ବ୍ୟଙ୍ଗକବିତା

ଗରୀବର ସ୍ତ୍ରୀ ସମସ୍ତଙ୍କର ଶାଳୀ

Mohan Chandra Bisoi's odia satire poem Garibara Stri Samastankara Shali

ପପକର୍ନ ଖାଇବେ ପଚାଶ ଦେଇ,
କିନ୍ତୁ ପାଞ୍ଚ ଟଙ୍କାର ମକାକୁ ମୂଲଚାଲ।

ଗରୀବର ସ୍ତ୍ରୀ ସମସ୍ତଙ୍କର ଶାଳୀ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ପପକର୍ନ ଖାଇବେ ପଚାଶ ଦେଇ,
କିନ୍ତୁ ପାଞ୍ଚ ଟଙ୍କାର ମକାକୁ ମୂଲଚାଲ।
ମହରଗ ଲାଗେ ତିରିଶିରେ ଅଟା କିଲୋ
କିନ୍ତୁ ତିନିଶହ ଟଙ୍କାର ପିଯା,ବର୍ଗର ଭଲ।

ଗରିବ ବେପାରୀକୁ ମୂଲଚାଲ କରି
ଲୋକେ ଦେଖାନ୍ତି ପାରିବା ପଣ।
ତାରକା ହୋଟେଲରେ ଟିପସ୍ ନଦେଲେ
ସେ ପୁଣି ହାରିବେ ମାନ ସନମାନ।

ଦୁଧ,ଦହି, ଛେନା ସଭଙ୍କୁ ଲୋଡା
କିନ୍ତୁ ଗୋସେବା କରି କିଏ କାହିଁ ହେବ ମୂଲିଆ।
କୁକୁର କୁ ଧରି ରାସ୍ତାରେ ବୁଲିଲେ
ଖାତିରି ବଢିବ ବୋଲାଇବ ବଡ଼ ଲୋକିଆ।

ତେଲ ଦର ବଢିଲା, ଗ୍ୟାସ ଦର ବଢିଲା
କିଏ ନ କିଣିଛ କହିଲ ଭଲା ।
ଟମାଟ ଦର ଟା ବଢିଲା ଦୀନଠୁ
ଦେଶ ସାରା ଖାଲି କରୁଛନ୍ତି ଠିଆପାଲା।

ମଦ ଦର ଯେତେ ବଢିଲେ ସୁଦ୍ଧା
ଲୋକେ ପିଇବେ ସରାଗରେ ଢ଼ାଳି ଢ଼ାଳି।
କୃଷିଦ୍ରବ୍ୟର ଦର ବଢିଲେ କାହିଁ ଏତେ କଳୀ?
କାରଣ “ଗରୀବର ସ୍ତ୍ରୀ ସମସ୍ତଙ୍କର ଶାଳୀ”।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top