କବିତା

ଚାରୁହାସୀ ମୋର

Prasanta Kumar Behera's odia poem Charuhasi Mora

ଚାହିଁ ଦେଖ
ଗୋ ସଜନୀ
ଆସିଛି ମୁଁ ଦେବଦାସ,
କୋଳେ ମୋତେ ନିଅ
ସଖୀ ଆଗୋ ,
ମୋ ପାରୁ,
ମୋ ଚନ୍ଦ୍ରା ଚାରୁହାସ …..।

ଅପେକ୍ଷା ଯାହାକୁ
କରିଛ ସଜନୀ
ସେ କି ନୁହେଁ
ତମର ଏ ଦେବଦାସ,
ତମେ ମୋର
ପାରୁ ପ୍ରିୟତମା
ଚନ୍ଦ୍ରମୁଖୀ ଚାରୁବାସ ।

ତମ ନିରବ
ରାଗିଣୀ ମଧୁର
ମୋ ହୃଦୟେ
ଝଙ୍କାର ତୋଳେ,
ପ୍ରେମ ପ୍ଲାବନରେ
ନିଶ୍ୱାସ ମୋ ହଜେ
ବୁଡ଼ିଯାଏ ମୁଁ ବିରହ ଜଳେ ।

ଚାହିଁ ଦେଖ
ଗୋ ସଜନୀ
ଆସିଛି ମୁଁ ଦେବଦାସ,
କୋଳେ ମୋତେ ନିଅ
ସଖୀ ଆଗୋ ,
ମୋ ପାରୁ,
ମୋ ଚନ୍ଦ୍ରା ଚାରୁହାସ …..।

Click to comment

Leave a Reply

Your email address will not be published. Required fields are marked *

ଲୋକପ୍ରିୟ ଲେଖା

To Top