କବିତା

ପିଲାଦିନ ଓ ସାଧାରଣତନ୍ତ୍ର ଦିବସ

Pritam Tripathy's odia poem Piladina O Sadharanatantra Dibasa

ହାତରେ ଖଣ୍ଡେ ତ୍ରିରଙ୍ଗା ପତାକା ଧରି
ସିଧା ଯାଇ ହାଜର ସ୍କୁଲ ଆଗରେ ।।

ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ସାଧାରଣତନ୍ତ୍ର ଦିବସ ଦିନ ସକାଳୁ
କମ୍ବଳ ଆଉ ଟାଣି ଧରେନି ମତେ
ସବୁ ଦିନପରି
ମାଘର ବାଘୁଆ ଶୀତର ଭୟ, କୁଆଡେ ଉଭେଇ ଯାଏ ।
ହାତରେ ଖଣ୍ଡେ ତ୍ରିରଙ୍ଗା ପତାକା ଧରି
ସିଧା ଯାଇ ହାଜର ସ୍କୁଲ ଆଗରେ ।।
ରଘୁପତି ରାଘବ ରାଜାରାମ ଗୀତର ତାଳେ ତାଳେ ପ୍ରଭାତ ଫେରି ଆଜିବି ମନେପଡେ ।।
ତାପରେ ଚାଲେ ନାଚ, ଗୀତ, ଭାଷଣ ରେ ସରଗରମ ସଭାଟିଏ ।।
ହେଡ୍ ମାଷ୍ଟର ଙ୍କ ଦୀର୍ଘ ବକ୍ତବ୍ୟ ବିରକ୍ତିକର ଲାଗେ ସିନା…
କିନ୍ତୁ ଲୋଭର ର ଶେଷ ସୀମା ସେଇ ସିଓ, ବୁନ୍ଦି ବା ଲଡୁ ଯାଏ ହିଁ
ସୀମିତ ଥାଏ ।।
ଏବେ ବି ଜାନୁୟାରୀ ୨୬ ପାଳନ ହେଉଛି,
କିନ୍ତୁ ମୁଁ ଯେତେ ଖୋଜିଲେ ବି ପାଇ ପାରୁନି ମୋ ପିଲାଦିନ !!

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top