କବିତା

ରବିବାର ଛୁଟିଦିନ

Odia Author Prafulla Tripathy

ଆଜି ମୋ ପ୍ରିୟାର
ପଣତ ଛାଇରେ
ଗପିବି ବସି
ମୁଁ ରାତି ଦିନ ।।

ରବିବାର ଛୁଟିଦିନ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଆଜି ରବିବାର ଛୁଟିଦିନ
କୋଉ କାମରେ ଲାଗେନା ମନ
ମନେପଡ଼େ ଖାଲି
ମୋ ପ୍ରିୟାର କଥା
ସେତ ହେଉଥିବ ଖାଲି ଛନ ଛନ ।।

ମିଳିଲାନି ଟିକେ ବେଳ ହେବାକୁ କଥା
ଗଲା ଛଅଦିନ କାମ କାମରେ ମଥା
ଆଜି ମୋ ପ୍ରିୟାର
ପଣତ ଛାଇରେ
ଗପିବି ବସି
ମୁଁ ରାତି ଦିନ ।।

ଅଭିମାନ କରିଥିବ ଲାଜୁକି ଲତା
କହିବନି ଦେଖି ମୋତେ ପହିଲେ କଥା
ହାତ ଧରି ନେଇ
କହି ଦେବି କାନେ
ଆଜି ନାହିଁ ମୋର କିଛି କାମ ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top