ମୋତେ ପଚାରନା ପଚାରନା ମୋର କ’ଣ ଦୁଃଖ
ଗୋଟେ ନିର୍ବାସିତ ଦ୍ୱୀପର ମୁଁ ନିଃସଙ୍ଗ ନାୟକ ।।୦।।
ବୁଝିପାରେନାହିଁ କେହି ମୋର ମନକଥାଟିକ
ଦେଖିପାରେନାହିଁ କେହି ମୋ’ ଛାତିତଳ କ୍ଷତ
ପଢ଼ି ପାରେନାହିଁ ମୋତେ ଜଣେ ହେଲେ ଲୋକ
ମୋତେ ପଚାରନା ପଚାରନା ମୋର କ’ଣ ଦୁଃଖ ।।୧।।
ଦେଖିଥିଲି ସ୍ୱପ୍ନ ଯେତେ ସବୁଯାକ ମିଛ
ଆକାଂକ୍ଷା ଓ ଆଶା ଯେତେ ସବୁ କଲି ତୁଚ୍ଛ
ଜିଇଁବାଟା ହେଲା ଗୋଟେ ବଡ଼ ଦୁର୍ବିପାକ
ମୋତେ ପଚାରନା ପଚାରନା ମୋର କ’ଣ ଦୁଃଖ ।।୨।।
ଜାଣି ନ ଥିଲି ମୁଁ ଏଠି ଜୀବନ ସଉଦା
କରିବା ପାଇଁକି ଲୋଡ଼ା ଆଦବ କାଇଦା
ହସିବାକୁ ପଡ଼େ ଏଠି ପିଇ ଲୁହତକ
ମୋତେ ପଚାରନା ପଚାରନା ମୋର କ’ଣ ଦୁଃଖ ।।୩।।