ଇଚ୍ଛାହୁଏ …
ପକ୍ଷୀର ସୁରେ ସୁରେ ଗୀତଟିଏ ଗାଇବାକୁ
ପବନର ତାଳେ ତାଳେ ନାଚି ଉଠିବାକୁ
ବରଷାର ବୁନ୍ଦା ବୁନ୍ଦା ପାଣିରେ ଭିଜି ଯିବାକୁ
ଇନ୍ଦ୍ରଧନୁର ରଙ୍ଗରେ ଧରାକୁ ରଙ୍ଗେଇ ଦେବାକୁ
ଇଚ୍ଛା ହୁଏ …
ତୁମର ସବୁ କଷ୍ଟ, ଯନ୍ତ୍ରଣାକୁ ଆବୋରି ନେଇ
ତୁମକୁ ପ୍ରାଣ ଭରି ଭଲ ପାଇବାକୁ …
ସବୁକିଛି ସମର୍ପି ଦେବାକୁ …