ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।
ଏବେ ବି ଝରକା ଫାଙ୍କରେ ଲୁଚି ଲୁଚି ଚାହେଁ ମୋତେ
ବୋଧେ ସେ ମୋ ଭିତରେ ତା’ ଚକୋରିକୁ ଦେଖେ
ମୁଁ ବି ପିଲା ଦିନେ ଖୁବ୍ ଭଲ ପାଉଥିଲି ଜହ୍ନକୁ
ଶୀତଳ ରୂପା ରୋଷଣିରେ ଭିଜି ଭିଜି
ତା’ ସାଙ୍ଗେ ଲୁଚକାଳି ଖେଳିବାକୁ
ବୋଉ ଦଶଥର ଡାକିଲାପରେ
(ଲୁଚିକାଳି) ଖେଳରେ ନିଜେ ଜିତିଛି ବୋଲି ଘୋଷଣା କରି
ଖୁସିରେ ନାଚିନାଚି ଘରକୁ ଫେରିବାକୁ ।
କୁଆଁରୀ ସ୍ୱପ୍ନର ଫୁଲଚାଙ୍ଗୁଡ଼ିରେ
ଅସୁମାରି ଫୁଲର ସମ୍ଭାର ନେଇ
କୁମାରପୂର୍ଣ୍ଣିମାର ଜହ୍ନି ଆଞ୍ଜୁଳିରେ
ମହ ମହ ବାସୁଥିବା ସ୍ମୃତିର ଅନେକ ସନ୍ଧ୍ୟାରେ
କେତେ ଥର ମୋ ମନ କଥା କହିଛି ଜହ୍ନକୁ ।
ତୁମେ ବିଦେଶ ଚାଲିଗଲା ପରେ
ଫିକା ପଡ଼ିଆସିଲାଣି ଗଲାଦିନର ସ୍ୱପ୍ନ
ଜୀବନରେ ମୋର ଖାଲି ନିଃସଙ୍ଗତା
ତୁମ ପ୍ରତୀକ୍ଷାରେ ଅସରନ୍ତି ମୋର ଦିନ
ଅମାବାସ୍ୟା ଆକାଶରେ ଖୋଜୁଛି ମୁଁ ଜହ୍ନ ।

Puspalata Gahan
July 11, 2017 at 9:34 pm
This is really very nice…
Monalisa Dash
July 30, 2017 at 5:29 pm
Thank you very much Puspalata.
Loads Best wishes,
Monalisa