ବ୍ୟଙ୍ଗକବିତା

ଧୋ ରେ ବାୟା ଧୋ

Dho Re Baayaa Dho an odia poem by Bindass Gopal

ତୋ ମମ ଯାଇଛି ଅଫିସ କୁ ଚାଲି
ଡ୍ୟୁଟି କରିବ ବୋଲି
ତୋତେ ଛାଡ଼ି ଦେଇ ମୋରି କୋଳରେ
ଯାଏ ସେ ତାପରେ ଭୁଲି ।୧।

ଧୋ ରେ ବାୟା ଧୋ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଧୋ ରେ ବାୟା ଧୋ
ଡନଲପ୍ ଗଦି ର ଆରାମ ବିଛଣା
ପପୁ ବୋତଲ ଧରି ସୋ ।

ତୋ ମମ ଯାଇଛିଅଫିସ କୁ ଚାଲି
ଡ୍ୟୁଟି କରିବ ବୋଲି
ତୋତେ ଛାଡ଼ି ଦେଇମୋରି କୋଳରେ
ଯାଏ ସେ ତାପରେ ଭୁଲି ।୧।

ତୋ ଡ଼ାଡ ତୋ ପାଖେଥରୁଟିଏ ଆସେ
କେତେ କରେ ତୋର କେୟାର
ସେଲଫି ନେଇକରିଫେସବୁକ ହ୍ଵାଟ୍ଆପରେ
କରିଥାଏ ପୁଣି ସେୟାର ।୨।

ମୁଁ ଚାକରାଣୀତତେ ଶୋଇ ଦେଲେ
କରି ଯିବି ବାକି କାମ
କାମ ନ କରିଲେତୋ ମମ ଡ଼ାଡ
ଦେବେନି ମୋତେ ସେ ଦାମ ।୩।

ଅଜବ ଦୁନିଆରଗଜବ ଏ କଥା
ରଖିଥା ବାବୁ ତୁ ମନ
ହଜିଗଲା ପୁଣିସରଗର ଶଶୀ
ହଜିଗଲା ଏଇ ଜହ୍ନ ।୪।

ସୌନ୍ଦର୍ଯ୍ୟ ଖରାପନ ହେଉ ବୋଲି
ତୋତେ ପିଆଏ ଓମଫେଡ
ସ୍ନେହ ମମତା ରଅଭାବ ନ ହେଉ
ତୋ ପାଇଁ ରଖିଛି ମେଡ ।୫।

ମା ରୁ ମମହୋଇଗଲା ପରେ
ମମତା ଗଲାତ ସରି
ବାପା ରୁ ଡ଼ାଡଯେବେଠୁ ହୋଇଲେ
ସମ୍ପର୍କରେ ନାହିଁ ଡୋରି ।୬।

ମୋ ଗୀତ ଶୁଣିଶୋଇ ଗଲେ ବାବୁ
ପାଟିରେ ବୋତଲ ରଖି
ଏବେ ମୋତେ ଆଜ୍ଞାବିଦାୟ ଦିଅନ୍ତୁ
କେତେ କାମ ଅଛି ବାକି ।୭।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top