କବିତା

ନର୍କ

Bibhuprasad Parida's odia poem Narka

ଅସହ୍ୟ ଯମ ଯନ୍ତ୍ରଣା
କଣ୍ଟକିତ ଜୀବନ ପଥ
ମୁକ୍ତିର ପ୍ରତୀକ୍ଷାରେ କ୍ଷଣ ଅନୁକ୍ଷଣ
ମା’ତୁ ପାରିବୁନି ସହି ।। ।।

ନର୍କ

ପଶ୍ଚାତାପ ଦାବାନଳ
ଅନ୍ତର୍ମନର ଦହନ
ଭୀଷଣ କଷ୍ଟ ମା
ମା’ତୁ ପାରିବୁନି ସହି ।। ।।

ସର୍ବବ୍ୟାପି ଲେଲିହାନ ଶିଖା
ଅଦୃଷ୍ଟର ପ୍ରହାରରେ
କ୍ଷତ-ବିକ୍ଷତ ଶରୀର
ମା’ତୁ ପାରିବୁନି ସହି ।। ।।

ଅସହ୍ୟ ଯମ ଯନ୍ତ୍ରଣା
କଣ୍ଟକିତ ଜୀବନ ପଥ
ମୁକ୍ତିର ପ୍ରତୀକ୍ଷାରେ କ୍ଷଣ ଅନୁକ୍ଷଣ
ମା’ତୁ ପାରିବୁନି ସହି ।। ।।

ମୁଁ ବି ଥିଲି ମା’ଟିଏ
ନାଶିଥିଲି ଅନ୍ତରର କନ୍ୟା
ଭୋଗିଚି ନରକ ଯନ୍ତ୍ରଣା
ତୋ ଗରଭେ ଆସିବା ପୂର୍ବରୁ
ମା’ତୁ ପାରିବୁନି ସହି ।। ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top