କବିତା

ତୁମେ ଓ କପେ ଚା’

Pritam Tripathy's odia poem Tume o Kape Chaa

ମୁଁ ନୀରବରେ ହଜିଯା’ନ୍ତି…
ତୁମରି ଭିତରେ,
ଆଉଥରେ ସପନରେ
ହଜିଯା’ନ୍ତେ ଆମେ ଦୁହେଁ ।

ତୁମେ ଥରେ ଆସନ୍ତ କି…
ଶିହରଣ ଭରା ପାହାନ୍ତି ଶୀତ ସାଙ୍ଗରେ,
କପେ ଚା’ ଧରି ।

ତୁମର ହସ ହସ ଓଠରେ…
ଗପିଯାନ୍ତ କେତେ କ’ଣ ?

ଆକାଶର ଗ୍ରହ ନକ୍ଷତ୍ରରୁ
ପୃଥିବୀର କୋଣ ଅନୁକୋଣ ।

ମୁଁ ନୀରବରେ ହଜିଯା’ନ୍ତି…
ତୁମରି ଭିତରେ,
ଆଉଥରେ ସପନରେ
ହଜିଯା’ନ୍ତେ ଆମେ ଦୁହେଁ ।

ରାତି, କବିତା, ଜହ୍ନ, ଜ୍ୟୋତ୍ସ୍ନା
ତୁମେ ଆଉ ମୁଁ,
କିଛି ପ୍ରଶ୍ନ ସମାହିତ ଓ ଅସମାହିତ;
ଦୁହେଁ ମିଶି ଖୋଜିବା,
ସବୁ ପ୍ରଶ୍ନର ଉତ୍ତର ।

ତୁମେ ଥରେ ଆସନା…
ମୋ ସବୁ ପ୍ରଶ୍ନର ଉତ୍ତର ନେଇ,
କପେ ଚା’ ସହିତ ।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top