ପ୍ରବନ୍ଧ

ଅଛୁଆଁ ଏକ ମନୁଷ୍ୟକୃତ ଚିନ୍ତାଧାର

Ajay Kumar Rout's Odia Prose Achuaan Eka Manushyakruta Chintaadhaaraa

ଅଜୟ, ମାଧିଆ ଓ ଧୋବା ସାହିର ଲୋକମାନେ ଗ୍ରାମ ବିଦ୍ୟାଳୟରେ ଏକାଠି ହେଲେ ଏବଂ କର ନନା କୁ ଡକାଇ ପଠାଇଲେ ।

ସମୟ ପରିବର୍ତ୍ତନଶୀଳ ଏବଂ କାହାକୁ ଅପେକ୍ଷା ନ କରି ତାର କର୍ମ ପଥରେ ଚାଲୁଥାଏ । ଆମ୍ଭେମାନେ ସମୟ ସହିତ ତାଳ ନ ଦେଇ ପାରି ବହୁ ପଛରେ ପଡି ଯାଇଥାଉ। ଆମ୍ଭର ମଧ୍ୟ ବିଭିନ୍ନ ପ୍ରକାର ପ୍ରଶ୍ନ ଉଙ୍କି ମାରୁଥାଏ । ନିଜକୁ ଅନୁତପ୍ତ କଲା ସମୟରେ ନାନାବିଧ କ୍ଲେଶ, କାନ୍ତି ଇତ୍ୟାଦି ଇତ୍ୟାଦି ଜାତି ଭେଦ ଓ ଛୁଆଁ ଅଛୁଆଁକୁ ବିରୋଦ୍ଧ କରୁଥିଲେ । ଜଣେ ଛୋଟ ଜାତିର ଲୋକ କିଛି କରିଦେଲେ ଏହା ଏକ ମହା ପାପ ବୋଲି ଧରି ନେଉଥିଲେ ଏବଂ ସେଥିପାଇଁ ବିଭିନ୍ନ ଘଟଣାବଳୀ ଆମ୍ଭ ନଜରକୁ ଦୃଷ୍ଟି ଗୋଚର ହୋଇଛି । ସକାଳ ପହରୁ କାଉ ଟା ଚାଳ ଉପରେ ବସି ‘କା’ ‘କା’ କରୁଛି। ଚାଉଳ ମୁଠାଏ ଅଗଣାକୁ ପକାଇ ଦିଏ । ଠିକ୍ ଏତିକିବଳେ ମାଧିଆର ମନ ଖୁବ୍ ଦୁଃଖ । ଦିନଟା ସାରା କାନ୍ଦୁଛି ଓ ଭଗବାନଙ୍କୁ ଢ଼େର୍ ଗାଳି ମଧ୍ୟ ଦେଉଛି । ଏମିତି ହୋଇ ରାତ୍ର ପ୍ରାୟ ନଅଟା ହେଲାଣି । ଦିନ ଦଶଟାରୁ କ’ଣ ଦିଟା ଖାଇ ଦେଇ ନଦୀ କୂଳକୁ ଯାଇଛି ଯେ ଲୁଗା ସଫା କରି ଧୋଇ ଶୁଖେଇ ଫେରୁଛି । ମାଧିଆର ସ୍ତ୍ରୀ ବାସନ୍ତୀ ଚାରିଥର ଖବର ପଠାଇଲାଣି ଘରେ କିଏ ତାଙ୍କୁ ଖୋଜୁଛନ୍ତି । ହେଲେ ମାଧିଆର କାମ ସରୁନି କି ଠାକୁରଙ୍କୁ ଗାଳି ଦେବା ମଧ୍ୟ ସରୁନି । ଯାହା ହେଉ ଘରକୁ ଫେରିଲେ । ମାଧିଆ ପ୍ରତିଦିନ ପରି ଯେମିତି ଘରକୁ ଫେରେ ସେମିତି ଫେରିଲା । ଠିକ୍ ଏହି ସମୟରେ କେହି ଜଣେ ତାକୁ ଧକ୍କା ହୋଇଗଲା । ରାତ୍ରି ସମୟ ସ୍ପଷ୍ଟ ଦେଖି ହେଉ ନଥାଏ । ଦେହ ଶିହରଣ ହୋଇଗଲା । ଦେଖିବାକୁ ଚେଷ୍ଟା କରିବାରୁ ଗାଁ ମନ୍ଦିରର ପୂଜକ କର ନନା, ତାଙ୍କରି ସାହି ଆଡୁ ଆସି ତା ଦେହରେ ଧକ୍କା ଦେବା ଦ୍ୱାରା ମାଧିଆ ଧରିନେଲା, କିନ୍ତୁ କର ନନା ଛାଟି ପିଟି ହୋଇ ପଳେଇ ଗଲେ । ସାହି ଭିତରୁ ବାସନ୍ତୀ ଘରଆଡୁ ଦୁଇ ଚାରି ଜଣ ଟୋକା ଆସି ମାଧୁ ଭାଇ କାହାକୁ ଦେଖିଲ ବୋଲି ପଚାରିବାରୁ ମାଧିଆ ଅନ୍ଧାର ଥିବାରୁ ଦେଖିନି ବୋଲି ମନା କରିଦେଲା । ସେମାନେ ଏପଟ ସେପଟ ଖୋଜି ଚାଲିଗଲେ ।

