ଅସ୍ତରାଗବୋଳା
ଖଣ୍ଡ ବଉଦ ଫାଙ୍କରେ
ଏ କାହାର ଚମ୍ପା ମୁହଁ
କାହାର ଏ ଆଖି,
କାହାର ଭ୍ରୂଲତା
ଇଏକି ମୋ ପ୍ରାଣପ୍ରିୟା
ମୋ କୋଟିଏ ଜନ୍ମର କୋହ ?
ଖାସ୍ ସେଇଥିପାଇଁ
ନାମହୀନ ଏ ଫୁଲ ଭରା ଡାଳେ
ଖସି ହସୁଛି କି ଫାଳେ ଜହ୍ନ
କି ସୁନା ସରୋବରେ
ଝଲସେ ମୀନାକ୍ଷି
କୃଷ୍ଣ କବରୀ ଯା’ ର
ମୋ ପାଇଁ ମଧୁ ଆମନ୍ତ୍ରଣ ?
ଜାଣିଲି, ଜାଣିଲି ଆଗୋ ଉର୍ବଶୀ
ପୁରୁରବା ମୁଁ
ମୋ ପାଇଁ କଣ ଆଜି
ସ୍ବର୍ଗଚ୍ୟୁତା ଅପ୍ସରା
ତୁ ଓହ୍ଲାଇ ଆସିଛୁ
ଏ ମର ଧରାକୁ
ଏ ଧରା ହେବ ଜ୍ୟୋସ୍ନାସ୍ନାତା ….
