ପରବର୍ତ୍ତୀ ଗଣିତ
୧୫ ଅଗଷ୍ଟ ୧୯୪୭, ସ୍ଵତନ୍ତ୍ରତା ଦିବସ । ଦ୍ୱିତୀୟ ବିଶ୍ଵଯୁଦ୍ଧ ଏହି କିଛିଦିନ ଆଗରୁ ହିଁ ଶେଷ ହୋଇଥାଏ । ପଶ୍ଚିମ, ଇସଲାମ ଓ କମ୍ୟୁନିଜିମ୍ (ସାମ୍ୟବାଦ ) ବିଶ୍ୱରେ ତିନି ପ୍ରମୁଖ ଶକ୍ତି ଭାବରେ ଉଭା ହୋଇଥା’ନ୍ତି । ଏକ ତ୍ରିଭୁଜ । ଏହି ତ୍ରିଭୁଜର ସାଧାରଣ ଆଗ୍ରହର ବିଷୟବସ୍ତୁ ପାଲଟିଥାଏ ଏସିଆ ମହାଦେଶର ଏକ ବିଶାଳ ଦେଶ ଯାହା କି ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ । ଇଂରେଜ ମାନଙ୍କ ଶାସନରୁ ସଦ୍ୟ ସ୍ୱାଧୀନ ହୋଇଥିବା ସେମାନଙ୍କର କୋହିନୂର “ଭାରତ”। ଏହା ସ୍ଵାଧିନତାର ଦିନରେ ପହଞ୍ଚୁ ପହଞ୍ଚୁ ଏହି ତ୍ରିଶକ୍ତିର କାର୍ଯ୍ୟ କଳାପର ଫଳ ସ୍ଵରୂପ ଭାରତ ଅନେକଥର କ୍ଷତିଗ୍ରସ୍ତ ଓ ଲହୁ ଲୁହାଣ ହୋଇଛି । କିନ୍ତୁ ସବୁଠାରୁ ଅଧିକ କ୍ଷତି ଧର୍ମ ଓ ସମ୍ପ୍ରଦାୟ କାରଣରୁ ହେଇଛି । ସାଧାରଣ ଭାରତୀୟ ଖୁସିରେ ନାଚୁଛନ୍ତି । ମାତ୍ର ସତ୍ତାର ଗଳିଗୁଡିକରେ ତିଆରି ହୋଇସାରିଥିବା କ୍ଷମତାର ଶୂନ୍ୟତା ବିଷୟରେ ତାଙ୍କୁ ବିଶେଷ ଖବର ନାହିଁ । ତ୍ରିଶକ୍ତି ଯଦି ପୁଣିଥରେ ପଶିପାରିଥାନ୍ତା ତେବେ ପଶିଯାଇଥାଆନ୍ତା / ଅନୁପ୍ରବେଶ କରିଯାଇଥାଆନ୍ତା । କିନ୍ତୁ ଏବେ ସେ ସମୟ ଆସିନାହିଁ ।
ପାକିସ୍ତାନ ପୃଥକ ହେବାପରେ ଯେଉଁ ଭାରତ ଭୂଖଣ୍ଡ ଟି ବଞ୍ଚିଛି , ଏବେ ତାହା ସ୍ଵରାଜ, ସ୍ଵଦେଶୀ ଓ ସ୍ଵତନ୍ତ୍ରତା ଭଳି ଆଦର୍ଶରେ ଋଦ୍ଧିମନ୍ତ ଭାରତୀୟ ମାନଙ୍କର ଏକ ସମୁଦ୍ର ।
କିନ୍ତୁ ଏହି ଲୋକମାନଙ୍କର ଦୁର୍ଭାଗ୍ୟ ଏହା ଥିଲା ଯେ ସେହି ସମୟର ଅନେକ ନେତା , ବିଚାରପତି , ଓକିଲ ,ଅମଲା ବାବୁ, ରାଜା ମହାରାଜା ଏସମସ୍ତେ ଏହି ତ୍ରିଶକ୍ତିର ଆଦେଶ ପାଳନ କରି କରି ହିଁ ପରିପୁଷ୍ଟ ହୋଇଥିଲେ । ସବୁକିଛି ତ୍ୟାଗ କରି ଗରିବ ମାନଙ୍କ ପାଇଁ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଝଗଡା