ଶିକ୍ଷା

ଗୋଦାମ ଘରର କଥା

Kanishtha Kishore Sahu's odia preach for children Godaam Gharar Kathaa

ବାପା ଠିକ୍ କହୁଛନ୍ତି । ଆମ ଘରେ ତ ପଢ଼ିବାକୁ ଭଲ ଜାଗା ଅଛି ଏ.ସି. ଲାଗିଛି । ଏଠି ଅଯଥାରେ କାହିଁକି ପଡ଼ି ରହିଛୁ ?

ଗୋଦାମ ଘରର କଥା

ବାପାଙ୍କ ନିଧନ ପରେ ବାଡ଼ିପଟ ଶୌଚାଳୟକୁ ଲାଗିଥିବା ଗୋଦାମ ଘରକୁ ତାଙ୍କ ତୃତୀୟ ଶ୍ରେଣୀର ପୁଅ ରାଜୁ ପଢ଼ାଘର କରିବା ମଣ୍ଟୁବାବୁଙ୍କୁ ଆଦୌ ପସନ୍ଦ ହେଲାନି । ତାଙ୍କ ତିନି ମହଲା କୋଠା । ସବୁ ଘରେ ଏ.ସି. । ଗୁଡ଼ାଏ ବେଡ୍‌ରୁମ୍, ଷ୍ଟଡ଼ିରୁମ୍, କିଚେନ୍, ବାରଣ୍ଡା ସବୁଗୁଡ଼ାକ ଚକାଚକ୍ । ପାଞ୍ଚଟା ପରିବାର ଆରାମରେ ରହି ପାରିବେ । ହେଲେ, ଗୋଟିଏ ବୋଲି ପୁଅ ବୁଢ଼ା ବାପା ରହୁଥିବା ପରିତ୍ୟକ୍ତ କୋଠରୀକୁ ତା’ ପଢ଼ାଘର କରି ବେଶୀ ସମୟ ସେଠାରେ ରହିବା ତାଙ୍କୁ ଠିକ୍ ଲାଗୁ ନଥିଲା ।

ରବିବାର ସକାଳ ନଅଟା । ରାଜୁ ତା’ କୋଠରୀରେ ବସି ପଢୁଥାଏ । ବାପା ପହଞ୍ଚିଗଲେ ସେଠି । ରାଜୁକୁ ଭଲ ଘରକୁ ଆସିବାକୁ କହିଲେ । ରାଜୁ ମନା କରିବାରୁ ତାକୁ ବଡ଼ ପାଟିରେ ଗାଳି ହେଲେ । ବିରକ୍ତ ହେଲେ । ଇଆଡୁ ସେଆଡୁ କହିଲେ ।

ବାଡ଼ିପଟେ କିଛି ଅସ୍ୱାଭିକ ଶବ୍ଦ ଶୁଣି ରାଜୁର ମା’ ଶାନ୍ତିଲତା ସେପଟକୁ ଦୌଡ଼ିଗଲେ । ଘଟଣା ତ ଜାଣିଥିଲେ । ସେଦିନର ସ୍ଥିତି ବୁଝିବାକୁ ତାଙ୍କୁ ବେଳ ଲାଗିଲା ନାହିଁ । ରାଜୁକୁ ବୁଝାଇ କହିଲେ, “ବାପା ଠିକ୍ କହୁଛନ୍ତି । ଆମ ଘରେ ତ ପଢ଼ିବାକୁ ଭଲ ଜାଗା ଅଛି ଏ.ସି. ଲାଗିଛି । ଏଠି ଅଯଥାରେ କାହିଁକି ପଡ଼ି ରହିଛୁ ?” ମଣ୍ଟୁ ବାବୁ ମଧ୍ୟ ତାଙ୍କ ସହ ପାଳି ଧରିଲେ ।

ରାଜୁ ତା’ ମା’ ବାପାଙ୍କଠାରୁ ଏଇ କଥା ଶୁଣିବାକୁ ସୁଯୋଗ ଖୋଜୁଥିଲା । ତା’ର ମାଆକୁ ହାତ ଯୋଡ଼ି କହିଲା, “ମାଆ ! ମୋ ଜେଜେବାପା ତାଙ୍କ ସ୍ୱଳ୍ପ ଦରମାରେ ବାପାଙ୍କୁ ପାଠ ପଢ଼ାଇ ମଣିଷ କଲେ । ବାହା କରେଇଲେ । ଘର ତିଆରିରେ ତାଙ୍କ ଗ୍ରାଚ୍ୟୁଟି ଓ ଫିଏଫ୍ ଲଗେଇଲେ । ନିଜ ଖର୍ଚ୍ଚ ପାଇଁ କେବେ ମୋ ବାପାଙ୍କୁ ଚାରିଅଣା ମାଗୁ ନଥିଲେ । ହେଲେ, ରହୁଥିଲେ ଏ ଗୋଦାମ ଘରେ । ତାଙ୍କ ସାଧାରଣ ରକ୍ତଚାପକୁ ଅଣଦେଖା କରାଗଲା । ତାଙ୍କୁ ଭଲରେ ଖାଇବାକୁ, ପିନ୍ଧିବାକୁ ଦିଆଗଲାନି । ତାଙ୍କ ସେବା ଯତ୍ନ କରାଗଲାନି । ତାଙ୍କୁ ଉପେକ୍ଷା କଲାଗଲା । ଅକାଳରେ ସେ ମରିଗଲେ । ମୁଁ ତମ ଦି’ଜଣଙ୍କୁ ବୁଢ଼ାବୁଢ଼ୀ ହେଲେ ଏଠି ରଖିବି । ସେଥିପାଇଁ ମୁଁ ଏଠି ରହି ପାଠ ପଢୁଛି । ବେଶୀ ସମୟ କଟାଉଛି । ଏ ଘରର ଯତ୍ନ ନେଉଛି । ଯେ ଭଳି, ତମ ସମୟ ପର୍ଯ୍ୟନ୍ତ ଠିକ୍ ଥିବ ।

ରାଜୁର ବୁଦ୍ଧି ଓ ବିଚାର ଦେଖି ବାପା ମା’ ଅବାକ୍ ହୋଇଗଲେ । ପଶ୍ଚାତାପ କଲେ । ବାପା ରାଜୁକୁ କୁଣ୍ଡାଇ ଧରି କହିଲେ, “ରାଜୁ ! ତୁ ଏତେ ଛୋଟ ପିଲା ହୋଇ ମୋର ଆଖି ଖୋଲି ଦେଲୁ । ମୁଁ ବାପାଙ୍କ ଯତ୍ନ ଠିକ୍ ରୂପେ ନେଇ ନ ଥିବାରୁ ଦୁଃଖିତ ।” ରାଜୁ ଦେଖିଲା ତା’ ମାଆଙ୍କ ଆଖିରେ ମଧ୍ୟ ଲୁହ । ରାଜୁ ତା’ ମାଆ ଓ ବାପାଙ୍କ ପରିବର୍ତ୍ତନ ଦେଖି ଖୁସି ହେଲା ।

ଲୋକପ୍ରିୟ ଲେଖା

To Top