କୃଷ୍ନ ଜଗତରଆକର୍ଷଣ ସାର
ଜଗତହିଁ କୃଷ୍ନ ମୟ
କେକୀପୁଚ୍ଛ ଧାରୀବୈକୁଣ୍ଠ ବିହାରୀ
ସାଧୁଜନେ କର ଲୟ ।
କଂସ ନିଦାରୁଣକଚାଡି ଶିଳେଣ
ମାରିଲା ସାତ ସନ୍ତାନ
କାରାଗାରେ ବନ୍ଦୀବସୁଦେବ ଦେବୀ
କରନ୍ତି ଶୋକେ ରୋଦନ ।
କୃଷ୍ନ ପକ୍ଷ ଭାଦ୍ରଅଷ୍ଟମୀ ତିଥିର
ଦେବକୀ ମାତା ଗରଭେ
କୃଷ୍ନ ଜନମିଲେଘନ ଅନ୍ଧକାରେ
କାରାରେ ଶୁପ୍ତ ସରବେ ।
କଉଣପ ରାଟଅଗ୍ୟାନେ କପାଟ
ଫିଟି ବସୁଦେବ ବେଡି
କୃଷ୍ନଙ୍କୁ ମଥାରେଧରି ଯମୁନାରେ
କଲେ ଗୋପକୁ ଧାଉଡି ।
କଳା କାହ୍ନୁ ହରିଶଶୀକଳା ପରି
ନନ୍ଦଘରେ ବଢୁଥାନ୍ତି
କାଳିନ୍ଦି କୁଳରେଗୋଧନ ଚରାଇ
ଗୋପବାଳଙ୍କୁ ମୋହନ୍ତି ।
କାଳୀୟ ନାଗରେଦର୍ପରେ ଦଳିଲେ
ଗୋକୁଳେ ସୁରକ୍ଷା ଦେଇ
କେଶୀ ଅଘା ବକାପୁତନା ଶକଟା
ଅକ୍ଳେଶରେ ନାଶ ଯାଇ ।
କଦମ୍ବ ମୂଳରେଯମୁନା କୁଳରେ
ବଜାଇ ମୋହନ ବଂଶୀ
କିଣି ଗୋପୀମନକ୍ଷୀର ସର ପୁଣ
ଚୋରପରି ଘରେ ପଶି ।
କଳାକର ସେତଲୀଳା ଅବିଦିତ
କରନ୍ତି ମାଧୁର୍ଯ୍ୟ ଲୀଳା
କୃଷ୍ନ ନାମ ମାତ୍ରେକେତେ ପୁଣ୍ୟ ମିଳେ
କୃପା କର ନନ୍ଦବଳା ।