ମୋ ରାକ୍ଷୀ ରୁଷିଛି ହାତ ପାହାନ୍ତାରେ
ଗେଲ ଟିକେ ହେଲି ବୋଲି,
ମୁହଁକୁ ଫୁଲେଇ ମଉନେ ବସିଛି
ପଖେଗଲେ ଦିଏ ଠେଲି ।
ଅଭିମାନିନୀ ମୋ ବୁଝୁନାହିଁ କଥା
ସକେଇ ହେଉଛି ବସି,
ନାକଅଗେ ତ’ର ରାଗର ମହ୍ଲାର
କ୍ରୋଧରେ ହାରିଛି ହସି ।
ଗେହ୍ଲି ଭଉଣୀର ସାଁନ୍ତାଣୀ କଳି
ମୋ ସ୍ନେହ କୋଳରେ ଅଳି ,
ଲୁହ ଢାଳିଲେ ମୋ ଲହୁଝରିଯାଏ
ଦୁହେଁ ଗୋଟିଏ ରକ୍ତର ବୋଲି ।।
