା କରି ନିଜେ କୋର୍ଟରୁ ଆସି ନ ଥାଏ ଏବ ସ୍ବାମୀ ଓ ସ୍ବାମୀର ସପରିବାର ବାରମ୍ବାର କୋର୍ଟ ଆସିଥାନ୍ତି ଏବ ଫେରିଥାନ୍ତି । ଏହା ଏକ ଅର୍ଥନୀତିକ ଓ ମାନସିକ ନିର୍ଯାତନା ନୁହେଁ କି । ମୁଁ ମୋର ବ୍ୟକ୍ତଗତ ଅଭିଜ୍ଞତାରୁ ବର୍ତ୍ତମାନ ଭିଡିଓଟି ଭାଇରାଲ ହେଇଛି ତାଙ୍କର ଯେଉଁ ଯନ୍ତ୍ରଣା ଭୋଗୁଛନ୍ତି । ତାହା ମୁଁ ମଧ୍ୟ ସ୍ବୀକାର କରୁଛି । ନିଜ ପିତା ଯଦି ନିଜ ପିଲାକୁ ଦେଖିବାକୁ ୨ ବର୍ଷରେ କୋଟିଙ୍କ ୧୨୦ ଡେଟ୍ ଏହା ବାସ୍ତବରେ ବହୁତ୍ ଦୁ୍ଃଖ ଓ ଯନ୍ତ୍ରଣା ଦାୟକ ଅଟେ । ଜଣେ ବ୍ୟକ୍ତି ଜଦି କୋର୍ଟକୁ ଆସିବ ତାଙ୍କର ଚାକିରି ରହିବ କି ଏହା କ’ଣ କୋର୍ଟର ନଜରରେ କେବେ ପଡିନି । ଜଣେ ବ୍ୟକ୍ତି ରୋଜଗାର କରିଲେ ତ ଭରଣ ପୋଷଣ ଦେବ ତ । ଆତ୍ମହତ୍ୟା ଅତୁଲ ସୁବାସ୍ କରିଥିବା ଭିଡିଓଟିରେ ଥିବା ସମସ୍ତ ବାର୍ତ୍ତା ଯେ କେହିବି ଶୁଣିବ ପ୍ରକୃତରେ ତାହାହୃଦୟ ବିଦାରକ ଅଟେ । ବର୍ତ୍ତମାନ ବିବାହ ଏକ ଭଲ ବ୍ୟବସାୟରେ ପରିଣତ ହେଲାନି ବିବାହ କର ୧୦ ଦିନ ରୁହ କେଶ୍ କର ଆଲି ଏ ମାନ ନେଇ ଅନ୍ୟ କାହାକୁ ବିବାହ କର । ଝିଅଟି ଯଦି ପ୍ରାଇଭେଟ୍ ରେ ଚାକିରୀ କରିଛି । ତାହା ସୂଚନା ଅଧିକାର ଆଇନ୍ ଅନୁସାରେ ଆସିବ ନାହିଁ । ପୁଅଟି କେମିତି ପ୍ରମାଣିତ କରିବ, କିନ୍ତୁ କୋର୍ଟ ଏ ଭୁଲ୍ ପରିଲାଗେ କିଛି ନ ବୁଝି ନ ଶୁଝି ସପରିବାରକୁ ଟାଣିନେଇଥାଏ । ପୁରୁଷ କି ଯଦି ସ୍ତ୍ରୀ ନାମରେ ଏଫ୍ ଆଇ ଆର ଦିଏ ପୋଲିସ୍ ରେଜିଷ୍ଟ୍ରି କରେ ନାହିଁ କାରଣ ପୁରୁଷ କି ଥାନାରୁ ନିର୍ଯ୍ୟାତିତ ହୋଇଯାଇଥାଏ । ପୁଅଟି ବିଭିନ୍ନ ସମସ୍ୟାରେ ଗତି କରିଥାଏ । ବର୍ତ୍ତମାନ ଗୋଟିଏ ଉଚ୍ଚ ନ୍ୟାୟଳୟ ସୁନ୍ଦର ପଦକ୍ଷେପ ତାଙ୍କ ଜଜମେଣ୍ଟ୍ ରେ ଦର୍ଶାଇଛନ୍ତି, ଯେ ଯେଉଁ ନାରୀମାନେ ରୋଷେଇ କରିବା ବ୍ୟତୀତ ଅନ୍ୟ ବିକଳ୍ପ ନାହିଁ । ସେ ଭରଣ ପୋଷ୍ୟ ଯୋଗ୍ୟ ଅଟନ୍ତି । ନାରୀଟି ଇଜିନିୟର ପାଠ ପଢିଥିଲେ । କେତେଜଣ ଜର୍ଜ ଏ ସବୁ ପରିଲିଖିତ କରନ୍ତି । ଆମ ଭାରତ ବର୍ଷର କିଛି ବହୁତ କମ୍ । ସମସ୍ତେ ଜର୍ଜ ନାରୀଙ୍କୁ ଭରଣ ପୋଷଣ ଦେବାକୁ ଅର୍ଡର ଦିଅନ୍ତି । କେହି ଜର୍ଜ ବୁଝିବାକୁ ନାରାଜ ନାରୀଟିଏ କାର୍ଯ୍ୟ କରିବା ପାଇଁ ସକ୍ଷମ କି ନାହିଁ । ଭରଣ ପୋଷଣ ଅର୍ଡର କରିଦେଲେ ମୁଣ୍ଡରୁ ଓଜନ ହ୍ରାସ ହେଲା ଭାବିଥାନ୍ତି । ନାରୀ ବିଭିନ୍ନ ମାମଲା କରି ନିଜେ କୋର୍ଟରୁ ଆସି ନ ଥାଏ ଏବ ସ୍ବାମୀ ଓ ସ୍ବାମୀର ସପରିବାର ବାରମ୍ବାର କୋର୍ଟ ଆସିଥାନ୍ତି ଏବ ଫେରିଥାନ୍ତି । ଏହା ଏକ ଅର୍ଥନୀତିକ ଓ ମାନସିକ ନିର୍ଯାତନା ନୁହେଁ କି । ମୁଁ ମୋର ଵ୍ୟ ଚୁପ୍ କାହିଁକି ରୁହନ୍ତି । ଯଦି ପୁଅର ସାଲାରିକୁ ସଂଲଗ୍ନ କରି ଦିଆଯାଇଛି, ଯଦି ଝିଅଟିର ତଦାରଖ କ’ଣ ପାଇଁ କରିପାରେ ନାହିଁ । ଯେଉଁଠି ସେହି ଝିଅଟି ଚାକିରୀ କରିଥାଏ । ଆଜିର ସମାଜରେ ଗତିବିଧି ଯାହା ହେଲାଣି ସୁରକ୍ଷ୍ୟା କଥା ପଡିଲେ ଯାହା ଦେଖାଯାଏ କେବଳ ମହିଳାମାନଙ୍କର ସୁରକ୍ଷାକୁ ବୁଝାପଡେ । ମହିଳାମାନଙ୍କ ପାଇଁ ବିଭିନ୍ନ ଫୋରମ୍ ଥିବାବେଳେ ପୁରୁଷଙ୍କ ପାଇଁ ସରକାର ଓ କୋର୍ଟ କେତୋଟି ଗଠନ କରିଛନ୍ତି । କେହି ଯଦି ସହ ହୃଦବାନ୍ ଜଣାଇଥିବେ କହିବାକୁ ଭୁଲିବେ ନାହିଁ । ପ୍ରତିଦିନ ସକାଳ ଠାରୁ ରାତିରେ ପୁରୁଷ ମାନଙ୍କ ହଇରାଣ ଯଥେଷ୍ଟ ପ୍ରମାଣ ମଧ୍ୟ ପରିଲିକ୍ଷିତ ହେଇଛି । ସମ୍ବିଧାନ ଅନୁସାରେ ଯିଏ ଭୁଲ୍ କରିବି ତାକୁ ଦଣ୍ଡ ମିଳିବା ନିହାତି ଦରକାର ମାତ୍ର ଏହାର ମାନେ ଏହା ନୁହେଁ କି ମହିଳା ବୋଲି ତାକୁ ଦଣ୍ଡ କିମ୍ବା ଶାନ୍ତିକୁ ଆମ ନଜର ପକାଇବାର ନାହିଁ । ଜଣେ ମହିଳା ଯେମିତି କାନ୍ଦ ପାରେ ସେମିତି ଗୋଟେ ପୁରୁଷ ମଧ୍ୟ କାନ୍ଦିବାର ଅଧିକାର ଅଛି ଓ ନିଜ ସମସ୍ୟା ସମ୍ପର୍କରେ କହିବାର ମଧ୍ୟ ଅଧିକାର ଅଛି । ଦିଲ୍ଲୀ, ହରିୟାଣା, ଉତ୍ତରପ୍ରଦେଶ, ରାଜସ୍ଥାନ ଓ ହିମାଚଳ ପ୍ରଦେଶ ଆଦି ରାଜ୍ୟର ପୀଡ଼ିତ ପୁରୁଷମାନେ ପୁରୁଷ କମିଶନ ଗଠନ ଲାଗି କେନ୍ଦ୍ର ସରକାରଙ୍କୁ ଦାବିଜଣାଇ ଥିଲେ । ହୁଏତ ଆଜି ଯାଏ କୈଣିସି ପ୍ରକାର କାର୍ଯ୍ୟକାରୀ ସୋପାନ ନିଆଯାଇ ନାହିଁ କି ନ୍ୟାୟପାଳିକା ଏପରି ଉପରେ କିଛି ମନ୍ତବ୍ୟ ଦେଇ ନାହାନ୍ତି । ଯଦି ଏହା ନାରୀମାନଙ୍କ ପାଇଁ ପ୍ରଯ୍ୟୁଜ୍ୟ ଥାନ୍ତି । କେବେଠୁ କାର୍ଯ୍ୟକାରୀ ହୋଇ ଯାଇଥାନ୍ତା । ଆଜିର ବି ଆଇନ ସବୁବେଳେ ମହିଳାଙ୍କ ସମର୍ଥନରେ ଆଗ କାର୍ଯ୍ୟକାରୀ ହେଉଅଛି । ଆଇନ୍ ପୁରୁଷଙ୍କୁ ନ୍ୟାୟ ଦେବାରେ ବିଫଳ ହେବାପରେ ଲାଗୁଛି । ଏମିତି ହେଲେ ପୁରୁଷ ନିର୍ଯ୍ୟାତନା ବଢ଼ି ଚାଲିଥିବା । ଘରୋଇ ହିଂସାର ଶିକାର ହେଉଥିବା ବିବାହିତ ପୁରୁଷଙ୍କ ଆତ୍ମହତ୍ୟା ମାମଲା ବୃଦ୍ଧି ଘଟୁଥିବାରୁ ଜାତୀୟ ପୁରୁଷ ଆୟୋଗ ଗଠନ ଦାବିରେ ମାନ୍ୟବର ସୁପ୍ରିମକୋର୍ଟର ଏକ ପିଟିସନ୍ ଦାଖଲ କରାଯାଇଥିଲା । କିନ୍ତୁ ବଡ଼ ବିଡାମ୍ବନାର ବିଷୟ ଆଜିଯାଏ ଏହା କାର୍ଯ୍ୟକାରୀ ନ ହୋଇ ପଡ଼ିରହିଛି । ପୁରୁଷଙ୍କୁ ପଚାରିବ କିଏ । ଆପଣମାନେ ଥରେ ଚିନ୍ତା କରନ୍ତୁ ଜଣେ ଇଂଜିନିୟର ଝିଅ ଭରଣପୋଷଣ ପାଇବାକୁ ଯୋଗ଼୍ୟ କି ଯଦି ସେ କାର୍ଯ୍ୟ କରିବା ପାଇଁ ସକ୍ଷମ ଥିବ କିନ୍ତୁ ଆମ ଆଇନ୍ ଓ କୋର୍ଟ ତାହା କ’ଣ ସଠିକ୍ ଢଙ୍ଗରେ ତର୍ଜମା କରିପାରନ୍ତି ନାହିଁ, ଭରଣ ପୋଷଣ ଦେବାକୁ କୁହନ୍ତି । ଏହା ଅଜବ ଲାଗିଲେ ବି ତାହା ଆମ୍ଭ ନ୍ୟାୟପାଳିକା ରେ ସମ୍ଭବ ହେଉଛି । ବର୍ତ୍ତମାନ ଯେଉଁ ୩୭ ବର୍ଷ ଯୁବକର ଜୀବନ ଯାଇଛି,ଏବଂ ମାନ୍ୟବର ସୁପ୍ରିମ୍ କୋର୍ଟ ଉଦ୍ ବେଗ ପ୍ରକାଶ କରିଛନ୍ତି, ସତ କିନ୍ତୁ ଉଦ୍ ବେଗରେ କିଛି ହୁଏନା, କିଛି କରିବାକୁ ପଡ଼ିବ । ଦିନକୁ ଦିନ ମାନସିକ ନିର୍ଯାତନାର ଶିକାର ହୋଇ ପୁରୁଷମାନେ ଜୀବନ ହାରୁଛନ୍ତି । WHO ଏବଂ NCRB ରିପୋର୍ଟରେ ପ୍ରତିବର୍ଷ ଆତ୍ମହତ୍ୟା ୭ଲକ୍ଷରୁ ଉର୍ଦ୍ଧ ଲୋକ । ମହିଳାଙ୍କ ତୁଳନାରେ ଅଧିକ ଆତ୍ମହତ୍ୟା କରୁଛନ୍ତି ପୁରୁଷ । ଭାରତରେ ଶହେ ପୁରୁଷଙ୍କ ମଧ୍ୟରେ ଜୀବନ ହାରୁଛନ୍ତି ୭0ଜଣ । NCRB ରିପୋର୍ଟ ମୁତାବକ 2021ରେ ଏକଲକ୍ଷ ଚଉଷଠିହଜାର ତେତିଶି ଜଣ ଲୋକ ଆତ୍ମହତ୍ୟା କରିଥିଲେ । ସେମାନଙ୍କ ମଧ୍ୟରେ ଏକଲକ୍ଷ ଅଠରହଜାର ନଅଶହଅଣା ନବେ ପୁରୁଷ ଥିବାବେଳେ ମହିଳାଙ୍କ ସଂଖା ପଇଁଚାଲିଶି ହଜାର ଛବିଶି । 73 ପ୍ରତିଶତ ପୁରୁଷ ଆତ୍ମହତ୍ୟା କରିଥିଲେ । ଏଥିରୁ ବିବାହିତ ପୁରୁଷ ସଂଖ୍ୟା ଥିଲା ଏକଲକ୍ଷ ନଅହଜାର ସାତଶହଅଣଚାଶ । ଏହି ଆକଳନକୁ ଦେଖିଲେ ପ୍ରତି ପାଞ୍ଚ ମିନିଟରେ ଜଣେ ଲେଖାଏଁ ପୁରୁଷ ଆତ୍ମହତ୍ୟା କରୁଛନ୍ତି । ଭାରତରେ ତିରିଶ ରୁ ପାଈଁଚାଳିଶି ବର୍ଷି୍ୟ ପୁରୁଷ କରୁଛନ୍ତି ସର୍ବାଧିକ ଆତ୍ମହତ୍ୟା । ଏହାପରେ ରହିଛନ୍ତି ଅଠର ରୁ ତିରିଶି ବାର୍ଷିୟ ପୁରୁଷ । ତେବେ ଏହି କିଏ ରୁ ଷାଠିଏ ବର୍ଷୟା ପୁରୁଷଙ୍କ ଆତ୍ମହତ୍ୟା ସଂଖ୍ୟା ସବୁଠୁ କମ୍ ସଂଖ୍ୟା ଯାହା କି ତିରିଶି ହଜାର ଶହେ ତୋଷଠି । ୨୦୨୧ରେ ତିରିଶି ରୁ ପାଇଁଚାଳିଶି ଆତ୍ମହତ୍ୟା ସଂଖ୍ୟା ବାଉନ୍ ହଜାର ଚଉବନ । ସେହିପରି ଅଠର ରୁ ତିରିଶି ବର୍ଷାୟଙ୍କ ସଂଖ୍ୟା ଥିଲା ଛପନ ହଜାର ପାଞ୍ଚଶହ ତେୟାଳିଶି । ପୁରୁଷକୁ ପ୍ରତ୍ୟେକ୍ଷ ଭାବରେ ଅବହେଳା କରି ନାରୀମାନଙ୍କୁ ପ୍ରାଧାନ୍ୟ ଦେବାରେ ବ୍ୟସ୍ତ । କିନ୍ତୁ ସମୟ ଥାଉ ଥାଉ କିଛି ପଦକ୍ଷପ ନ ନେଲେ ପୁରୁଷ ଶୂନ୍ୟ ଦେଶ ହେବାପାଇଁ ବେଶି ଦିନ ଲାଗିବ ନାହିଁ । ଜଣେ ପିତା ଓ ମାତାଙ୍କୁ କଣ ରୋଜଗାରିଆ ପୁଅକୁ ଫେରାଇ ଦେଇହବ । ନା ତା ଭଉଣୀକୁ ଭାଇ ଫେରାଇ ପାରିବା । ଭଉଣୀର ସନ୍ତାନର ମାମୁଁକୁ ଫେରାଇ ଦେଇହବ । ସ୍ତ୍ରୀ ତା ଆଉ କାହାକୁ ବିବାହ କରିପାରିବ । ଯୁବକର ପରିବାର ପ୍ରତି ଅନ୍ୟାୟ ଓ ଅତ୍ୟାଚାର ପାଇଁ ଦାୟୀ କିଏ । ଗୋଟିଏ ନାରୀକୁ ସୁରକ୍ଷା ଦେବାପାଇଁ ଯୁବକର ମାତା, ଭଉଣୀ, ଭାଣିଜି ଏମାନେ କଣ ନାରୀ ନୁହନ୍ତି । ତାହେଲେଆଇନ ଆଗରେ ସମାନତା କଥା ଉଠୁଛି କେଉଁଠି । ଜଣେ ପିତା କଣ ଭାବିଥିଲା ତାର ପୁଅ ସୁଇସାଇଡ କରି ମରିଯାଉ । ଜଣକୁ ସୁରକ୍ଷା ଦେବାପାଇଁ ଯାଇଁ ଅନ୍ୟ ମାନଂକର କେତେ ଯେ କ୍ଷତି ଘଟେ ତାହା କଣ ସମ୍ବିଧାନ, କୋର୍ଟ, କଚେରୀ କିଛି ବୁଝିପାରନ୍ତି ନାହିଁ । ଏମିତି କେତେ ପୁରୁଷ ନିଯ୍ୟାତନାର ଶିକାର ହେବେ ଏବଂ ଆମହତ୍ୟା କରିଚାଲୁଥିବେ । ବର୍ତମାନ ଆତ୍ମହତ୍ୟା କରିବା ପୂର୍ବରୁ ଭିଡିଓ ଓ ଚିଠିଟି ଭାଇରଲ ହେବାରେ ଲାଗିଛି । ତାହା ଅତ୍ୟନ୍ତ ହୃଦୟ ବିଦାରକ । ଆମ ଦେଶର ଆଇନି କାନୁନରେ କିଛି ପରିଵର୍ତନ ହେବା ଦରକାର କିନ୍ତୁ କପି, ପେଷ୍ଟ ଓ କଭର ପେଜ ଏବଂ ପୁରୁଣା ନାଁ କୁ ବଦଳାଇ ଦେଲେ କିଛି ପରିବର୍ତନ ହୁଅ ନାହିଁ । ତର୍ଜମାର ଆବଶ୍ୟକ ଓ ଆଇନ ଅପବ୍ୟବହାକାରୀ ରୋକିବା ଏବଂ ଦୃଢ କାଯ୍ୟ । ନୁଷ୍ଠାନ କିପରି ନିଆଯାଇ ପାରିବ ସେଥିପ୍ରତି ଯତ୍ନବାନ ହେବା ଆବଶ୍ୟକ । ସମୟ ଆସିଛି କିଛି କରିବା ପାଇଁ ନହେଲ ଏମିତି ହଜାର ହଜାର ନିରୀହ ପୁରୁଷ ଆତ୍ମହତ୍ୟା କରି ବିନା କାରଣରେ ନିଜର ମୂଲ୍ୟବାନ ଜୀବନ ହାରିବ ବସିବେ । ଯୁଗ ଯୁଗ ଧରି ପୁରୁଷମାନେ ନିଯ୍ୟାତନର ଶିକାର ହୋଇ ଆସୁଥିବେ ଏଥିରେ ତିଳେ ମାତ୍ରେ ଦ୍ୱିଧା ନାହିଁ । ନାରୀ ମାନଙ୍କୁ ସୁରକ୍ଷା ଦେଇ ପୁରୁଷଙ୍କ ଜୀବନ ପ୍ରତି ଖେଳ ଖେଳୁ ନାହୁଁ ତ । ଆଇନି ଆଗରେ ସମସ୍ତେ ସମାନ ଓ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିବାକୁ ଦୃଢ ସଂକଳ୍ପବଦ୍ଧ ହେବା ସହ ସମ୍ବିଧାନରେ ଲେଖିଦେଲେ ହେବନି ତାହାକୁ କାଯ୍ୟକାରୀ କରିବା ଏକ ବଡ ବିଷୟ ବସ୍ତୁ ଅଟେ । ମୁ ବ୍ୟକ୍ତିଗତ ଭାବେ ସେହି ବ୍ୟକ୍ତିର ନିଯ୍ୟାତନା ସହି ନ ପାରି ଆତ୍ମହତ୍ୟା ପାଇଁ ମୁଁ ଅତ୍ୟନ୍ତ ଗମ୍ଭୀର । ଆଇନର ଅପବ୍ୟବହାର ବଢ଼ିବାରେ ଲାଗିଛି । ସେଥି ପ୍ରତି ଜଣେ ଉତ୍ତମ ଜର୍ଜ ର ଏକାନ୍ତ ଆବଶ୍ୟକ ଅଟେ । ମାନ୍ୟବର ସୁପ୍ରିମ କୋର୍ଟ ଯୁବ ପ୍ରକାଶ କରି ଗାଇଡ଼ଲାଇନ କରିଛନ୍ତି ସତ କିନ୍ତୁ ତାହାର କାର୍ଯ୍ୟକାରିତାକୁ ଦେଖିବାକୁ ପଡିବ, ଏମିତି ଆଇନ ତିଆରି କରିବା ପୁର୍ବରୁ ଭାବିବାର ଥିଲା । ପୋଲିସ, ଗଣମାଧ୍ୟମ ଦ୍ୱାରା ବି ନିର୍ଯାତିତ ହୁଅନ୍ତି । ଗଣମାଧ୍ୟମ ଝିଅର ନାମ କୁହେନି କିନ୍ତୁ ପୁରୁଷର ନାମ ସହ ମୁହଁ ଦେଖାଇଦିଏ । ଅତୁଲ ପାରି ଆଗକୁ କେତେ ଯେ ଜୀବନ ଚାଲି ଯିବା କହି ହେବନି । ଲିଙ୍ଗଗତ ସମାନତା ପାଇଁ ସମାନ ଆଇନ ଆସୁ । ଆଜିର ଦିନରେ ମହିଳା ପୁରୁଷ ର ସମକକ୍ଷ । ଯେଉଁ ଦେଶର ରାଷ୍ଟ୍ରପତି ଜଣେ ମହିଳା, ତେବେ ମହିଳାଙ୍କୁ ଏତେ ସଦୟ କାହିଁକି । ପୁରୁଷଙ୍କୁ ନ୍ୟାୟ ମିଳୁ ।

ପୁରୁଷଟିଏ ମେଞ୍ଚା ମେଞ୍ଚା କୋହକୁ ହୃଦୟ ଭିତରେ କବର ଦେଶ ନୀରବରେ ଆଉ କବର ଦେଇ ଚାପିଦିଏ ରେ,ଆଉ ଆଖୂର ଲୁହକୁ ଏକାନ୍ତରେ ଗାଲରେ ଶୁଖାଇ ଦିଏ କିନ୍ତୁ କେବେ ଅଭିଯୋଗ କି ଅଭିମାନ କରି ପାରେ ନାହିଁ କାହା ପାଖରେ ।

ପରିବାରର ପ୍ରତିପୋଷଣ ପାଇଁ ଭିଟାମାଟି ଛାଡ଼ି ବିଦେଶରେ ପର ଅଧୀନରେ ଦିନ ରାତି ଅକ୍ଳାନ୍ତ ପରିଶ୍ରମ କରି ନିଜର ଭୋକକୁ ପେଟରେ ମାରିଦିଏ ପାଣି ଗ୍ଲାସରେ ତଥାପି ହାର ମାନେନି ।

କେତେ ନିର୍ଯାତନା କେତେ ଗାଳି ସହି ପର ଅଧୂନରେ କାର୍ଯ୍ୟକରି ଫେରିଲା ବେଳକୁ ସମୟ ଚାଲିଯାଏ ସାଙ୍ଗ ସାଥୂଙ୍କ ଥୂଙ୍କ ସହ ଭଲ ଲ ମନ୍ଦ ହେବାକୁ ତଥାପି ନିରାଶ ରାଶ ହୁଏ ନାହିଁ । ଘରର ବାପା ମାଆ । ପିଲା ଛୁଆଙ୍କର ଅଭାବ ପୂରଣ କରିବାକୁ ବାକୁ ଯାଇ ନିଜେ ଅଭାବରେ ପଡ଼ି ଯାଏ ଯେ ବେଳେ ବେଳେ ବଜାରରୁ ଚାହୁଁଥ‌ିବା ଜିନିଷ ନ ଖାଇ ଫେରି ଆସେ ତଥାପି ପରିବାର ପାଖରେ ମନ ଖୋଲି ହସୁଥାଏ । ପର୍ବ ପର୍ବାଣୀ ଏମିତି କି ସଂକ୍ରାନ୍ତି ଅମାବାସ୍ୟା ଭୁଲିଯାଏ କାର୍ଯ୍ୟ ଭିତରେ ରହି । ଚିରା ଫଟା କପଡା ପିନ୍ଧି ହସୁଥାଏ ଅଶାନ୍ତି ହୃଦୟକୁ ବୁଝାଇ ଦେଇ । ଘରର ସମସ୍ତଙ୍କ ଅଳି ଅର୍ଦ୍ଦଳି ସହି ସମସ୍ତଙ୍କ କଟୁ କଥା ସହି ଛାତିରେ ଦମ୍ଭ ରଖ୍ ଆଗକୁ ବଢେ ନିଜର ପରିବାର ପାଇଁ । କେତେବେଳେ ବେଳେ ଟଙ୍କାର ସମସ୍ୟା ତ କେତେବେଳେ ଚାକିରୀ ସମସ୍ୟା ଜୀବନରେ ସବୁ ଘାତ ପ୍ରତିଘାତ ସହି ହୃଦୟ କ୍ଷତାକୁ ଏତେ ହେଇଯାଏ ତାହା ଜଣେ କେବଳ ପୁରୁଷ ଅ ପୁରୁଷ ଅନୁଭବ କରିପାରିବ । ବିବେକ ଆଉ ମନ ବେଳେବେଳେ ଳେ ଏତେ ଅଶାନ୍ତି ହୋଇପ ଇପଡେ ପୁରୁଷ । ଆତ୍ମହତ୍ୟା କରିବାକୁ ବାହାରି ପଡେ ପଡେ ଅବଶ୍ୟ କିନ୍ତୁ ପରିବାର କଥା ଭାବି ଫେରିଆସେ । ମାସ ସାରା ଝାଳ ନିଗାଡି ବର୍ଷା ଖରା ଶୀତ କାକର ସହ୍ଯ କରି ରୋଜଗାର କରେ ସତ କିନ୍ତୁ ବ୍ୟା ବ୍ୟାଙ୍କକୁ ଆସୁଥିବା ଟଙ୍କା କେବଳ ଅନଲାଇନ ମାଧ୍ଯମରେ ରେ ଟଙ୍କା ତା ଦେଖୂପାରେ କିଛି କ୍ଷଣ ପାଇଁ ଆଉ ତା’ ୧୫ ମିନିଟ୍ ପରେ ବାଟ ଧରିଯାଏ । କେବେ ସେ ଟଙ୍କା ଉପଭୋଗ ତ ଦୂରର କଥା ଧରିବି ପାରେ ନାହିଁ । ଶେଷରେ ଏ ଅନ୍ଧକାର ରାତ୍ରିର ନିର୍ଜନ ବେଳା ଜଣେ ପୁରୁଷର ହୃଦୟକୁ ବାର ବାରମ୍ବାର ଧିକ୍କାର କରି ପଚାରେ ତ ସ୍ଥିତି କଣ ତ ସ୍ବପ୍ନ କଣ ତ ଲକ୍ଷ୍ୟ କଣ । ପୁରୁଷଟିଏ ତକିଆ ଉପରେ ମୁହଁ ରଖ୍ ଆଖ୍ କୋଣରୁ ଲୁହ ନିଗାଡି ନୀରବ ରହିଯାଏ କାରଣ ତା ପାଖରେ ଉତ୍ତର ନାହିଁ । ବେଳେ ବେଳେ ଭାବେ ପୁରୁଷ ଜୀବନ ଅଭିଶପ୍ତ ନୁହେଁ ତ ଆଉ କଣ !

ପୁରୁଷର ପ୍ରେମ, ସ୍ବପ୍ନ,ଲକ୍ଷ୍ୟ, ସବୁ କିଛି ଫିକା ପଡ଼ିଯାଏ ନିଜର ପରିବାର ପାଇଁ ।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top