କଣ କହି ବହଲାଇ ଥାଆନ୍ତି
ସବୁ ରଙ୍ଗ ବୋହିଗଲା ପରେ !
କୋଉ ପ୍ରତିଜ୍ଞା ଆଉ ମାଗିଥାନ୍ତି
ସବୁ କଥାକୁ ମୋର
ପାଦରେ ଦଳିଦେଲା ପରେ !
ଜୀବନକୁ ଖେଳ ବୋଲି
କହିଦେବା ପରେ କଣ ବୁଝାଇଥାନ୍ତି !
ଯୋଡିବା ଭାଙ୍ଗିବା ଭିତରେ
ମଣିଷ ଯେବେ ଭାଙ୍ଗିହୁଏ ଅହରହ
ମାପିହୁଏ କି ତା ଅବଶପଣକୁ ?
ତେବେ ଛାଡିଦିଅ ତାକୁ ତା ରାସ୍ତାରେ..
ଅବା ଜଙ୍ଗଲର ନିର୍ଜନ ଗହଳିରେ ।
ଦୁଃଖ କି ଅନୁଶୋଚନା କରିବିନି..
ସବୁକିଛି ସରିଗଲା ପରେ ।
ତୁମ ଜ୍ୱଳନଠୁ ଜଙ୍ଗଲଟା ନିରାପଦ ନିଶ୍ଚେ!
ଶୁଣିଛି-ଆଜିକାଲି ସେଠି ମଣିଷ ରହନ୍ତି
ପଶୁଙ୍କ ବେଶରେ..!