କବିତା

ଋତୁର ସାଏରୀ

Bidhan Chandra Swain

ସୁନାଲାଖି ବୋହୁପରି
ଜହ୍ନ ଯେବେ ଆକାଶେ ଉଇଁଲା
ଜୋଛନାର ନୀଳତରଙ୍ଗରେ
ପୁଚିଖେଳ ସଂଗୀତର ଆସର ବସିଲା
କାଶତଣ୍ଡି ବୁଦା ଉହାଡ଼ରୁ
“ଶରତ” ଯେ ଉହୁଙ୍କି ଚାହିଁଲା ।।୩।।

ଋତୁର ସାଏରୀ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ନିଦାଘର କିଶୋରୀ ସନ୍ଧ୍ୟାରେ
ଜହ୍ନଯେବେ ମଲ୍ଲୀଫୁଲ
ଶାଢ଼ୀ ପିନ୍ଧିଥିଲା
ଦେଖୁଦେଖୁ ଅଚାନକ କହିଦେଲି
ହେଇତି “ଗ୍ରୀଷ୍ମ” ଆସିଗଲା ।।୧।।

ଛୁରୀଅନା ତରାଟ ଟଗରେ
ପୃଥୀ ଯେବେ ଋତୁମତୀ ହେଲା
ପୋଖରୀର ନୀଳ କଇଁ ଓଠେ
ହସର ଜୂଆର ଛୁଟିଲା
ଆକାଶରେ ବଉଦର
ଲମ୍ୱାଲମ୍ୱା ରାସ୍ତା ଡେଇଁ
ଆଖିରେ ତା’ ବଜୁଳିର ଚମକ ଖେଳାଇ
“ବର୍ଷା” ଆସି ପୃଥୀକୁ ଛୁଇଁଲା ।।୨।।

ସୁନାଲାଖି ବୋହୁପରି
ଜହ୍ନ ଯେବେ ଆକାଶେ ଉଇଁଲା
ଜୋଛନାର ନୀଳତରଙ୍ଗରେ
ପୁଚିଖେଳ ସଂଗୀତର ଆସର ବସିଲା
କାଶତଣ୍ଡି ବୁଦା ଉହାଡ଼ରୁ
“ଶରତ” ଯେ ଉହୁଙ୍କି ଚାହିଁଲା ।।୩।।

ସନ୍ଧ୍ୟାର ଗୋଧୂଳୀ ଲଗ୍ନେ
ଯଦିକେବେ କୁହୁଡ଼ି ଢାଙ୍କିଲା
ସକାଳର ପହିଲି ଦେଖାରେ
ଶିଶିରର ନବବଧୂ
ଦେହରେ ତା ଅତରକୁ ମାଖି
ସବୁଜ ଘାସରେ ଯେବେ, ତା ପାଦ ଥାପିଲା
ତେବେ ଜଣାପଡ଼େ “ହେମନ୍ତ” ଆସିଲା ।।୪।।

କୁହୁଡ଼ିର ପଣତରେ
କାକରର ଫୁଲପକା
ଜହର୍ରାତି ଯଦି, ଦୁବଘାସ ସହରରେ
ଶେଫାଳୀକୁ ଅଟକି ଚାହିଁଲା
ତେବେ ବୋଧେ “ଶୀତ” ଆସିଗଲା ।।୫।।

ଆମ୍ୱଗଛେ କୋଇଲିର
ମିଠା କଣ୍ଠସ୍ୱର, ଯଦିକେବେ
ପୃଥିବୀକୁ ଆନମନା କଲା
ବଉଳର ମୃଦୁ ବାସ୍ନା, ଜାତି ଜାତି ଫୁଲର ତୋଡ଼ାକୁ
ଗଭାରେ ତା ଖୋସିଦେଇ “ବସନ୍ତ”କୁ ଘଡ଼ିଏ ଚାହିଁଲା ।।୬।।

ଜୀବନର କୁଞ୍ଜବନେ, ଋତୁର ସାଏରୀ ଯାହା
ଅଜଣା ଅସ୍ପଷ୍ଟ , ଯଦିକେବେ କୁଞ୍ଜବନେ
ପ୍ରିୟତମ “ପା”କୁ ଥାପନ୍ତି
ସବୁଏଠି ଚିତ୍ରମୟ ହୁଏ ଅସମୟେ ।।୭।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top