କବିତା

ସ୍ମୃତି

Susanta Kumar Dalei's odia poem Smruti

ଶୁଣିଲେ ଶୁଣିଥାନ୍ତି ଆକ୍ଷେପ ଓ ଯେତେ ଅପବାଦ
ପୋଡିଥିଲେ ପୋଡିଥାନ୍ତା ମଥା ଆଉ ଯେତେ ସ୍ଵାଭିମାନ
ହଜିଥିଲେ ହଜିଥାନ୍ତା ତୁମ ରୁପା ପାଉଁଜି କଢ଼ିଆ
ଓ ପଟେ କାନଫୁଲ ।

କହିଥିଲେ କହିଥାନ୍ତ ସମୟରୁ ସ୍ମୃତିକାଢ଼ି ସନ୍ତର୍ପଣେ ଗୋଟିଗୋଟି କରି
ପୋଛିଥିଲେ ପୋଛିଥାନ୍ତି ମୁଁ ଅଧିଅଧା ଦରପୋଡ଼ା କଥା
ଯାଇଥିଲେ ଯାଇଥାନ୍ତା ସରି … ।

ଶୁଣିଲେ ଶୁଣିଥାନ୍ତି ଆକ୍ଷେପ ଓ ଯେତେ ଅପବାଦ
ପୋଡିଥିଲେ ପୋଡିଥାନ୍ତା ମଥା ଆଉ ଯେତେ ସ୍ଵାଭିମାନ
ହଜିଥିଲେ ହଜିଥାନ୍ତା ତୁମ ରୁପା ପାଉଁଜି କଢ଼ିଆ
ଓ ପଟେ କାନଫୁଲ ।

କେଜାଣି ଆଖିରେ ଯଦି ତୁମ ଘୋଟିଥାନ୍ତା ମେଘ
ଅକାଳରେ ଦୁଇ ବୁନ୍ଦା ଛେଚି ଦେଇଥାନ୍ତା
କିମ୍ବା ଓଠଧାରେ ଅଳ୍ପ ହସ ତୁମ, ବିଜୁଳି ପରି ଚମକି
ଆଉଥରେ ଲିଭି ଯାଇଥାନ୍ତା ।

ତୁମ ଦେହୁ ମହୁ ଶୋଷି କିଏ
ପାହାଡର ପଥର ସନ୍ଧିରେ
ସରାଗରେ ଫେଣାଟେ ତୋଳିଛି
ମୁଁ ଦେଖୁଚି ତୁମ ଆଖିହ୍ରଦ
ଶୁଖିଶୁଖି ଟାଙ୍ଗରା ହୋଇଛି
କେଜାଣି କାହିଁକି ନିରଳସ ମୁହଁ ତୁମ
ଆଜିକାଲି ନିସ୍ତେଜ ଦିଶୁଛି
ସେଥିପାଇଁ ଡ଼ର ଲାଗେ ଡରଲାଗେ ମୋତେ
ସମୟରୁ ସ୍ମୃତି କାଢିବାକୁ
ଯେମିତି ବାସନ୍ଦକୁ ଡରେ ଜଣେ
ଆଉ ଡେଉଁବାକୁ କଣ୍ଟା ବାଡ଼ଟାକୁ
କାଳେ ତୁମେ ମନା କରିଦେବ
ଆସିବାକୁ ମୋ ସାଥିରେ
ମୋ ପରି ଖାଦ୍ୟ ଖାଇବାକୁ
ମୋ ପରି ପୋଷାକ ପିନ୍ଧି
ମୋ ପରି କବିଟେ ହେବାକୁ ।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top