ଶ୍ରାବଣ ଆସେନି ଜୀବନେ ଏକା
ସୁଖ ଦୁଃଖ ତାର ଦୁଇ ନାୟିକା
ଜୀବନେ ବହେନି ଖାଲି ମଳୟ ପବନ
ରସାଳ କୁଞ୍ଜେ ସୁଭେନି ଏକା କୋଇଲି ସ୍ଵନ
ଭ୍ରମର ଗାଏନି ତୁଛେ ପ୍ରୀତିର ଗୁଞ୍ଜନ
ମଧୁ ଭ୍ରମେ ଫୁଲେ ଫୁଲେ ଦିଏ ସେ ଚୁମ୍ବନ
ଏ ଜୀବନେ ଅଛି କେତେ ଅସରନ୍ତି ଆଶା
ଆଶା ନିରାଶା ମିଶି ହୁଏ ଜୀବନର ପରିଭାଷା
ଆକାଶରେ ଏକ ଥାଏ ଚାରା ମେଳେ ଜହ୍ନ
ଏକା ଥାଏ ବୋଲି ଜହ୍ନ କରିନି କେବେ ଅଭିମାନ
ସମୟ ସମୁଦ୍ର ତୀରେ ଅଜସ୍ର ଶାମୁକା
ଶାମୁକା ଗରଭେ ପୁଣି ହୀରା ମୋତି ସାଇତା
ଅନନ୍ତ ଆକାଶ ଲଂଘି ପୁଣି ସୂର୍ଯ୍ୟ ହୁଏ ଅସ୍ତ
ଅବିଶ୍ରନ୍ତେ ଦିବା ନିଶି ଥାଏ କାର୍ଯ୍ୟ ରତ
ସୁଖ ସଙ୍ଗେ ଦୁଃଖ ଦୁହେଁ ଚିର ସାଥି
ଦୁହିଁଙ୍କ ଭିତରେ ଅଛି ଅନାବିଳ ପ୍ରୀତି
