କବିତା

ତମେ ଚାହୁଁଥିଲ ଯାହା

Brundabana Das's odia poem Tame Chahunthila Jahaa

କେବେ ତ ଭାବି ନଥିଲି
ଜାଗାଟିଏ ଆଉ ଥାଇପାରେ ବୋଲି
ଜଗାରଖା ବାଟ ଓଗାଳା ସତ୍ତ୍ୱେ
ସୁରକ୍ଷାବଳୟ ଲଂଘି ସମସ୍ତଙ୍କ ଅଲକ୍ଷ୍ୟରେ
ପହଞ୍ଚିଯିବ ସୁଖ ଦୁଃଖ ବାଣ୍ଟିବାକୁ
ନା’ ମୁଁ ପହଞ୍ଚି ଯାଇଛି
ମଧୁର ସ୍ୱପ୍ନର କେଉଁ ଛିଦ୍ର ଦେଇ
ତମ ସ୍ତୂପୀକୃତ ବିଶ୍ବାସର ଦୁର୍ଭେଦ୍ୟ ପ୍ରାଚୀର ଟପି !!

ତମେ ଚାହୁଁଥିଲ ଯାହା

କହିଦେବାଟା ବୋଧେ ଏତେ ସହଜ ନଥିଲା
କହି ହୋଇଗଲା ସହଜରେ
ତମେ ବୋଧେ ସେୟା ଚାହୁଁଥିଲ
ସହଜରେ ଅନ୍ତରଙ୍ଗ ବନ୍ଧୁ ପରି ମାରିଲନି ଯେ
ସଂଭ୍ରମ, ସୌଜନ୍ୟତା ଓ ତଥାକଥିତ
ବୈଧତାର ସୀମା ସବୁ ଡେଇଁ ତରଳିଗଲ
ହଜିଗଲା ଛଦ୍ମବେଶୀ ଅସ୍ମିତା ଶୁଦ୍ଧ ନିରୋଳା
ମିଥ୍ୟଚାରର ପଙ୍କ କାଦୁଅ ତଳେ ।

କେବେ ତ ଭାବି ନଥିଲି
ଜାଗାଟିଏ ଆଉ ଥାଇପାରେ ବୋଲି
ଜଗାରଖା ବାଟ ଓଗାଳା ସତ୍ତ୍ୱେ
ସୁରକ୍ଷାବଳୟ ଲଂଘି ସମସ୍ତଙ୍କ ଅଲକ୍ଷ୍ୟରେ
ପହଞ୍ଚିଯିବ ସୁଖ ଦୁଃଖ ବାଣ୍ଟିବାକୁ
ନା’ ମୁଁ ପହଞ୍ଚି ଯାଇଛି
ମଧୁର ସ୍ୱପ୍ନର କେଉଁ ଛିଦ୍ର ଦେଇ
ତମ ସ୍ତୂପୀକୃତ ବିଶ୍ବାସର ଦୁର୍ଭେଦ୍ୟ ପ୍ରାଚୀର ଟପି !!

ଆଲୁଅଠୁଁ ଅନ୍ଧାର ବେଶି ଭଲ ଲାଗେ
ବେଶୀ ଦେଖିହୁଏ ବେଶି ଛବି ଆଙ୍କିହୁଏ
ତମେ ବି ତ ବେଶ୍‌ ଦାଉ ଦାଉ ଦିଶ
ଅନ୍ଧାରର ହାତଧରି ଗୋଡ଼ କାଢ଼େ ଯେ
ତମକୁ ପାଇବା ପାଇଁ
ସମୟର ଶାପଘେରା ନିଷିଦ୍ଧାଞ୍ଚଳରେ ଫସେ
ଫେରିବାର ରାସ୍ତା ବନ୍ଦ ହୋଇ ସାରିଥାଏ ।

ଏମିତି ଘଟିବାର ନ ଥିଲା
ଘଟିଲା କିନ୍ତୁ ସମସ୍ତଙ୍କୁ ତାଜୁବ୍‌ କରି
ଆମେ ଆଗେଇଗଲୁ ଫେରିଲୁନି
କାହା ଭଲଲାଗିବା ନ ଲାଗୀବାଟା ଭ୍ରୁକ୍ଷେପ ନ କରି ,
ଶୁଭି ଶୁଭୁନଥିଲା ବହୁକଥା ଟିପ୍ପଣୀ ଟାପରା
ନିଜ ପସନ୍ଦକୁ ବଛାଗଲା
ପଛରେ ପଡ଼ି ରହିଗଲା ଗଦା ଗଦା ଅଳିଆ
ଆମ ହିସାବରେ ଫମ୍ପା ନିରର୍ଥକ ।

ଲୋକପ୍ରିୟ ଲେଖା

To Top