ଏମିତି କେଉଁ ଘଟଣା ଘଟିଥିଲା ଚାଲନ୍ତୁ ତାହା ଜାଣିବା ।
ଏକଦା ଜଣେ ଗରିବ ବ୍ରାହ୍ମଣ ଥିଲେ ଯିଏ ଭିକ୍ଷା ବୃତ୍ତି କରି ଜୀବନ ଜାପନ କରୁଥିଲେ । ସମୟ ଏମିତି ଖରାପ ଆସିଲା ତାଙ୍କୁ ପାଞ୍ଚଦିନ ଧରି ଭିକ୍ଷା ମିଳିଲା ନାହିଁ । ସେ ପାଣି ପିଇଦେଉ ଥିଲେ ଏବଂ ଭଗବାନଙ୍କ ନାମ ଜପି ଜପି ଶୋଇ ପଡୁଥିଲେ । ଷଷ୍ଠ ଦିନ ଦୁଇ ମୁଠା ଚଣା ଭିକ୍ଷା ଭାବେ ମିଳିଲା । କୁଡ଼ିଆରେ ପହଁଚିଲା ବେଳକୁ ସନ୍ଧ୍ୟା ହୋଇ ସାରିଥିଲା । ବ୍ରାହ୍ମଣ ଚିନ୍ତା କଲେ ଯେ ସେ ଚଣାକୁ ସେ ଆଉ ରାତିରେ ନ ଖାଇ ସକାଳେ ବାସୁଦେବଙ୍କୁ ଭୋଗ ଲଗାଇସାରି ଖାଇବେ ବୋଲି । ବ୍ରାହ୍ମଣ ସେ ଚଣାକୁ ଖଣ୍ଡେ କପଡ଼ାରେ ବାନ୍ଧି ବାସୁଦେବଙ୍କ ନାମ ଜପି ଜପି ଶୋଇ ପଡ଼ିଲେ ।
ବ୍ରାହ୍ମଣଙ୍କ ଶୋଇଯିବା ପରେ କିଛି ଚୋର ଚୋରି କରିବା ଉଦ୍ଦେଶ୍ୟରେ କୁଟିଆକୁ ପ୍ରବେଶ କଲେ ।
ଚୋରମାନେ ଏଣେ ତେଣେ ବହୁତ ଖୋଜା ଲୋଡ଼ା କଲେ, ପରିଶେଷରେ ସେହି ଛୋଟ କପଡ଼ାର ପୁଡ଼ାଟିକୁ ପାଇଲେ, ସ୍ୱର୍ଣ୍ଣ ମୁଦ୍ରା ଥିବା ଆଶାରେ ସେମାନେ ସେ ପୁଡ଼ିଆଟିକୁ ଚୋରି କରିଲେ, ତନ୍ମଧ୍ୟରେ ବ୍ରାହ୍ମଣ ଉଠି ଯାଇଥିଲେ ଏବଂ ଚୋର ଚୋର ବୋଲି ଚିତ୍କାର କରି ଗୋଡ଼ାଇଲେ । ଧରାପଡିଯିବା ଭୟରେ ଚୋର ମାନେ ସଂଦୀପନ ମୂନିଙ୍କ ଆଶ୍ରମରେ ଯାଇଁ ଲୁଚିଯାଇଥିଲେ । ସଂଦୀପନ ମୂନିଙ୍କ ଆଶ୍ରମ ସେହି ଗ୍ରାମ ନିକଟରେ ଥିଲା ଯେଉଁଠି ଭଗବାନ ଶ୍ରୀକୃଷ୍ନ ଏବଂ ସୁଦାମା ଶିକ୍ଷା ଗ୍ରହଣ କରୁଥିଲେ ।
ଗୁରୁମାତାଙ୍କୁ ଲାଗିଲା ଯେ ଆଶ୍ରମ ଭିତରକୁ କିଏ ଆସିଛି ବୋଲି, ତେଣୁ ଗୁରୁମାତା ଖୋଜିବାକୁ ଗଲେ । ଚୋରମାନେ ଡରିଯାଇଥିଲେ ଏବଂ ଆଶ୍ରମରୁ ପଳାଇଗଲେ ହେଲେ ଯିବା ବେଳେ ସେ ଛୋଟ ପୁଡ଼ିଆଟିକୁ ଆଶ୍ରମ ରେ ହିଁ ଛାଡି ଯାଇଥିଲେ । ଏପଟେ ଭୋକରେ ବ୍ୟାକୁଳ ଥିବା ବ୍ରାହ୍ମଣ ତାଙ୍କ ଚଣା ପୁଡିଆ ଚୋରି ହୋଇ ଯାଇଥିବାରୁ କ୍ରୋଧରେ ଅଭିଶାପ ମଧ୍ୟ ଦେଇ ଦେଇଥିଲେ ଯେ “ଯିଏ କେହି ମୋ ଚଣା ଖାଇବ ସିଏ ଗରିବ ହୋଇ ଯିବ ” ।
