ଲୁହରେ ଲେଖିଛି ହୃଦୟର ଭାଷା,
ରଖିନବ କରି ସ୍ମୃତି ।
ତୁମବିନା ମୋର ସବୁ ଜହ୍ନରାତି,
ଭାବନାରେ ଯାଏ ବିତି ।
ଭଲ ପାଇବାର ସମସ୍ତ ପାହାଚ,
ତୁମପାଇଁ ଗଲି ଡେଇଁ ।
ପ୍ରେମର ଅର୍ଥ ବୁଝି ମୁଁ ପାରିଲି,
ତୁମକୁ ଯେ ଭଲ ପାଇ ।
ସଞ୍ଜନଇଁ ଗଲେ ତୁମ କଥା ଭାବି,
ଅଳସ ଲାଗୁଛଝି ଭାରି ।
ଶୋଇଯାଏ ଯେବେ ପ୍ରିୟ ମୁଁ ସପନେ,
ଦେଖୁଅଛି ଅସୁମାରୀ ।
ମେଘ ଆକାଶରେ ତୁମ ଛବି କେବେ,
ଆଙ୍କିଥିଲି ମନେ ନାହିଁ ।
ଫେରିଛି ମୌସୁମୀ ଆକାଶରେ ଦିଶେ,
ତୁମରି ମୁହଁର ଛାଇ ।
ଆଷାଢ଼ ଆକାଶେ ଭାସି ବୁଲୁଥିବା,
ବୁଝିଲି ତୁମରି କଥା ।
ସିଏ କହୁଥିଲା ତୁମେ କାଳେ ଏବେ,
ବସି ଭାବୁଛ ମୋ କଥା ।