ଏବେ ଘଟଣା କଣ କିଛି କିଛି ବୁଝିପାରୁଥିଲା ମାଧିଆ । ଧୋବା ସାହିର ବାସନ୍ତୀ ପାଖକୁ ଲୁଚି ଲୁଚି ଆସିଥିଲା ଯୌବନକୁ ଉପଭୋଗ କରିବା ପାଇଁ କର ନନା । ସାହି ଟୋକାମାନେ ଦେଖିଦେବାରୁ ତର ବର ହୋଇ ପଳେଇ ଯାଉଥିଲେ ସେ । ଓହୋଃ, ଏଇଟା ତାହେଲେ କର ନନା ଙ୍କ ଅସଲ ରୂପ । ଛିଃ ଛିଃ ଘୃଣା ଲାଗୁଥିଲା ମାଧିଆକୁ । ତାଙ୍କରି ପାଇଁ ଆଜି ତା’ର ଦିନଟି ଏତେ ଅଶାନ୍ତିରେ ବିତିଛି । ମାଧିଆର ସାତ ବର୍ଷର ପୁଅ ଖେଳୁ ଖେଳୁ ମନ୍ଦିର ହତାକୁ ଯାଇ ଫୁଲଟିଏ ନେଇ ଆସିବାରୁ କର ନନା ଧୋବା, ଅଜାତି, ଅଛୁଆଁ ମନ୍ଦିର ଭିତରେ ପ୍ରବେଶ କରି ଭୋଗ ମାରା କଲା କହି ଦୁଇ ଚାପୁଡା ମାରିଦେଲା । ପୂର୍ବରୁ ମାଧିଆ ଏସବୁ ଦେଖି ଦେଇ ଥିବା ରାଗ ରଖି ସୁଯୋଗର ପ୍ରତିଶୋଧ ନେଲେ । କର ନନା ବ୍ରାହ୍ମଣ ସମାଜକୁ ଡକାଇ ମାଧିଆର ପରିବାରକୁ ଅପମାନିତ କରାଇଲେ ଏବଂ ଗାଁ ଲୋକମାନେ କିଛି କହୁ ନ ଥାନ୍ତି । ଏହା ନିଶାପ ହେଲା ଯେ ମାଧିଆ ପାଞ୍ଚଶହ ଟଙ୍କା ମନ୍ଦିର ଶୁଦ୍ଧ କରିବା ପାଇଁ ଏବଂ ସମସ୍ତଙ୍କ ଆଗରେ ଏଭଳି ଭୁଲ୍ ନ କରିବା ସହ ଭୁଲ୍ ମାଗିବ । ଏହା ମାଧିଆ କୁ ବହୁତ ବ୍ୟଥିତ କରିଥାଏ । କରିବ ବା କଣ କିଛି ବାଟ ନ ଥାଏ । ବାଳୁତ ପିଲାଟା, ମନ୍ଦିର ଭିତରକୁ ପଳେଇଛି । ନିଜେ ମନେ ମନେ ଖୁବ୍ ଧିକ୍କାର କରିଛି ଏବଂ ଭଗବାନଙ୍କୁ ଗାଳି ଦେଇଛି । ମୋତେ କାହିଁକି ଏ ଛୁଆଁ, ଅଛୁଆଁ ଜାତିରେ ଜନ୍ମ ଦେଲ । ଏହି ସମାନ୍ୟ ଅପରାଧ ଏତେ ବଡ ଅପମାନ । ଠାକୁରଙ୍କୁ ନିର୍ଦ୍ଧୁମ ଭାବେ ଗାଳି ଦେଉଥାଏ । ଠିକ୍ ଏମିତି କିଛି ଭାବି ଭାବି ଘରେ ପହଞ୍ଚି ଗଲା । ଘରକୁ କିଏ ଆସିଛନ୍ତି ଏବଂ ତୁମକୁ ଖୋଜୁଛନ୍ତି ଏବଂ ତାଙ୍କୁ ଦେଖା କରିବା ପାଇଁ କହିଛନ୍ତି । ଅଜୟର କଣ କାମ ପଡିଲା ମାଧିଆ ପାଖରେ । ଅଜୟ କଟକରେ ଓଡିଶା ହାଇକୋର୍ଟରେ ଆଇନଜୀବୀ ଭାବରେ କାର୍ଯ୍ୟ କରନ୍ତି । ସେ ତ ଗରିବର ବନ୍ଧୁ ବିନା ସ୍ୱାର୍ଥରେ ସେ ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତି । ଅଜୟକୁ କିଏ ବା ନ ଜାଣେ । ସେ ସଚ୍ଚୋଟ ଏବଂ ତାଙ୍କ ପିତାଙ୍କ ଆଦର୍ଶ କୁ ନେଇ ଅଗ୍ରସର । ସେ ଲୋକମାନଙ୍କୁ ସଚେତନ କରନ୍ତି ନିଜ କାର୍ଯ୍ୟଦାବି ଅଧିକାର କ୍ଷୁର୍ଣ୍ଣ ହେଲେ ସେଥିପାଇଁ ସଂଗ୍ରାମ ଜାରି ରଖନ୍ତି । ଧୋବା ସାହିରେ ସମସ୍ତ ମୁରବିଙ୍କ ସହ ଅଜୟ ଆଲୋଚନାରେ ବ୍ୟସ୍ତ ଥାନ୍ତି । ମାଧିଆ ଯାଇ ଦେଖେ ତ ଅଜୟ କହିଲା “ଦେଖ ମାଧିଆ ଦାଦି” ଆଜି ତୁମ ସହ ଯାହା ଅନ୍ୟାୟ ହେଲା, ମୁଁ ସବୁ ଜାଣିଛି । ଏହାର ପ୍ରତିବାଦ ନ କଲେ ହେବ ନାହିଁ । ସବୁଦିନ କଣ ଏମିତି ସହୁଥିବ। ଯୁଗ ଯାଇ କୋଉଠି ହେଲାଣି, ଆଉ ଏମାନେ ଆମକୁ ଅଛୁଆଁ ଛୋଟ କହି ପାଦ ତଳେ ରଖିଥିବେ ? ମାଧିଆ ମନ ଦୁଃଖ କରି କହିଲା, ଆମେ ଆଉ ଅଧିକା କଣ କରି ପାରିବା ଯେ !