ଗୁରୁମାତା ସକାଳେ ଝାଡୁ ଲଗାଇଲା ବେଳେ ସେ ଛୋଟ ପୁଡ଼ିଆଟିକୁ ପାଇଲେ ଏବଂ ଖୋଲିକି ଦେଖିଲେ ଯେ ସେଥିରେ ଦୁଇମୁଠା ଚଣା ଅଛି । ପିଲାଙ୍କୁ ଦେବା ଉଦ୍ଦେଶ୍ୟରେ ଚଣା ପୁଡ଼ାଟି କୁ ସାଇତି ରଖିଲେ ।
ଜଙ୍ଗଲ ରୁ କାଠ ଆଣିବାକୁ ଯେତେବେଳେ ଗୁରୁମାତା ଶ୍ରୀକୃଷ୍ଣ ସୁଦାମାଙ୍କ ପଠାଇଲେ ସେତେବେଳେ ସେ ଚଣା ପୁଡ଼ିଆଟିକୁ ସୁଦାମାଙ୍କ ହାତରେ ଦେଇ କହିଲେ ଯେ “ବାବୁରେ, ଜଙ୍ଗଲରେ ଯେତେବେଳେ ଭୋକ ଲାଗିବ ତମେ ଦୁହେଁ ଏହାକୁ ସମାନ ଭାବେ ବାଣ୍ଟି ଖାଇଦେବ” ।
ସୁଦାମା ଜନ୍ମରୁ ଜ୍ଞାନୀ ଥିଲେ ପୁଡ଼ିଆ ଟି ହାତକୁ ଆସିଲା କ୍ଷଣି ସେ ଚଣା ପୁଡ଼ିଆର ରହସ୍ୟ ଏବଂ ତା ସହିତ ଜଡ଼ିତ ଥିବା ଅଭିଶାପ ବିଷୟରେ ଜାଣିବାକୁ ପାଇଲେ ।
ଜଙ୍ଗଲ ରୁ କାଠ ସଂଗ୍ରହ ଚାଲିଲା , ଭୋକ ମଧ୍ୟ ଲାଗିଲା । ସୁଦାମା ଗଭୀର ଚିନ୍ତା କଲେ । ଗୁରୁମାତା କହିଥିଲେ ଯେ ଭୋକ ଲାଗିଲେ ଦୁହେଁ ସମାନ ଭାବେ ଖାଇନେବ ହେଲେ ଯଦି ତ୍ରିଭୁବନପତି ଶ୍ରୀକୃଷ୍ଣଙ୍କୁ ଏ ଚଣା ଖୁଆଇଦେବି ତେବେ ତ ତାଙ୍କ ସହ ସାରା ଦୁନିଆ ହିଁ ଦରିଦ୍ର ହୋଇଯିବ । ଏପରି କରିବା ଅନୁଚିତ ହେବ । “ମୁଁ ବଂଚି ଥାଉ ଥାଉ ମୋ ପ୍ରଭୁ କାଙ୍ଗାଳ ହେବେ ନା ଆଦୌ ନୁହେଁ” । ସେହିକ୍ଷଣି ନିଷ୍ପତ୍ତି ନେଇଥିଲେ ଯେ ଚଣା କେବଳ ନିଜେ ହିଁ ଲୁଚାଇ ଖାଇଦେବେ ଏବଂ କୃଷ୍ଣଙ୍କ ପାଇଁ କିଛି ରଖିବେ ନାହିଁ ବୋଲି । ସୁଦାମ ନିଜେ ସେ ପୁଡ଼ିଆର ଚଣାତକ ଖାଇ ଦରିଦ୍ରତାକୁ ଆପଣେଇ ନେଇଥିଲେ ।
କୃଷ୍ଣଙ୍କୁ ଅଭିଶାପରୁ ବଞ୍ଚାଇବାକୁ ଯାଇ ସୁଦାମା ନିଜ ଜୀବନରେ ଦରିଦ୍ରତାକୁ ସ୍ୱୀକାର କରି ନେଇ ଥିଲେ ।
ରାଧେ କୃଷ୍ଣ ।।