ଶ୍ୱାନ !
ସୂର୍ଯ୍ୟଙ୍କ ଉପସ୍ଥିତି ଓ ଅନୁପସ୍ଥିତିରେ
ବିନା ବେତନରେ ଗାଁ ଦାଣ୍ଡରେ
ପ୍ରହରୀ ସାଜି ପଡ଼ିଥାଏ ନିଃସ୍ବାର୍ଥ ଭାବେ..!
ଅଚିହ୍ନା ଦେଖି ନିଦରୁ ଉଠି
ଅଘଟଣ ପରିହାର କରେ! ଅଇଁଠା ଖାଇ ଭୋକ ମେଣ୍ଟାଉଥିବା ସେହି ଅବହେଳିତଙ୍କ ପାଇଁ
କିଛି ନିଷ୍ଠୁର ମନୁଷ୍ୟ
କେବେ ଟେକା ପଥର ତ, କେବେ ଘୃଣା ପୁଣି
କେବେ ଗରମ ପାଣି ମାଡରେ ଶିଝେଇ ଦିଅନ୍ତି ସେମାନଙ୍କୁ ସୃଷ୍ଟିର ଶ୍ରେଷ୍ଠ ଜୀବ ହେବା ନ୍ୟାୟରେ !
ଭଦ୍ରମୁଖା !
ରାଜନେତାଙ୍କ ନୂଆ ଭଦ୍ରମୁଖାଟି କେତେ ସୁନ୍ଦର ସତେ!
ପାଖରେ ଧୂପଦୀପ ଭୋଗ ଦେଇ
ମଥାବନତ କରି ଲୁହ ବର୍ଷାରେ ଯେତେ ଭିଜାଇଲେ ବି କାମ ହାସଲ ପରେ
ବିଶ୍ୱାସରେ ବିଷ ଦେଇ
ପଛରୁ ଧକ୍କା ଦେବେ ଅତଳ ନଦୀ ବକ୍ଷକୁ ! ତୁମେମାନେ କିନ୍ତୁ ସେମିତି ବିଶ୍ବାସ ଅଜାଡି ଦେଉଥିବ ପ୍ରତିଥର !!
ଗଛ !
ଗାଁ ମୁଣ୍ଡେ ଅନାଦି କାଳରୁ ଛିଡ଼ା ହୋଇଥିବା ସେ ବୃଦ୍ଧ ଆମ୍ବ ଗଛ !!
ଯାହା ନିକଟେ ଋଣୀ ଗ୍ରାମବାସୀ !
ବିନା ଶୁଳ୍କରେ ସବୁ ଯାଚି ଦେଉଥିଲା ତ ।
ରାସ୍ତାର ପ୍ରଶସ୍ତୀକରଣ ପାଇଁ
କଟା ହେଲା, ହଣାଗଲା ମୂଳପୋଛ କରାଗଲା ତା ପରି ଛିଡା ହୋଇଥିବା ଅନ୍ୟମାନଙ୍କୁ !
ଆଜି ସେଠି ବଡ ବଡ ଦୋକାନ, ଟାୱାର ..!
ଏପଟେ ଗ୍ରୀଷ୍ମ ତାତିରେ ଡହକୁଚି ମୋ ଗାଁ, ପାଖ ସହର ଓ ସବୁଜିମା ଭରା ପ୍ରକୃତିର ଅସ୍ତିତ୍ବ।