କରିବାଠାରୁ ଚୁପଚାପ କ୍ଷମତାର ହସ୍ତାନ୍ତର ହେବାକୁ ଦେବା, ତ୍ରିଶକ୍ତି ସହ ବନ୍ଧୁତ୍ତ୍ୱକୁ ଜାରି ରଖିବା ଏବଂ ଅନ୍ତଃରାଷ୍ଟ୍ରୀୟ ନାୟକ ହେବା ସେମାନଙ୍କ ପାଇଁ ଶ୍ରେୟସ୍କର ଥିଲା ଏବଂ ଏହିଠାରୁ ହିଁ ଆରମ୍ଭ ହୁଏ ସ୍ଵତନ୍ତ୍ର ଭାରତର କାହାଣୀ ।
ଯେତେବେଳେ କଳା ସାହେବ ମାନେ ଗୋରାସାହେବ ମାନଙ୍କ ଠାରୁ ଦେଶର ଶାସନ ଭାର ନିଜ ହାତରେ ନେଲେ, ଯେତେବେଳେ ୮୦୦ ବର୍ଷରେ ପୋତା ଯାଇଥିବା ଗୋଲାମଗିରିର ବୀଜ ଗୁଡିକ ଅଙ୍କୁରିତ ହେବାର ସମୟ ଆସିଲା , ସେତେବେଳେ ଭାରତରୂପକ ସତରଞ୍ଜ (ଜୁଆ ଖେଳ)ର ଆଉ ଏକ ଆସର ଆରମ୍ଭ ହେଲା ।
ଭାରତୀୟ ସ୍ଵତନ୍ତ୍ରତା ସଂଗ୍ରାମର ଅନ୍ତିମ ଦଶକ ଗୁଡିକରେ ସ୍ଵଦେଶୀ, ସ୍ଵରାଜ, ସ୍ଵତନ୍ତ୍ରତାର ଦାବୀ ଗୁଡିକ ସବୁଠାରୁ ଅଧିକ ଥିଲା । ବିଦେଶୀ ଦ୍ରବ୍ୟ ଓ ପୋଷାକ ଗୁଡିକର ଦହନର ପର୍ବ ଆପଣଙ୍କର ମନେ ଅଛି, ଯେଉଁ ଦ୍ରବ୍ୟଗୁଡିକୁ ଲୋକମାନେ ଜଳାଉଥିଲେ ? ଲୋକମାନ୍ୟ ତିଳକଙ୍କର ‘ସ୍ଵରାଜ’ ନାମରେ ବହୁଥିବା ଗଙ୍ଗାରେ ଗାନ୍ଧୀ, ନେହେରୁ ଓ କଂଗ୍ରେସ ଅନେକ ଥର ହାତ ଧୋଇଲେ । ସ୍ଵଦେଶୀ ଓ ସ୍ଵରାଜ୍ୟ ର ସ୍ଳୋଗାନ ଦ୍ୱାରା କଂଗ୍ରେସ ଗରିବ ଭାରତୀୟ ମାନଙ୍କର ବିଶ୍ୱାସ ଜିତିଲା । କିନ୍ତୁ ଯେମିତି ହିଁ ଭାରତରେ ସ୍ଵଦେଶୀ ଆନ୍ଦୋଳନ ସମାପ୍ତ ହେଲା ସ୍ଵଦେଶୀ ଆନ୍ଦୋଳନର ମହାନ ପୁରୋଧା ଗାନ୍ଧୀ କହିଲେ ଯେ ଦେଶକୁ ବିଦେଶରେ ପାଠ ପଢିଥିବା ଏକ ନେତାଙ୍କର ଆବଶ୍ୟକତା ରହିଛି । କୌଣସି ନିର୍ବାଚନ ବିନା କଂଗ୍ରେସ ପାର୍ଟି ଏକ ଆଙ୍ଗ୍ଲୋ –ମାର୍କ୍ସବାଦୀ ରାଜକୁମାରକୁ ଭାରତର ରାଷ୍ଟ୍ର ନେତାର ମୁକୁଟ ପିନ୍ଧାଇଦେଲା । ଏପରି କାହିଁକି ହେଲା ? ଏହା ପଛରେ ଅନେକ ରହସ୍ୟ ଥାଇପାରେ, ମାତ୍ର ପରିଣତି ଏହା ହେଲା ଯେ “ଉପନିବେଶବାଦ” ର ଯେଉଁ ସାଂସ୍କୃତିକ ଅଭିଶାପକୁ ୧୫ ଅଗଷ୍ଟ ୧୯୪୭ ରେ ଭାରତରୁ ନିଷ୍କାସିତ କରାଗଲା ତାହା ପରଦିନ ହିଁ “ଆଧୁନିକତା” ର ରୂପରେ ଲେଉଟି ଆସିଲା । ଗରିବ ଜନତା ଏହା ବୁଝିପାରିଲେ ନାହିଁ କି ଚାଚା (ନେହେରୁ) ଙ୍କୁ ଦେଶର ଫୁଙ୍ଗୁଳା ଗରିବ ମାନଙ୍କଠାରୁ ନୁହେଁ ବରଂ ସେମାନଙ୍କର ବିଦେଶୀ ମାଲିକ ମାନଙ୍କ ଠାରୁ ପ୍ରଶଂସା ଶୁଣିବାରେ ବେଶୀ ଆଗ୍ରହ ଥିଲା ।
ଅୱଧ (ଅଯୋଧ୍ୟା) ର ଅତ୍ୟନ୍ତ ହିଁ ଲୋକପ୍ରିୟ ନେତା ବାବା ରାମଚନ୍ଦ୍ର ଗୋଟିଏ ରୋଚକ ମନ୍ତବ୍ୟ ଦେଇଥିଲେ ।
ସେ କହିଥିଲେ, “ ଯେବେ ଇଂରେଜ ମାନେ ଭାରତରୁ ଯିବେ, ତେବେ ଆଉ କାହାକୁ ଶାସନକୁ ଆସିବାକୁ ପଡିବ । ସେତେବେଳେ ଏହି ତାଲୁକଦାର, ରାଜା , ମହାରାଜା ଏସମସ୍ତେ ଯେଉଁମାନେ ବ୍ରିଟିଶ ମାନଙ୍କର ଚାଟୁକାର ଥିଲେ, ସେମାନେ ହିଁ ଶାସନକୁ ହାତକୁ ନେଇ ଆମକୁ ଶାସନ କରିବେ । ତେବେ ପ୍ରଭେଦ ଅବା କଅଣ ରହିବ ? କହିବା ବାହୁଲ୍ୟ ଯେ ଆମର କୃଷ୍ଣ ବର୍ଣ୍ଣର ଶାସକ ମାନେ ଗୋରା ବର୍ଣ୍ଣର ଶାସକ ମାନଙ୍କର ସ୍ଥାନ ହିଁ କେବଳ ଗ୍ରହଣ କରିବେ ।
ଏବଂ ତାହାହିଁ ହେଲା । ଇଂରେଜ ମାନେ ଯେଉଁସବୁ ଆସନ ଗୁଡିକ ଛାଡିଲେ, ସେଠାରେ କୌଣସି ପ୍ରତ୍ୟକ୍ଷ ନିର୍ବାଚନ ବିନା ପୁରୁଣା ସମ୍ଭ୍ରାନ୍ତ ଲୋକମାନେ ବସିଗଲେ ଓ ସମ୍ବିଧାନ ପ୍ରଣୟନ ସଭାର ଗଠନ ହେଲା । ଏହି ସଭାରେ ୧୯୩୫ ମସିହାରେ ପ୍ରଣୟନ ହୋଇଥିବା ଭାରତୀୟ ଇଂରେଜ ଶାସନ ଧାରା ଇଂରେଜମାନଙ୍କର ଲୋକଦେଖାଣିଆ ଶାସନର ହିଁ ଏକ ପରବର୍ତ୍ତୀ ଅଧ୍ୟାୟ ଥିଲା । ଇଂରେଜମାନଙ୍କ ସହ ପୁରୁଣା ସମ୍ବନ୍ଧ ଓ ତାଙ୍କ ପ୍ରତି ଅନୁରକ୍ତି ର ଆଧାରରେ ବଛାଯାଇଥିବା ସାହେବ ମାନେ ସାଧାରଣ ଭାରତୀୟ ଲୋକମାନଙ୍କୁ ଗଣତନ୍ତ୍ରର ପାଠ ଶିଖାଇବାକୁ ଏକତ୍ର ହେଲେ ।
ସେମାନେ ବ୍ରିଟିଶ ପାର୍ଲାମେଣ୍ଟ (ସଂସଦ) ରେ ଯାହା ହୋଇଥିଲା ତାହାର ଅନୁକରଣ କରିବାକୁ ଚେଷ୍ଟା କଲେ । ଯେଉଁ ବ୍ୟକ୍ତିମାନେ ସଠିକ୍ ଭାବରେ ଇଂରାଜୀ କହିପାରୁନଥିଲେ, ସେମାନେ ମୋଗଲ ଶାସନର, ଶାସନ ଅଧିକାରୀ ମାନଙ୍କର ଏକ ଫିରିଙ୍ଗି ପ୍ରତିଛବି ରେ ପରିଣତ ହୋଇଗଲେ ।
ଭବିଷ୍ୟରେ ଭାରତର ଅସ୍ତିତ୍ତ୍ୱ କିପରି ହେବ ଏହାର ରୂପରେଖା ନିର୍ଦ୍ଧାରଣ କରିବାକୁ ସମ୍ବିଧାନ ସଭାରେ ତିନି ବର୍ଷ ଧରି ତର୍କ ବିତର୍କ ଚାଲିଲା
ଏହି ବିତର୍କରେ ନିଷ୍ପତ୍ତି ନିଆଯାଇଥିଲା ଯେ ଭାରତୀଯ଼ମାନେ ଅଶିକ୍ଷିତ ଏବଂ ଅଜ୍ଞ । ଏବଂ ଫଳସ୍ୱରୂପ, ସେମାନେ ବୁଝିପାରିବେ ନାହିଁ ଯେ ଏହା କିପରି କାର୍ଯ୍ୟ କରେ । ଫଳସ୍ୱରୂପ, ଅଧିକାଂଶ ଭାରତୀୟ ସମ୍ବିଧାନକୁ କେବଳ ଭାରତ ସରକାର ଅଧିନିୟମ ୧୯୩୫ ଭାବରେ ଭିତ୍ତି ଭାବରେ ଗ୍ରହଣ କରାଯାଇଥିଲା ଏବଂ ତା ‘ପରେ ସେମାନେ ଏଥିରେ ନୂତନ ବୈଶିଷ୍ଟ୍ୟ ନିର୍ମାଣ କରିଥିଲେ । ଏହା ଏକ ଭଲ ସମ୍ବିଧାନ କି ? ବାକି ମୁଁ କହିପାରିବି ଯେ ଏହା ଏକ ଦୀର୍ଘ ସମ୍ବିଧାନ, ସମ୍ପୂର୍ଣ୍ଣ ଭାବରେ ବୋଧଗମ୍ୟ ନୁହେଁ । ଯଦିଓ ଆପଣ ଭଲ ଇଂରାଜୀ କହୁଥିଲେ, ଯଦିଓ ଆପଣ ଏକ ସ୍ତର ଭାବରେ ତାଲିମ ନେଇଥିଲେ । ଭାରତୀଯ଼ ସମ୍ବିଧାନର ଅଧା କେବଳ ପରସ୍ପରକୁ ଦେଖାଇଥିବା ଏହାର ନ୍ୟାୟସଙ୍ଗତ ଓକିଲ । ଏହା ପ୍ରାୟ ଜାଣିଶୁଣି କରାଯାଇଥିବା ପରି ମନେହୁଏ ।
ଏହି ଧୂଆଁ ଅପସରିଲାବେଳକୁ ବହୁତ କ୍ଷତି ହୋଇସାରିଥିଲା । ସାହେବ ମାନଙ୍କ ସେହି ସଭାରେ ଭାରତୀୟ ଦୃଷ୍ଟିକୋଣ ଅନୁଯାୟୀ ଆଇନ, ପୋଲିସ, ପ୍ରଶାସନ, କୋର୍ଟ କିମ୍ବା ସାଂସଦର କୌଣସି ପରିବର୍ତ୍ତନ କରାଯାଇନଥିଲା । ଯେଉଁ ସଂଗଠନ ପ୍ରଣାଳୀ ଓ ବ୍ୟବସ୍ଥା ଦ୍ୱାରା ବ୍ରିଟିଶମାନେ ଭାରତକୁ ଶାସନ କରୁଥିଲେ, ସେଗୁଡିକ ସବୁ ସେହିଭଳି ହିଁ ରହିଗଲା ।
କେହି କହିପାରେ ଯେ ମନ୍ତ୍ରୀ, ଶାସକ, ରାଜନେତାମାନେ ଏକ ଦେଶ ଶାସନ କରନ୍ତି କିନ୍ତୁ ପ୍ରକୃତ ଶାସକ ହେଉଛି ଅମଲାତନ୍ତ୍ର । ନେହେରୁଙ୍କ ଶାସନ କାଳରେ ସମୃଦ୍ଧ ଏବଂ ପରିପୁଷ୍ଟ ହୋଇଥିବା ଅମଲାତନ୍ତ୍ର କ’ଣ ଭାରତ ପ୍ରତି ବିଶ୍ୱସ୍ତ ଏକ ଅମଲାତନ୍ତ୍ର ଥିଲା? ସୁବାସ ଚନ୍ଦ୍ର ବୋଷ କୌଣସି ମୂର୍ଖ ନଥିଲେ । ସେ ଯେତେବେଳେ ଆଜାଦ ହିନ୍ଦ ଫୌଜ ନିର୍ମାଣ କରିଲେ , ସେ ସେତେବେଳକୁ ରେଙ୍ଗୁନ ଓ ସିଙ୍ଗାପୁରରେ ରେ ଅମଲା ମାନଙ୍କର ତାଲିମ ପାଇଁ ଦୁଇଟି ମହାବିଦ୍ୟାଳୟ ସ୍ଥାପନ କରିଥିଲେ । ନେହେରୁ ଭାରତୀୟ ପ୍ରଶାସନିକ ସେବାର କେବଳ ନାମ ପରିବର୍ତ୍ତନ କରିଥିଲେ ମାତ୍ର ଏହା ପ୍ରଶାସନିକ ସେବାର ମୌଳିକ ପ୍ରକୃତି କୁ ବଦଲାଇ ନଥିଲା । ସେହି କୃଷ୍ଣ ବର୍ଣ୍ଣର ସାହେବପଣିଆର ଚିନ୍ତନ ସେହିପରି ରହିଗଲା । ସେମାନେ ଆମ ଉପରେ ଶାସନ କରିବାକୁ ରହିଗଲେ ।
କ୍ଷମତା ରେ ଆସୀନ ହୋଇ ଶାସନ ବ୍ୟବସ୍ଥା ବହୁତ ଭଲ ଚାଲୁଥିଲା । ତାହା ଜନତା କୁ ଶାନ୍ତ କରୁଥିଲା ଏବଂ କୌଣସି ପ୍ରକାରର ଜନଆକ୍ରୋଶକୁ ମଧ୍ୟ ଦମନ କରୁଥିଲା ଏବଂ ଆପଣ ଏଭଳି ଅବସ୍ଥାରେ, ସାହେବ ହିସାବରେ ଶାସନକୁ ଟିକିଏ କୋହଳ, ଟିକିଏ କରୁଣାପୂର୍ଣ୍ଣ କରିବାକୁ ଚେଷ୍ଟା କରନ୍ତି । ସେଥିରେ କିଛି ଜନ-ମଙ୍ଗଳକାରୀ ଯୋଜନା, କିଛି ସମାଜବାଦର ବିଚାର ଯୋଡିଦିଅନ୍ତି ଏବଂ ସେତିକି ମାତ୍ର କରନ୍ତି ଯେତିକିରେ ଲୋକେ କେବଳ ବଞ୍ଚି କି ହିଁ ରହିବେ ।
ଭାରତୀୟ ପିଙ୍ଗଳ ଧାରା , ଫୌଜଦାରୀ ଆଇନ , ପୋଲିସ ଅଧିନିୟମ ଭଳି ଆଇନ ଯେଉଁଗୁଡିକୁ ୧୮୬୦ ଦଶକରେ ହୋଇଥିବା ସିପାହୀ ବିଦ୍ରୋହ ଭଳି କ୍ରାନ୍ତିକୁ ଦମନ କରିବା ପାଇଁ ଲାଗୁ କରାଯାଇଥିଲା, ସେଗୁଡିକ ମଧ୍ୟରୁ ଗୋଟିକୁ ମଧ୍ୟ ଗୋଟିଏ ସାଧାରଣ ଭାରତୀୟର ଆବଶ୍ୟକତାକୁ ଧ୍ୟାନରେ ରଖି ବଦଳାଗଲାନାହିଁ । ଭାରତୀୟ ରାଜ୍ୟ ତଥା ସେଠାକାର ପ୍ରଶାସନର ସାଧାରଣ ଲୋକଙ୍କ ପ୍ରତି ଘୃଣା ଭାବ ଓ ଶତ୍ରୁତା ସେହିପରି ବଳବତ୍ତର ରହିଲା ।
