କବିତା

ପ୍ରେମମୟ ପୃଥିବୀ

Anupam Behera's odia poem Premamaya Pruthibi

ସମୟ ବି ଟିକେ ଧିମେଇ ଯାଇଥାଏ,
ଆଖିରେ ଆଖିଏ ସ୍ୱପ୍ନ ନେଇ ସେ ଠିଆ ହୋଇଥାଏ,
ହାତରେ ଲାଲ୍ ଗୋଲାପଟେ ହାତରେ ଧରି ମୁଁ ତା ପାଖକୁ ଯାଏ,
ଛାତିରେ ଛାତିଏ ପ୍ରଶ୍ନ ନେଇ ପ୍ରେମ ନିବେଦନ କରିଦିଏ,

ପ୍ରେମମୟ ପୃଥିବୀ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ସାରା ପୃଥିବୀରେ ଅସଂଖ୍ୟ ଫୁଲ ଫୁଟିଯାଏ ।
ଧରିତ୍ରୀର ଧୂସର ଛାତିଟା ସବୁଜିମାରେ ଭରିଯାଏ,
ମଝି ଆକାଶରେ ସୂରୂଜ ସ୍ଥିର ହୋଇଯାଏ,
ପାହାଡ ଫାଙ୍କରେ ଜହ୍ନ ଲୁଚି ଦେଖୁଥାଏ,
ତାରାଙ୍କ ରୋଷଣୀରେ ନୀଳ ଆକାଶଟା ସଜେଇ ହୋଇଥାଏ,
ସାରା ବାୟୁମଣ୍ଡଳ ଅପୂର୍ବ ମହକରେ ମହକିଯାଉଥାଏ,
ଚଢେଇମାନଙ୍କର କିଚିରିମିଚିରି ସଂଗୀତ ଲାଗୁଥାଏ,
ମନ୍ଦ ମନ୍ଦ ମଳୟ ପବନ ବହୁଥାଏ,
ସମୟ ବି ଟିକେ ଧିମେଇ ଯାଇଥାଏ,
ଆଖିରେ ଆଖିଏ ସ୍ୱପ୍ନ ନେଇ ସେ ଠିଆ ହୋଇଥାଏ,

ହାତରେ ଲାଲ୍ ଗୋଲାପଟେ ହାତରେ ଧରି ମୁଁ ତା ପାଖକୁ ଯାଏ,
ଛାତିରେ ଛାତିଏ ପ୍ରଶ୍ନ ନେଇ ପ୍ରେମ ନିବେଦନ କରିଦିଏ,
ସେ ଟିକେ ଲାଜେଇଯାଏ,
ଫୁଲଟିକୁ ମୋ ହାତରୁ ନେଇ ଦୌଡି ଚାଲିଯାଏ,
ଟିକେ ରହି ବୁଲି ଚାହିଁଦେଇ ଅଳ୍ପ ହସିଦିଏ,
ଅପୂର୍ବ ଆନନ୍ଦରେ ମୋ ହୃତପିଣ୍ଡ ଭରିଯାଏ,
ମୋ ପ୍ରଶ୍ନର ଉତ୍ତର ମୋତେ ମିଳିଯାଏ,
ପୁରା ଦୁନିଆଟା ପ୍ରେମମୟ ଲାଗୁଥାଏ,
ସାରା ପୃଥିବୀରେ ଅସଂଖ୍ୟ ଫୁଲ ଫୁଟିଯାଏ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top