ପୂର୍ବରୁ ତ ଏମିତି ସବୁ କଥା ଗାଁରେ ଚଳି ଆସୁଛି । ଅଜୟ କହିଲା – ତୁମେ ଜାଣିନ ଦାଦି; କାହାକୁ ଏମିତି ଅଛୁଆଁ, ଛୋଟ ଜାତି କହି ଅପମାନ ଦେଲେ ତାହା ଆଇନ୍ ଅନୁସାରେ ଦଣ୍ଡନୀୟ ଅପରାଧ । ତା ପାଇଁ ଜେଲ୍ ଓ ଜୋରିମାନା ର ବ୍ୟବସ୍ଥା ଅଛି । Prevention of Atrocities Act 1989 ମସିହାରେ ପ୍ରଣୟନ କରା ଯାଇଥିବା ଏହି ଆଇନ୍ ରେ କେହି କାହାରିକୁ “ଛୋଟଜାତି ଅଛୁଆଁ” ଏବଂ କୌଣସି ପ୍ରକାର ହଇରାଣ କରି ପାରିବେ ନାହିଁ । ଯଦି ଏମିତି କେହି କରେ ସେଥିପାଇଁ ଯିଏ ଦାୟୀ ବା ଦୋଷୀଙ୍କୁ ଜେଲ୍ ଦଣ୍ଡ ମଧ୍ୟ ଦିଆ ଯାଇପାରିବ । ଆମ ଭାରତୀୟ ସମ୍ବିଧାନର ଧାରା ୧୭ ରେ ଜାତି ବିଷୟରେ ଉଲ୍ଲେଖ ଅଛି । ମାଧିଆ କହିଲା କର ନନା ବିରୁଦ୍ଧରେ କେସ୍ କରି ଆଉ କଣ ବା ଲାଭ ହେବ ମୋର ? ବଂର ଏମିତି ଘଟଣା ପୁନର୍ବାର ଆଉ କାହା ସହ ନ ଘଟୁ ସେଥିପାଇଁ ଚେଷ୍ଟା କରିବା ଦରକାର।

ଅଜୟ କହିଲା, “ତାହାଲେ ଆମେ କର ନନା କୁ ଡକାଇ ଏସବୁ ବିଷୟରେ ବୁଝାଇ ଦେବା ଉଚିତ୍ ହେବ।” ଅଜୟ, ମାଧିଆ ଓ ଧୋବା ସାହିର ଲୋକମାନେ ଗ୍ରାମ ବିଦ୍ୟାଳୟରେ ଏକାଠି ହେଲେ ଏବଂ କର ନନା କୁ ଡକାଇ ପଠାଇଲେ । କର ନନା ଭୟରେ ଥର ହର, କଣ କରିବ କିଛି ବୁଦ୍ଧି ବାଟ ଦିଶୁ ନ ଥାଏ । ମାଧିଆ ସବୁ ଘଟଣା କହି ଦେବ କି, ମନ ଭିତରେ ନାନାଧି ପ୍ରକାର ଆଶଙ୍କା ଥିଲା । କର ନନା ଆସିବା ଫଳରେ ଅଜୟ ଅସ୍ପୃଶ୍ୟତା ଜାତିଆଣ ବିଷୟରେ ବୁଝାଇଲେ । କର ନନା ଙ୍କୁ ଚେତାବନୀ ମଧ୍ୟ ଦେଲେ ଯେ ଭବିଷ୍ୟତରେ ଏପରି ଭୁଲ୍ ଯେମିତି ନ ହୁଏ । କର ନନା ମାଧିଆକୁ କ୍ଷମା ମାଗିବାକୁ କହିଲା । ମାଧିଆ ନନାଙ୍କୁ କହିଲା ମୁଁ ଅପାଠୁଆ ଆପଣ ଶିକ୍ଷିତ, ମୁଁ ଆଇନ୍ କାନୁନ୍ ବିଷୟରେ କିଛି ଜାଣି ନାହିଁ । ଈଶ୍ଵରଙ୍କ ଆଗରେ ସମସ୍ତେ ସମାନ । ଦାସିଆ ବାଉରି ଲୋକ ହୋଇ ମଧ୍ୟ ଭଗବାନ ତା ହାତରୁ ନଡିଆ ଗ୍ରହଣ କରିଛନ୍ତି । ଭକ୍ତ ସାଲବେଗ ପଠାଣ ହୋଇ ମଧ୍ୟ ସେ ବଡ ଠାକୁରଙ୍କ ପରମ ଭକ୍ତ । ଏ ଛୁଆଁ, ଅଜାତି, ଭେଦଭାବ ଠାକୁର ସୃଷ୍ଟି କରି ନାହାନ୍ତି । ଏସବୁ ମାନବ ଦ୍ୱାରା ସୃଷ୍ଟି । ଆମ୍ଭେମାନେ ଭାବିବା ଉଚିତ୍ ଯେ ଏମିତି କଲେ ସେହି ଲୋକଟି ମନରେ କେତେ କଷ୍ଟ ହୁଏ । ଏତିକି କହି ମାଧିଆ ଚୁପ୍ ରହିଲା । କର ନନା ନିଜର ଭୁଲ୍ ବୁଝି ପାରିଲେ ଏବଂ ମାଧିଆକୁ ଭୁଲ୍ ମାଗିଲେ ଏମିତି ଭବିଷ୍ୟତରେ ପୁନରାବୃତ୍ତି କେବେବି ହେବ ନାହିଁ । ସମାଜରେ ଏବେବି ଏହି ସବୁ ପରିଲକ୍ଷିତ ହେଉଛି । କହିବାକୁ ଗଲେ ପ୍ରତ୍ୟେକ ମାନବ ସମାନ ସମସ୍ତଙ୍କର ରକ୍ତ ମଧ୍ୟ ସମାନ । ଦରକାର ସମୟରେ ଆମ୍ଭେ ରକ୍ତ ଗ୍ରହଣ କରୁ ସେତେବେଳେ ଦେଖି ନ ଥାଉ କି ଏହି ରକ୍ତ ଉଚ୍ଚ, ନୀଚ ଜାତିର କାରଣ ସେତେବେଳ ଆମ୍ଭର ଜୀବନ ମୂଲ୍ୟବାନ । ଭଗବାନ ପ୍ରତ୍ୟେକ ମନୁଷ୍ୟକୁ ପୃଥିବୀ ପୃଷ୍ଠକୁ ଆଣିଛନ୍ତି ସେମାନଙ୍କର କର୍ତ୍ତବ୍ୟ ଓ କାର୍ଯ୍ୟ ସ୍ୱୟଂ ଭଗବାନ ଲେଖିଛନ୍ତି । ଆମ୍ଭେ ନିମିତ୍ତ ମାତ୍ର ଆମ୍ଭ ମଧ୍ୟରେ ଏତେ ଗର୍ବ କଣ ପାଇଁ । ଏହି ଗର୍ବ ପାଇଁ ଆମ୍ଭେ ଭଲ ମଣିଷକୁ ହଇରାଣ କରିଥାଉ । ଏହି ମଧ୍ୟରେ ମାଧିଆ ଖୁସି ହୋଇ ଠାକୁରଙ୍କ ଉଦ୍ଦେଶ୍ୟରେ ହାତ ଯୋଡୁଥିଲା, ଅଭିମାନରେ ଗାଳି ଦେବା ସହ କ୍ଷମା ମାଗିଥିଲା ଓ ଆଖିରୁ ଝରି ଆସିଥିଲା ଲୋତକର ଅଶ୍ରୁଧାର କିଛି ଖୁସିର ଓ କିଛି ଦୁଃଖର । ପ୍ରତ୍ୟେକ ମନୁଷ୍ୟର ବୁଝିବା ଶକ୍ତି ଯଦି ବଢିଯାଆନ୍ତା, ସତରେ ଏ ଆଇନ୍ କାନୁନ୍ ର ଆବଶ୍ୟକତା କଣ ହୁଅନ୍ତା। “ଭକ୍ତି ମାଧ୍ୟମରେ ଈଶ୍ୱର ପ୍ରାପ୍ତି କିନ୍ତୁ ସ୍ଵୟଂ ଈଶ୍ଵର ତାଙ୍କର ଭକ୍ତ ପାଇଁ କୌଣସି ମାଧ୍ୟମ ଦେଇ ଆସିଥାନ୍ତି ଏବଂ ସମାଧାନ କରି ଦେଇଥାନ୍ତି। ”

“ଈଶ୍ଵର ସମସ୍ତଙ୍କର ସର୍ବ ଜାତି, ଧର୍ମ ଓ ବର୍ଣ୍ଣ।”

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top