ପୋଲିସର ମନୋଭାବ ବଦଳି ନଥିଲା । ୧୯୭୬ ମସିହାରେ ପ୍ରତାପଗଡ଼ରେ ମୁଁ କିଛି କୃଷକମାନଙ୍କର ସାକ୍ଷାତକାର ନେଉଥିଲି, ସେମାନଙ୍କ ମଧ୍ୟରୁ ଜଣେ ଯିଏକି ପ୍ରାୟ ୯୦ ବର୍ଷ ବୟସର ହୋଇଥିବେ, ଯିଏକି ଏକଦା ନେହେରୁଙ୍କୁ ନିଜ କାନ୍ଧ ଉପରେ ବୋହି ବୋହି ପ୍ରତାପଗଡ଼ର ଗାଁ ଗୁଡିକ ମଧ୍ୟକୁ ନେଇଥିଲେ ୧୯୨୦ ମସିହାରେ, ତା’ଙ୍କୁ ମୁଁ ଯେତେବେଳେ ପ୍ରଶ୍ନ କଲି , “ଆପଣ ଏବେ ନିଶ୍ଚୟ ବହୁତ ଆନନ୍ଦିତ ହେଉଥିବେ?” ସେ କହିଲେ , “ସେମିତି କାହିଁକି ଆପଣ ଭାବୁଛନ୍ତି?” । ମୁଁ କହିଲି , “ଜମିଦାରୀ, ତାଲୁକଦାରୀ ବ୍ୟବସ୍ଥା ଉଚ୍ଛେଦ ହୋଇସାରିଲାଣି ଯାହା ବିରୁଦ୍ଧରେ ଆପଣ ସଦା ବିଦ୍ରୋହ କରି ଆସିଥିଲେ।“ ଏହି ବ୍ୟକ୍ତି ଜଣଙ୍କ କିଛି ସମୟ ପାଇଁ ଅନ୍ୟମନସ୍କ ହୋଇ କିଛି ଭାବିବାକୁ ଲାଗିଲେ, ଆଉ କହିଲେ , “ଆଜି ଆମ ପାଖରେ ୨୦ ଜଣ ଜମିଦାର ଅଛନ୍ତି ; ପୋଲିସ ବାଲା ଏକ ଜମିଦାର , କେନାଲ ତିଆରି କରିଲାବାଲା ଆଉ ଏକ ଜମିଦାର , ଆଉ ଏକ ଜମିଦାର ସିଏ ଯିଏ ସାର, ପିଡ଼ିଆ ବାଣ୍ଟିବା ର ଲାଇସେନ୍ସ ରଖିଛି , ଆଉ ଏକ ଜମିଦାର ସିଏ ଯିଏ ଟ୍ରାକ୍ଟର ଭଡାରେ ଦେଉଛି , ଏହାହିଁ ଆମର ବର୍ତ୍ତମାନର ପରିସ୍ଥିତି। ଜନସାଧାରଣ ଏହିକଥା ଜାଣିବା ଆବଶ୍ୟକ ଯେ ଯେଉଁ ବିଦେଶୀ ସରକାରୀ କର୍ମଚାରୀମାନେ ଭାରତରେ କାମ କରୁଥିଲେ, ସେମାନଙ୍କର ଅବସର କାଳୀନ ଭତ୍ତା ଏହି ଦେଶର ଲୋକଙ୍କ ଦ୍ୱାରା ୧୯୪୭ ମସିହା ପରେ ମଧ୍ୟ ପ୍ରଦତ୍ତ ହେଉଥିଲା। ”
ସେତେବେଳେ ପୋଲିସ କେବଳ ଥାନାରେ ବସିକରି ଅପରାଧ ହେବାପାଇଁ ଅପେକ୍ଷା କରି ରହୁଥିଲା । ସେମାନେ ପୋଲିସ ଛାଉଣୀରୁ ବାହାରିଲା ପରେ ସେମାନଙ୍କର ଗୋଟିଏ ମାତ୍ର କାମ ରହୁଥିଲା, ତାହା ହେଉଛି, ଦେଶର ନାଗରିକ ମାନଙ୍କୁ ବିଦ୍ରୋହ କରିବାରୁ ଅଟକାଇବା । ସେମାନଙ୍କର ପ୍ରଧାନ ଆଭିମୁଖ୍ୟ ଥିଲା କେବଳ ଲୋକ ମାନଙ୍କ ଆକ୍ରୋଶକୁ ଶାନ୍ତ କରି ଆଇନ ଶୃଙ୍ଖଳା ବଜାୟ ରଖିବା ।
