କବିତା

ସୂତା ଖିଅରେ ଜୀବନ

Dr Nilamadhab Kar's odia poem Soota Khiare Jeebana

ଝରିଯିବା ତ ନିୟତି ।
ନିୟତିକୁ ଟାଳି ନ ପାରିବାର ଅସହାୟତା ବି
ଆପଣେଇ ପାରେନି,
ବୁଝେଇ ପାରେନି ଏ ଭୟକୁ ।
ସବୁ କିଛି ଅଟକି ଯାଆନ୍ତା କି,
ସମୟ ଆଉ ଆଗକୁ ନ ବଢ଼ି
ମଇଦାଣ୍ଡିରେ ଘୁରୁଥାନ୍ତା ସେମିତି !

ସୂତା ଖିଅରେ ଜୀବନ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ସୂତା ଖିଅରେ ଝୁଲୁଛି ଜୀବନ ।

ହାବୁକାଏ ପବନରେ ଦୋହଲୁଛି,
ଶୁଖିଲା ପତରଟେ ପରି ।

ବରଷା ବତାସି ନୁହଁ,
କେବେକେବେ ଛୁଇଁ ଦେଲେ ହିଁ
ଝରିଯିବ ଯେମିତି ।

ଆଶଙ୍କାଟେ ଛାଇ ହେଇ ରହିଥାଏ ସବୁବେଳେ
ମେଘ ଢାଙ୍କିଥାଏ
ଝରିଯିବା ତ ନିୟତି ।

ନିୟତିକୁ ଟାଳି ନ ପାରିବାର ଅସହାୟତା ବି
ଆପଣେଇ ପାରେନି,
ବୁଝେଇ ପାରେନି ଏ ଭୟକୁ ।

ସବୁ କିଛି ଅଟକି ଯାଆନ୍ତା କି,
ସମୟ ଆଉ ଆଗକୁ ନ ବଢ଼ି
ମଇଦାଣ୍ଡିରେ ଘୁରୁଥାନ୍ତା ସେମିତି !

ସେମିତି ହୁଏନି,
ଅଟକେଇ ରଖିବାକୁ ଯେତେ ଚେଷ୍ଟା କଲେ ବି,
ପତ୍ର ଶୁଖେ, ଝରି ପଡ଼େ,
ତଳ ବରଡ଼ା ଖସେ,
ଖାଲି ମନକୁ ବୁଝେଇ ହୁଏନି,
ନିଜ ମଣିଷକୁ ହଜେଇବାର ଭୟରେ
ଦିନ ବିତେ, ଭାରୀ ଭାରୀ ହୃଦୟରେ
ନିୟତିକୁ ମାନିନେଇ ହୁଏନି,
ତା ବିରୁଦ୍ଧରେ ଯୁଦ୍ଧ ଚାଲିଥାଏ,
ପରିଣାମ ଜାଣି ସୁଦ୍ଧା,
ପାଗଭିଡ଼ି ସଜ୍ଜ ରହିବାକୁ ପଡ଼େ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top