କବିତା

ସଙ୍ଗୀତା

Sagaria Abhiram's odia poem Sangitaa

ଲେଖୁଛି କାଟୁଛି ତୋ କଥା ଭାବି
କେବେ ଗାରଉଛି ଖାଲି ତତେ ଭାବି
ପାରିବୁନି ତୁ ମୋ ମନରୁ ଲିଭି
ତୋ ପ୍ରେମ ପାଇଁ ମୁଁ ହେଲିଣି ଲୋଭି

ସଙ୍ଗୀତା
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ତତେ ଯମା ପାରିବିନି ଭୁଲି,
ମୋ ହୃଦୟ ମୋ ପାଖେ ଥିବା ଯାଏଁ
ଦେବିନି ବି ଆଉ କାହାକୁ ଏ ହୃଦୟ
ମହାରାଣୀ ତୁ ହେଲୁଣି ଏଠି ,
ସଙ୍ଗୀତା , ଏ ସଙ୍ଗୀତା …
ବୁଝିଯା ମୋ ପ୍ରେମର ସାନ୍ଧ୍ରତା
ସଙ୍ଗୀତା , ଏ ସଙ୍ଗୀତା …
ତୁ କାରଣ ମୁଁ ଲେଖେ କବିତା ।

ଲେଖୁଛି କାଟୁଛି ତୋ କଥା ଭାବି
କେବେ ଗାରଉଛି ଖାଲି ତତେ ଭାବି
ପାରିବୁନି ତୁ ମୋ ମନରୁ ଲିଭି
ତୋ ପ୍ରେମ ପାଇଁ ମୁଁ ହେଲିଣି ଲୋଭି
ସଙ୍ଗୀତା , ଏ ସଙ୍ଗୀତା …
ମୋ କାହାଣୀର ତୁ ନାୟିକା
ସଙ୍ଗୀତା , ଏ ସଙ୍ଗୀତା …
ତୁ ହୋଇଯା ମୋ ପ୍ରେମିକା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top