ଆମକୁ ସବୁବେଳେ ଏପରି କୁହାଯାଇଥିଲା କି ୧୯୪୭ ମସିହାରେ ଆମ ଦେଶ ସମ୍ପୂର୍ଣ୍ଣ ରୂପେ ସ୍ୱାଧୀନ ହୋଇଯାଇଥିଲା । କିନ୍ତୁ ସତ୍ୟତା ଏହାଠାରୁ ଯଥେଷ୍ଟ ଭିନ୍ନ ଥିଲା। ସ୍ଵତନ୍ତ୍ରତା ନେବା ନାମରେ ନେହେରୁ ଓ କଂଗ୍ରେସ ବ୍ରିଟିଶଙ୍କ ସହିତ ଅନେକ ଗୁପ୍ତ ରାଜିନାମା କରିଲେ । ଏହି ଦଲିଲ ଗୁଡିକୁ ଏପର୍ଯ୍ୟନ୍ତମଧ୍ୟ ଭାରତ ଓ ବ୍ରିଟେନର ସରକାର ଲୋକଗୋଚରାର୍ଥେ ଉନ୍ମୁକ୍ତ କରିନାହାନ୍ତି ।
ଆପଣ ଜାଣନ୍ତି କି ବ୍ରିଟିଶ ଲୋକମାନେ ଅତି ଚତୁର ଓ ସେମାନେ ଆସନ୍ତା ୫୦ ବର୍ଷକୁ ଆଖି ଆଗରେ ରଖି ଯୋଜନା କରନ୍ତି ।
ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ ଡିକି ମାଉଣ୍ଟବ୍ୟାଟେନ ହେଲେ ଯିଏ କିଛିବର୍ଷ ପୂର୍ବରୁ ଛୋଟପିଲାମାନଙ୍କ ସହ ଶାରୀରିକ ଘନିଷ୍ଠତା ରଖୁଥିବାର ଜଣା ପଡିଛି । ନେହେରୁ ପରିବାର ଓ ଏମ୍ ଆଇ – ୫ ର ଡେପୁଟି ଡ଼ାଇରେକ୍ଟର ଗାୟ ଲିଡେଲ୍ଙ୍କ ମଧ୍ୟରେ ଏକ ଚୁକ୍ତି ହେଲା । ଯେଉଁ ଚୁକ୍ତିର ଆଧାରରେ ବ୍ରିଟିଶ ୧୯୭୫ ମସିହା ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର କାର୍ଯ୍ୟାଳୟ ସ୍ଥାପନ କରି ଚଲାଉଥିଲେ ଓ ଭାରତର ଦ୍ଵିତୀୟ ଗଭର୍ଣ୍ଣର ଜେନେରାଲଙ୍କର ଅବସ୍ଥା ମଧ୍ୟ ଏହିପରି କିଛି ଥିଲା ।
ଏଡ଼ରୀନା ରାଜଗୋପାଳଚାରୀଙ୍କ ସହ ମଧ୍ୟ ଭଲ ସମ୍ପର୍କ ରଖିଥିଲେ । ରାଜଗୋପାଳଚାରୀ ଭାରତର ଦ୍ଵିତୀୟ ଗଭର୍ଣ୍ଣର ଜେନେରାଲ ଭାବରେ ମନୋନୀତ ହୋଇଥିଲେ । କିନ୍ତୁ ରାଜଗୋପାଳଚାରୀ ହିଁ କାହିଁକି ? ଏହି ରାଜଗୋପାଳଚାରୀ ୧୯୪୨ ମସିହାର ବିଦ୍ରୋହର ବିରୋଧ କରୁଥିଲେ ଏବଂ ସେ ଭାରତର ବିଭାଜନ ସମୟରେ ଭାରତର ଭୂମିର ବିଭାଜନ ହେବାକୁ ଦେଇଥିଲେ ଏବଂ ଆପଣ ମନେପକାନ୍ତୁ ରାଜଗୋପାଳଚାରୀ ସେ ସମୟରେ କାହା ସପକ୍ଷରେ ଯୁକ୍ତି ବାଢୁଥିଲେ ? ୱିନ୍ଷ୍ଟନ୍ ଚର୍ଚିଲ୍, ଯିଏ କି ବଙ୍ଗରେ ମନୁଷ୍ୟ ଦ୍ୱାରା କରାଯାଇଥିବା ଲକ୍ଷ ଲକ୍ଷ ଦୁର୍ଭିକ୍ଷଜନିତ ନରହତ୍ୟାର ସ୍ରଷ୍ଟା ଥିଲେ । ଆମେ କ’ଣ ଏହା କେବେ ଭୁଲିପାରିବା ?
