ଶରତ ଆକାଶ ସୁନୀଳ ପଣତେ
ଖଣ୍ଡ ଖଣ୍ଡ ମେଘ ରାଜି
ନୀଳ ଦରିଆର ଢ଼େଉ ମାଳ ପରି
ଭାସି ଯାଉଛନ୍ତି ଆଜି …
ସବୁଜିମା କ୍ଷେତେ କାଶତଣ୍ଡୀ କେଶ
ସରଗେ ଯାଉଛି ଖୋଲି
ମଳୟ ଲହରି ସୁଲୁ ସୁଲୁ ବହି
ନେଇଯାଏ ଠେଲି ଠେଲି …
ଗାଁ ଗଡିଆରେ ଗଗନର ଛବି
ଏମିତି ଯାଉଛି ପଡ଼ି
ଲାଗୁଛି ହଂସ ହଂସରାଳି
ଖେଳୁଛନ୍ତି ବୁଡ଼ି ବୁଡ଼ି …
