ଭାଷା ମାନେ ଜାତିର ସର୍ବଶ୍ରେଷ୍ଠ ସମ୍ପଦ, ଏହା ଆମ୍ଭ ସଭ୍ୟତା ଓ ସଂସ୍କୃତିର କ୍ରମାନ୍ନତିରେ ସହାୟକ ହୋଇଛି । ଭାଷା ବ୍ୟତିରେକେ ଭାବ ବିନିମୟ ମଧ୍ୟ ସମ୍ଭବ । ଅଙ୍ଗ ଭଙ୍ଗୀ , ଠାର କିମ୍ବା କେତେକ ଧ୍ୱନି ଦ୍ୱାରା ମଧ୍ୟ ଭାବକୁ ବ୍ୟକ୍ତ କରିବାର ପ୍ରୟାସ କରାଯାଇ ଥାଏ ଓ ସଂସ୍କୃତ ‘ଭାଷ’ ଧାତୁରୁ କର୍ମବାଚ୍ୟରେ ‘ଆ’ ପ୍ରତ୍ୟେୟ ଯୋଗ ହୋଇ ଭାଷା ଶବ୍ଦ ଉତ୍ପନ୍ନ ହୋଇଛି । ତେଣୁ ‘ଭାଷା’ର ବ୍ୟୁ ଉଦ୍ଭିଗତ ଅର୍ଥ ‘ବଚନ’ ବା ବ୍ୟକ୍ତବାଣୀ । ମାନବର ‘ବ୍ୟକ୍ତବାଣୀ’ ତାର ଚିନ୍ତା, ଚେତନା, ଏବଂ ହୃଦୟର ଆବେଗକୁ ଅନ୍ୟ ନିକଟରେ ପ୍ରକାଶ କରିଥାଏ । ‘ଭାଷା’ର ଇଂରାଜୀ ପ୍ରତିଶବ୍ଦ ମଧ୍ୟ ଅନୁରୂପ ଅର୍ଥ ବହନ କରେ । Language ଶବ୍ଦ ଗ୍ରୀକ ‘Logos’ ଶବ୍ଦଜ । ‘Logos’ ଅର୍ଥ ‘ଚିନ୍ତାଶକ୍ତି’ । ତେଣୁ ଭାଷା ବା language ମଣିଷର ଚିନ୍ତା, ଚେତନା , ଧ୍ୟାନ, ଧାରଣା ଓ ଆବେଗକୁ ଅନ୍ୟ ନିକଟରେ ପହଞ୍ଚାଇଥାଏ । ଏକଦା ଥରେ ମୁଁ ମୋର ସାଙ୍ଗ ଦାଦ ଙ୍କ ସହ ମୁମ୍ବାଇ ବୁଲିଯିବା ପାଇଁ ରେଳ ଯାନରେ ଗମନ କଲୁ । ଆମ୍ଭେ ବସିଥିବା ସିଟ ପାଖରେ ଅନ୍ୟ ଜଣେ ଲୋକ ତାର ଭେଷ, କଥୋପକଥନରୁ ଶିକ୍ଷିତ ବୋଲି ଜଣା ପଡୁଥାଏ । ସେହି ବ୍ୟକ୍ତି ବିଭିନ୍ନ ଲୋକମାନଙ୍କ ସହିତ ସେମାନଙ୍କର ଭାଷାରେ କଥାବାର୍ତ୍ତା ହୁଅନ୍ତି । କିଛି ଭାଷା ମୁଁ ବୁଝିପାରୁ ନ ଥାଏ । ମୁଁ ସବୁବେଳେ ସନ୍ଦେହରେ ଥାଏ କି ସେ ବ୍ୟକ୍ତି ବିହାର ଭାଷାରେ କଥା ହେଲେ ମୁଁ ବିହାରୀ ଭାବେ, ସେ ବଙ୍ଗାଳୀ ଭାଷାରେ କଥା ହେଲେ ମୁଁ ତାଙ୍କୁ ବଙ୍ଗାଳୀ ଏବଂ ସେ ବ୍ୟକ୍ତି ଇଂରାଜୀ ଭାଷାରେ କଥା ହେଲେ ମୁଁ ଏବଂ ଅନ୍ୟ ଲୋକମାନେ ଭାବୁ ସେ ଗୋରା ସାହେବ ବୋଲି । ଏମିତିକି ଏମିତିକି ସେହି ବ୍ୟକ୍ତି ଯେଉଁ ଭାଷାରେ କଥୋପକଥନ ଲୋକମାନେ ସେହି ଭାଷର ବ୍ୟକ୍ତି ବୋଲି ଭାବନ୍ତି । ସେହି ବ୍ୟକ୍ତି କେବେବି ଓଡ଼ିଆ ରେ କଥା ହୁଅନ୍ତି ନାହିଁ, ଓଡ଼ିଆ ବୋଲି କହିଲେ ଘୃଣା ଚକ୍ଷୁରେ ଦେଖନ୍ତି । ଆମ୍ଭ ବଗି ରେ ବସିଥିବା ସମସ୍ତଙ୍କ ମନରେ ତା ପ୍ରତି ସନ୍ଦେହ ଜାତ ହେଲା । ସେ ବ୍ୟକ୍ତି ଓଡ଼ିଆ ବୋଲି କେବେବି ଧାରା