କବିତା

ଅଭିମାନିନୀ

Mahesh Ranjan Mohapatra's odia poem Abhimanini

ଗାଳ୍ପିକ ମୁଁ ହେଲେ, ତୁମ ପ୍ରତି ଚାହାଣୀ ଗୋଟିଏ ଗୋଟିଏ ଗଳ୍ପ,
କବିତାର ପଦେ ତୁମକୁ ସଜାଏ, ପ୍ରେମ ନୁହେଁ ମୋର ସ୍ୱଳ୍ପ ।

ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ତୁମ ଅଭିମାନେ ମେଘ ବରଷଇ, ପ୍ରୀତିର ଶ୍ରାବଣ ଧାରା,
ମୋ ସାହିତ୍ୟ ସିନ୍ଧୁ, ସଙ୍ଗୀତ ଗଗନେ ତୁମେ ଚିର ଅପ୍ସରା ।
ଗାଳ୍ପିକ ମୁଁ ହେଲେ, ତୁମ ପ୍ରତି ଚାହାଣୀ ଗୋଟିଏ ଗୋଟିଏ ଗଳ୍ପ,
କବିତାର ପଦେ ତୁମକୁ ସଜାଏ, ପ୍ରେମ ନୁହେଁ ମୋର ସ୍ୱଳ୍ପ ।

ଗାୟକର ତାନେ କମ୍ପେ ମୋ ଅଧର, ଗାଏ ତୁମରି ସ୍ୱର,
ତୁମ ଅଭିମାନୀ ନାଲି ଓଠ ତଳେ ଲୁଚିଛି ମୋର ଘର ।
ଛନ୍ଦେ ଛନ୍ଦେ ମୁଁ ଗୋଟିଏ କବିତା, ତୁମରି ନାଆଁରେ ଲେଖେ,
ଯେତେବେଳେ ତୁମେ ରୁଷି ଚାଲିଯାଅ, ଏ ଆଖି ତୁମକୁ ଡାକେ ।

ମୋ ଫିଜିଓ-ବିଦ୍ୟା, ଅସ୍ଥି-ମାଂସପେଶୀ, ଶରୀରର ଯେତେ ବ୍ୟଥା,
ତୁମ ସ୍ପର୍ଶ ବିନା ସବୁ ଅସମ୍ପୂର୍ଣ୍ଣ, ଅଧୁରା ମୋ ପ୍ରେମକଥା ।
ଶିରାର ଶିରାରେ ସଞ୍ଚାରିତ ହୁଏ ତୁମ ଆବେଗର ଛନ୍ଦ,
ଶରୀର ଯନ୍ତ୍ରଣା ଶାନ୍ତ ହୋଇଯାଏ, ପାଇ ତୁମ ନିଶ୍ୱାସ ଗନ୍ଧ ।

ମହେଶ କଲମୁଁ ଝରେ ସୁଧା-ଧାରା, ତୁମରି ରୂପକୁ ଛୁଇଁ,
ତୁମ ବିନା ମୋର ସାହିତ୍ୟ-ସଙ୍ଗୀତ, କିଛି ବି ଆଉ ନାହିଁ ।
ଅଭିମାନ ଛାଡ଼ି ହସିଦିଅ ଥରେ, ହେ ମୋର ପ୍ରାଣପ୍ରିୟା,
ତୁମ ପାଇଁ ଆଜି ସମର୍ପିତ ମୋର ଏ ହୃଦୟ, ଏହି କାୟା ।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top