ଦୁନିଆ ଯାକର କଥା
ଢିଙ୍କିଶାଳରୁ ଢେଙ୍କାନାଳ ଯାଏଁ
ବଖଣାଯାଏ ବଡ଼ ବ୍ୟବସ୍ପିତ ଢଙ୍ଗରେ ।
ସମୟ ନିର୍ଘଣ୍ଟ ନ ଥାଏ କିଛି
ଉଡା ଚଢେଇ ପରି କେତେବେଳେ କିଏ ଆସି
କେତେ କଥା ମଝିରେ
ଆଉ କେଉ କଥାର ଖିଅ ଖୋଲି
ଧରେଇ ଦିଏ କା’ ହାତରେ
ନିଜ ଜିଦ୍ରେ ଅଟଳ ପ୍ରବୀଣ ନୀତିଜ୍ଞମାନେ
ରାଷ୍ଟଠୁଁ ଅର୍ଥ, ନେତା, ନୀତି, ରାଜନୀତି
ବଜାର ଦର ଘରଠୁଁ ବାହାର
ପକ୍ଷ ପ୍ରତିପକ୍ଷ ଆଲୋଚନା, ଟିପ୍ପଣୀ ଟଣା ଓଟରାରେ
ମୁହାଁଅନ୍ତି ଯୁଦ୍ଧକ୍ଷେତ୍ର ଆଡ଼େ ।
ନିଇତି ଜମେ ଖଟି ଗୁଲିଗପରେ
ସତମିଛର ବିକଳାଙ୍ଗ ଚେହେରା / ଉଭାହୁଏ ସତ ପରି
ଦି’ପାଦେ ଆଗେଇ ନିଜ ପତିଆରାକୁ
ସାବ୍ୟସ୍ତ କରିବାର ବିକଳ ପ୍ରୟାସ
ଜାରି କରିବାକୁ ପଡ଼େ
ଆଜେ ବାଜେ ଡର୍ଚ୍ଚ ବିତର୍ଜରେ
ପୁରୁଷାର୍ଥ କାଳେ ଚରିତାର୍ଥ ହୁଏ
ମୁହଁତୋଡ଼ କାଳେ ବଜ ଦମ୍ଭ ସମ୍ମାନ ଦିଏ ।
ଗହଳ ଚହଳ ଭିତରେ ବି କେହିଜଣେ
ନିରବରେ ନିରବତାକୁ ଅସ୍ତ୍ର କରି
ଅଯାଚିତ ଗଳ୍ପଠୁ ଦୂରରେ ରହେ;
ଗଳ୍ପ ସରେନା କି ଗଳ୍ପକୁ ଛାଡ଼େନା ଖଟି
କେହି ଜଣେ ଆପାଂକ୍ତେୟ ସେଠୁଁ
ସତମିଛର ଅଳିଆ ତଳୁ
ଅସଲ ମଜାର ଚେହେରା ଖୋଜୁଥାଏ ।