ପ୍ରକୃତ ସତ୍ୟ ଏହିକି , ଭାରତ କେବଳ ଗୋଟିଏ ନୁହେଁ ବରଂ ଦୁଇ ଦୁଇଟି ଉପନିବେଶବାଦର ଶୀକାର ହୋଇଛି । ପ୍ରଥମେ ଇସଲାମ ଧର୍ମାବଲମ୍ବୀ ଲୁଣ୍ଠନକାରୀ ମାନଙ୍କ ଦ୍ୱାରା ସୃଷ୍ଟ ଉପନିବେଶବାଦ ଓ ପରେ ଖ୍ରୀଷ୍ଟ-ଧର୍ମାବଲମ୍ବୀ ସାମ୍ରାଜ୍ୟବାଦୀ ମାନଙ୍କ ଦ୍ୱାରା । ହଜାର ହଜାର ବର୍ଷଧରି , ଚାବୁକର ପ୍ରହାର ଖାଇ ଖାଇ , ସାଧାରଣ ଜନତା ଓ କୃଷ୍ଣବର୍ଣ୍ଣର ସାହେବ ମାନଙ୍କ ମନରେ ଦୁଇ ପ୍ରକାରର ଭୟ ଘର ବାନ୍ଧି ବସି ସାରିଥିଲା ; ଗୋଟିଏ ଇସଲାମ ପ୍ରତି ଭୟ , ଅନ୍ୟଟି ହେଉଛି କି ସେମାନେ ଗୋରା ସାହେବମାନଙ୍କ ଠାରୁ ଯେ ନିଜେ ହୀନ , ଏହିପ୍ରକାରର ଭାବନା । ୧୯୪୦ ର ଦଶକରେ ଜିନ୍ନା ଓ ମୁସଲିମ୍ଲିଗ୍ର ନିର୍ମମତା, ନେହେରୁ , ସେ ସମୟର କ୍ୟାବିନେଟ ଓ ଅମଲାତନ୍ତ୍ର ମନରେ ଗଭୀର ଭୟ ସୃଷ୍ଟି କରିଦେଇଥିଲା । ଏହି ଭୟଟି ସ୍ଵାଧୀନତା ପରେ ମଧ୍ୟ ଭାରତର ସାଂସ୍କୃତିକ, ରାଜନୈତିକ ଓ ଶିକ୍ଷା ସମ୍ବନ୍ଧୀୟ ଘଟଣା ଓ ବିକାଶର ରୂପରେଖ ନିର୍ଦ୍ଦିଷ୍ଟ କରିଥିଲା । ଶାନ୍ତିର ମୁଖା ପିନ୍ଧିଥିବା ଏକ ବୈଚାରିକ ଶୂନ୍ୟତା ଓ ନୀରବତା ଥିଲା ।
ସେମାନେ ନିର୍ଣ୍ଣୟ କରିଲେ କି ଦେଶ ବିଭାଜନକୁ ସମ୍ପୂର୍ଣ୍ଣ ବିଲୋପ କରିବେ କାରଣ ଏହା ଗଭୀର ଭାବେ କଷ୍ଟଦାୟକ ଥିଲା, ଯଦି ଦେଶ ବିଭାଜନକର ୫୦୦-୬୦୦ ବର୍ଷ ପୂର୍ବ ଇତିହାସକୁ ପ୍ରକୃତରେ ଉପସ୍ଥାପନ କରାଯିବ, ତେବେ ତାହା ଭାରତୀୟ ମାନଙ୍କର ଭାବାବେଗକୁ ଆନ୍ଦୋଳିତ କରିବ, ସେତେବେଳେ ଶାସନ ବ୍ୟବସ୍ଥାକୁ ପରିଚାଳନା କରିବା ଟା ଅସମ୍ଭବ ହୋଇଉଠିବ ।
ଶାନ୍ତି ଦୁଇପ୍ରକାରରେ ଆସିଥାଏ । ଗୋଟିଏ ପ୍ରକାରର ଶାନ୍ତି ବିବାଦଗୁଡିକର ସଠିକ ଉପାୟ ଖୋଜିବାରେ ଆସିଥାଏ । ଅବଶ୍ୟ ଏହା ସାମାନ୍ୟ କଠିନ ମାତ୍ର ଏଥିରେ ସମସ୍ତଙ୍କୁ ନ୍ୟାୟ ମିଳିଥାଏ ଏବଂ ଦ୍ୱିତୀୟ ପ୍ରକାରର ଶାନ୍ତି ହେଉଛି ଚୁପଚାପ ସହିଯିବାର ଶାନ୍ତି । ଏହାକୁ ଆଣିବା ତ ସହଜ ହୋଇଥାଏ ମାତ୍ର କୌଣସି ନା କୌଣସି ଦିନ, କ୍ଷତ ବିକ୍ଷତ ଆବେଗ ବିକଳ ରେ କାନ୍ଦି ଉଠେ । ନେହେରୁ ଦ୍ୱିତୀୟ ପ୍ରକାରର ସହଜଲବ୍ଧ ଶାନ୍ତି ବଜାୟ ରଖିବାକୁ ଚାହୁଁଥିଲେ ।