କବିତା

ଦର ଦାମ କର ଆୟତ

Santanu Kumar Rout's odia poem Dar Daama Kara Aayata

ବାପା ଙ୍କ ପେପର ମା ମେଡିସିନି
ମାସକୁ ଗଲାଣି ହଜାରେ
ପୁଅ ଟିଉସନ ଝିଅ ଖାତା ବହି
କଥା ଟା କୁ କିଏ ପଚାରେ

ସଂସାର ନାଆ ଟି ଧୀମା ଚାଲିଲାଣି
ଅର୍ଥ ସାଜିଲାଣି ବାଧକ
କିପରି ନାଆ କୁ କୂଳେ ଲଗାଇବ
ନାଉରି ହେଲାଣି ଅବାକ

ରାଜ୍ୟ ସରକାର ବର୍ଦ୍ଧିତ ମଜୁରୀ
ମାସକୁ ପନ୍ଦର ହଜାର
ପନ୍ଦର ହଜାରେ କିପରି ଚାଲିବ
ତେଲ ଲୁଣର ଏ ସଂସାର

ବାପା ଙ୍କ ପେପର ମା ମେଡିସିନି
ମାସକୁ ଗଲାଣି ହଜାରେ
ପୁଅ ଟିଉସନ ଝିଅ ଖାତା ବହି
କଥା ଟା କୁ କିଏ ପଚାରେ

ରାଗରେ ଘରଣୀ ବଢ଼ି ନଈ ପାଣି
ସକାଳୁ ବ୍ୟାଗ ଧରାଏ
ଆଳୁ ବାଇଗଣ ପୋଟଳ କଲରା
ଯାବତ୍ୟ ଲିଷ୍ଟ କରାଏ

ହାଟରେ ପହଂଛି ଦେଖିଲା ବେଳକୁ
ବାଇଗଣ କିଲୋ ଷାଠିଏ
ଅନ୍ୟ ପରିବାକୁ କିଣିବା ପାଇଁକି
ସାହସ ମୋ ଆଉ ନ ପାଏ

ରାଜ୍ୟ ହଉ ଅବା କେନ୍ଦ୍ର ସରକାର
ହୋଇଗଲା ଏବେ ବହୁତ
ବଢା ମଜୁରୀକୁ ଏ ସାମଗ୍ରୀ ନିଅଣ୍ଟ
ଏ ଦର ଦାମ କର ଆୟତ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top