“ମା”
ତୋ କୋଳ ଛାଡିବା ପରେ ହିଁ ଦେଖିଛି,
ସ୍ୱାର୍ଥପର ଏ ଦୁନିଆକୁ ।
ତୋ ପଣତ ବିନା ସରଗ ପୁରୀ କୁ ,
ପାଇବି ଆଉ କେଉଁଠୁ।
“ବାପା”
ତୁମ ହାତ ଛାଡିବା ପରେ ହିଁ ଦେଖିଛି,
କଷ୍ଟକର ଏ ରଣଭୂମି ର ସଂସାର କୁ।
ତୁମ ପ୍ରତିଶ୍ରୁତି ବିନା ନିର୍ଭୟ ର ବାର୍ତ୍ତା,
ପାଇବି ଆଉ କେଉଁଠୁ।
“ଭାଇ”
ତୋ ବିନା ଭାଇ ଏ ଦୁନିଆ ଭିତରେ ,
କରିବି କା ପାଖେ ଅଲି।
ମାଗିବା ଆଗରୁ କିଏ ଆଣିଦେବ,
ପାରିଜାତ ମତେ ତୋଳି।
“ଭଉଣୀ”
ମା ପରେ ଯିଏ କୋଳେଇ ନିଏରେ ,
ସୁନା ଭଉଣୀ ମୋ ତୁହି।
ତତେ ଛାଡ଼ିଦେଇ କେମିତି ବଞ୍ଚିବି,
ସାହସ ମୋ ପାଉନାହିଁ।
“ବନ୍ଧୁ”
ସୁଖରେ ଶୁଖି ମୋ ଆପଣା ର ବନ୍ଧୁ,
ଦୁଃଖ ବେଳେ ସହଚରୀ ।
ବିପଦରେ ତୁହି ହାତ ଛାଡ଼ିଦେଇ,
ବନ୍ଧୁତା ଯିବା ମୋ ସରି।
“ପତି”
ସବୁକିଛି ଏକ ପାଖେ ଛାଡ଼ିଦେଇ ପ୍ରିୟ,
ତୁମ ହାତ ନେଲି ଧରି ।
ଦୁନିଆଁ ଦାଣ୍ଡ ରେ ଏକା କରିଦେଲେ ,
ଏ ଜୀବନେ କେମିତି ହେବି ମୁଁ ପରି ।
