କବିତା

ମୃତ୍ୟୁର ଉପସ୍ଥିତି

Dilip Kumar Tripathy's odia poem Mrutyura Upasthiti

ସବୁ ସମ୍ଭାବନାର ଶେଷ
ସବୁ ଇଚ୍ଛାର ନିଃଶେଷ
ପରିତାପର ପରିସମାପ୍ତି
ସମ୍ପଦ ଆଉ ସମ୍ପର୍କରୁ ମୁକ୍ତି
ଯୁକ୍ତି ଆଉ ଉକ୍ତିରୁ ବିରତି

ମୃତ୍ୟୁର ଉପସ୍ଥିତି

ଜୀବନ ବାକ୍ୟର ପୂର୍ଣଛେଦ
ନିରନ୍ତର ସ୍ୱପ୍ନ ଦେଖି
ଥକି ପଡିଥିବା
ଆଖିଦୁଇର ବିଶ୍ରାମାଗାର ,
ନିଶୁନ୍ ବେଳାର ଶଯ୍ୟା ତ୍ୟାଗ
ଅଂହକାରର ସୂର୍ଯ୍ୟାସ୍ତ
ପାପ, ପୂଣ୍ୟ
ଭଲ, ମନ୍ଦର ଦୃଶ୍ୟ ଆଢ଼ୁଆଳରୁ
ଅନେକ ଦୂର

ସବୁ ସମ୍ଭାବନାର ଶେଷ
ସବୁ ଇଚ୍ଛାର ନିଃଶେଷ
ପରିତାପର ପରିସମାପ୍ତି
ସମ୍ପଦ ଆଉ ସମ୍ପର୍କରୁ ମୁକ୍ତି
ଯୁକ୍ତି ଆଉ ଉକ୍ତିରୁ ବିରତି

ଫିକା ଜହ୍ନ ଫିକା ମନ
ଫିକା ସବୁ ସକାଳ ,ସଞ
ରାତି, ସ୍ମୃତି ଆଉ ପ୍ରୀତି
ହେଇ ! ଦେଖ
ଦେଖ …
ମୃତ୍ୟୁର ଉପସ୍ଥିତି ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top