ପେଟରେ ପେଟେ ଭୋକ,
ଆଖିରେ ଆଖିଏ ଅଶ୍ରୁ,
ମନରେ ଅସରନ୍ତି ଚିନ୍ତା ଓ ଭୟ ।
ନିଶବ୍ଦ ଓଠ ଦୁଇଟିରୁ ଝରିପଡ଼େ,
କିଛି ଦୁଃଖ ଭରା କାହାଣୀ ।
କାହାକୁ ବା ସେ ଗୁହାରି କରିବ,
କିଏ ସେ ଶୁଣିବ,
ଏତେ ବଡ଼ ହୃଦୟବାନ୍ ବ୍ୟକ୍ତି,
କଣ ସେ ଖୋଜି ପାରିବ ?
କିଛି ଜିଦ୍ ଓ ଦୁଃଶାହାସ ନେଇ,
ଅସରନ୍ତି ରାସ୍ତାରେ ଆଗେଇ ଚାଲିଛି ।
କାନ୍ଧ ଓ ମୁଣ୍ଡ ରେ ବୋଝ,
ଛାତିରେ ଅସରନ୍ତି କୋହ ଚାପି ହୋଇ ରହିଛି,
କଣ ସେ ଫେରି ପାରିବ ତାର ଜନ୍ମ ମାଟୀକୁ ?
ତଥାପି ସେ ପାଦ ବଢାଇ ଚାଲିଛି,
ବିଶାଳ ମରୁଭୂମିରେ ହଜିଯାଇଥିବା ପଥିକ ଭଳି ।
ବିଖୀପ୍ତ ତାର ଜୀବନ,
ଅସ୍ତ ବ୍ୟସ୍ତ ତାର ରୋଜଗାର ପନ୍ଥା ।
ତଥାପି ସେ ହାରିଯାଇନି,
ଖୋଜୁଥାଏ ଏକ ନୂଆ ରାସ୍ତା ।
ଫେରିଆସିବ ସେ ପୁରୁଣା ସମୟ,
ଜୀବନ ଚକ୍ର ଫେରାଇ ଦେଵ ତାର ସବୁକିଛି ।
