କବିତା

ତୁମେ

Rukeya Jabeen's odia poem Tume

ଆଖି ଖୋଲିଲେ,
ଆଖି ବୁଜିଲେ,
ଆଖି ଆଗେ ଆସ ତୁମେ ।

ତୁମେ

ଆଖି ଖୋଲିଲେ,
ଆଖି ବୁଜିଲେ,
ଆଖି ଆଗେ ଆସ ତୁମେ ।

ହସି ହସି ଯାଅ,
ଭାସି ଭାସି ଯାଅ,
ନିଦ ମୋ ଭାଙ୍ଗି ଯାଅ ତୁମେ ।

ତୁମ ଆଡୁ ଯେବେ ମୁହଁ ଫେରି ନିଏ,
ହସ ଲୁଚି ଯାଏ,
ଝାଉଁଳି ଯାଅ ତୁମେ ।

ବାହୁଖୋଲି ଡାକ,
ପାଖକୁ ମୋ ଆସ,
ପାସେ ଗଲେ ଖସିଯାଅ ତୁମେ ।

ପଣତ ଆଳେ ଦେଖ,
ନୟନ ଠାରେ ଡାକ,
ଛୁଇଁ ଦେଲେ ହଜିଯାଅ ତୁମେ ।

ଦୂର ସେଫାଳି,
ମହକ ଭଳି,
ଜଳାଅ ମତେ ତୁମେ ।

ମୁଁ ଜଳି ଜଳି ମରେ,
ଭିଜି ଲୁହ ଧାରେ,
ସେ ଲୁହରେ ବି ଥାଅ ତୁମେ ।

ଶୋଇଯାଅ ଯେବେ,
ନିଘୋଡ଼ ଦିଦରେ,
ବେଣୀ ଛାଟିଯାଅ ତୁମେ ।

ନିଦରୁ ଯେବେ ଉଠେ,
ନିଜକୁ ଏକା ପାଏ,
ଅଦୃଷ୍ଟ ରାଇଜେ ଉଭେଇ ଯାଇଥାଅ ତୁମେ ।

ଘନ କଳା ମେଘେ,
ଉଦିତ ଜହ୍ନଟେ ପରି,
ଖେଳାଅ ଜ୍ୟୋତି ତୁମେ ।

କେବେ ଦେଖା ଦିଅ,
କେବେ ବୁଡ଼ିଯାଅ,
ମନେ ଆଙ୍କିଯାଅ ଛବିଟେ ତୁମେ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top