କବିତା

ନାରୀ

Jharana Sahoo's odia poem Naari

ନାରୀ ସର୍ବଂସହା ହୋଇବ,
ନାରୀ ପାଇଁ ଏ ସଂସାର ଚାଲିବ । ।
ନାରୀ ନ ଥିଲେ ସଂସାର ହୋଇବ ଅନ୍ଧାର,
ବୁଝାଇଦିଅ ସଭିଙ୍କୁ ହେ କଳା ଠାକୁର । ।

ନାରୀ

ନାରୀ ମାନଙ୍କ କରୁଣ କାହାଣୀ
ଯେତେ ବଖାଣିଲେ ବି ସରିବନି ,
ନାରୀ ପରା ‘ମାଆ’ ଚିର ନମସ୍ୟା ସଭାରେ ଭାଷଣ ଦିଅନ୍ତି ,
ବାଟରେ ଝିଅଟି ଏକାକୀ ଦେଖିଲେ
ପାପ ଦୃଷ୍ଟିରେ ତାକୁ ଚାହାନ୍ତି । ।

ନାରୀ ପାଇଁ ତୁମେ ପରା ଦୁନିଆକୁ ଆସିଛ
ନାରୀକୁ କେମିତିରେ ତୁମେ ତୁଛ ମଣୁଛ ?
ନାରୀ ସବୁଠାରେ ଅପମାନିତ ଆଉ ଲାଞ୍ଛିତ
ନାରୀର କ’ଣ ନାହିଁ କିଛି ଅସ୍ତିତ୍ୱ ?
ନାରୀ ପରା ସ୍ନେହମୟୀ କରୁଣାର ଆଧାର
ସମୟ ଆସିଲେ ନାରୀ କରିପାରେ ଶତ୍ରୁ ସଂହାର ।
ନାରୀ କାହିଁ ପାଇଁ ଏତେ ନିର୍ଯାତନା ସହିବ ,
ଶାଶୁଘରେ ପୋଡି ହୋଇ ମରିବ । ।
କି ପାଇଁ ଠାକୁରେ ନାରୀକୁ ଗଢ଼ିଛ
କେଉଁ ସୁଖ ତୁମେ ତା ପାଇଁ ଛାଡିଛ ?

ନାରୀ ସର୍ବଂସହା ହୋଇବ,
ନାରୀ ପାଇଁ ଏ ସଂସାର ଚାଲିବ । ।
ନାରୀ ନ ଥିଲେ ସଂସାର ହୋଇବ ଅନ୍ଧାର,
ବୁଝାଇଦିଅ ସଭିଙ୍କୁ ହେ କଳା ଠାକୁର । ।
ନାରୀ ପରା ମହନୀୟା ନାରୀ ସରାଗ ସମ ,
ତୁମ ପାଦତଳେ ମୁଁ କରୁଛି ‘ମା’ ଲୋ କୋଟି କୋଟି ପ୍ରଣାମ । ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top