ପଡୁ ନ ଥାନ୍ତି ଏବଂ ଯେତେ ପଚାରିବା ସତ୍ତ୍ୱେ ମଧ୍ୟ ତାଙ୍କ ମାତୃଭାଷା କ’ଣ କିଛି କହୁ ନ ଥିଲେ । ସବୁବେଳେ ଲୁଚାଇ ରଖୁଥିଲେ । ଆମ୍ଭ ମାନଙ୍କର ସନ୍ଦେହ ଧୀରେ ଧୀରେ ବଢି ବଢି ଚାଲିଲା କାରଣ ସେ ବ୍ୟକ୍ତି ପ୍ରାଞ୍ଜଳ ଭାବରେ ହିନ୍ଦୀ, ବଙ୍ଗାଳୀ , ଇଂରାଜୀ କହି ପାରୁଛି । ଆମ୍ଭ ମଧ୍ୟରୁ କିଛି ଲୋକଙ୍କ ସନ୍ଦେହ ହେଲା କି ସେ ଜଣେ ଖାଆନ୍ତି ଓଡ଼ିଆ କିନ୍ତୁ ନିଜେ ଭାଷାକୁ ଘୃଣା କରୁଥିବାରୁ ଏବଂ ସମ୍ମାନ କମିଯିବା ଆଶାରେ ସେ ଓଡ଼ିଆ ଭାଷାଠୁଁ ନିଜକୁ ଦୂରେଇ ରଖୁଛି । ସେହି ବ୍ୟକ୍ତି କୁ ଧରିବା ପାଇଁ ବିଭିନ୍ନ ଉପାୟ ମାନ ରଚାଗଲା । ମୁଁ ଗରମ ଭାତକୁ ପଖାଳି , ଲେମ୍ବୁ ଲଙ୍କା ସହିତ ପିଆଜ ଏବଂ ଅନ୍ୟ ତରକାରୀ ଖାଇବାରୁ ଲଙ୍କାର ବାସ୍ନା ସେହି ବ୍ୟକ୍ତିର ସଂସ୍ପର୍ଶ ରେ ଆସିବାରୁ ତାଙ୍କ ଭିତରେ କିଛି ପ୍ରତିକ୍ରିୟା ପ୍ରକାଶ ହେଲା । ଆମ୍ଭମାନଙ୍କ ଭିତରୁ ଜଣେ ଚିତ୍କାର କରି କହିଲା କି ଏଇଟା ଓଡ଼ିଆଟାରେ ଏବଂ ସେହି ବ୍ୟକ୍ତିର ଗାଲରେ ଠୋ ଠୋ ଦୁଇ ଚାପୁଡ଼ା ବସାଇଲା । ସେ ବ୍ୟକ୍ତି ତଳେ ପଡିଯାଇ, ମରିଗଲି ଲୋ ବୋଉ କହି କାନ୍ଦିବାକୁ ଲାଗିଲା । ସମସ୍ତେ କରତାଳି ଦେଇ ଚିତ୍କାର କରି କହିଲେ କି ମାଡ଼ ଭୟରେ ନିଜ ପାଟିରୁ ମାତୃଭାଷା ବାହାରିଲା ।
ମୁଁ ଓଡ଼ିଆ ବୋଲି ନିଜକୁ ଗର୍ବିତ ଅନୁଭବ କରେ ଏବଂ ମୋର ମାତୃଭାଷା ଓଡ଼ିଆ ବିଲି ମଧ୍ୟ ଗର୍ବର ସହ କହିଥାଏ । ଓଡ଼ିଆ ବୋଲି କହିଲେ କିଛି ବ୍ୟକ୍ତି ନିଜକୁ ଅସୁବିଧା ମାନେ କରନ୍ତି ଏବଂ ନିଜକୁ ନିମ୍ନ ବୋଲି ଭାବନ୍ତି । ଆମ୍ଭ ଭାଷା ମଧୁର ଏବଂ ମିଠା । ଆଜିର ଦିନରେ ଆମ୍ଭ ଓଡ଼ିଆ ଭାଷାର ଲୋକମାନେ ବିଭିନ୍ନ ଉଚ୍ଚ ପଦପଦବୀରେ ଅବସ୍ଥାପନ କରିଛନ୍ତି ତେଣୁ
“ମାତୃଭାଷା ମାତୃଭୂମି ଏ ଦୁହେଁ ଜନନୀ
ଭକ୍ତିଭରେ ସେବ ତାଙ୍କୁ ଦିବସ ରଜନୀ”
ମାତୃଭୂମି ଏବଂ ମାତୃଭାଷା ଉଭୟ ଜନନୀ ସଦୃଶ । ତେଣୁ ଆମେ ଭାଷାକୁ ସର୍ବପ୍ରଥମେ ଭଲ ପାଇବା ଦେଲେ ମାତୃଭାଷାର ବିକାଶ ହେବା ସହ ଆମ୍ଭ ଭାଷା ସାହିତ୍ୟ ଦକ୍ଷତା ବୃଦ୍ଧି ହେବାରେ ସହାୟକ ହେବ । ମନୁଷ୍ୟର ସାମଗ୍ରିକ ବିକାଶ ନିଜ ମାତୃଭାଷାରୁ ଶୃଷ୍ଟି ହୋଇଥାଏ ।
