କବିତା

କୋଟି ଓଡିଆଙ୍କ ମଉଡମଣି ଶ୍ରୀ ଜଗନ୍ନାଥ

Mamata Basantia's odia poem Koti Odianka Maudamani Shreejagannatha

କୋଟି ଓଡିଆଙ୍କ ମଉଡମଣି ତୁ
ଓଡ଼ିଶା ବାସୀଙ୍କ ପ୍ରାଣ,
ମୁହୂର୍ତ୍ତଏ ତୋତେ ସ୍ମରଣ ନକଲେ
ଚିତ୍ତ ହୁଏ ଆନମନ।

ଦିନପରେ ଦିନ ରାତି ପରେ ରାତି
ସମୟ ଯାଉଛି ଚାଲି
ହେ ଜଗା! ଆଶା ମୁଁ ବାନ୍ଧିଛି ଦେହ ତ୍ୟାଗ ପରେ,
ତୋ କୋଇଲି ବୈକୁଣ୍ଠେ ରହିବି ବୋଲି।

ସଂସ୍କୃତିକୁ ତୁ ଜୀବିତ ରଖିଛୁ
ତୋର ଦାରୁ ମୁରତିରେ,
ଅପସଂସ୍କୃତିକୁ ଉଚ୍ଛେଦ କରିଛୁ
ତୋ କଳା କଳେବର ବାହୁରେ।

କୋଟି ଓଡିଆଙ୍କ ମଉଡମଣି ତୁ
ଓଡ଼ିଶା ବାସୀଙ୍କ ପ୍ରାଣ,
ମୁହୂର୍ତ୍ତଏ ତୋତେ ସ୍ମରଣ ନକଲେ
ଚିତ୍ତ ହୁଏ ଆନମନ।

କାହା ପାଖେ ତୁ କି ରୂପେ ରହିଛୁ,
ତାହା କଳିକେହି ପାରି ନାହିଁ,
କିଏ ଡାକେ ନୀଳମାଧବ ତତେ ହେ,
କିଏ ଡାକେ ତତେ ଜଗା
କାଳିଆ କାଳିଆ କେତେ ମୁଁ ଡାକିଲି
ପାଇଲିନି ତୋର ଦେଖା।

ସଂସାର ଗଢିଛୁ ଏମିତି ରୀତିରେ,
ପ୍ରାଣୀ ଭାସିଯାଏ ତୋ କୀର୍ତ୍ତି ର ସୁଅରେ।

ଏତେ ସବୁ ପରେ ଓଡିଶା ବକ୍ଷରେ
ଅଟେ ମହାନ ତୋ ସଂସ୍କୃତି,
ସୁଖରେ ଥାଆ ମୋ କଳାସାଆନ୍ତ
ମନରୁ ଦୂରେଇ ଭୀତି….
ମନରୁ ଦୂରେଇ ଭୀତି……..

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top