କବିତା

ଶୀତ

Dr Kalpana Mallick's odia poem Sheeta

ଆପଣାର କରିନେବା ଆଗୁ
ମୋ ବଗିଚାର
ପେନ୍ଥା ପେନ୍ଥା
ବହଳ ହଳଦୀ ରଙ୍ଗ

ଶୀତ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

କାକର ଭିଜା
ଲାଜୁଆ ସକାଳ
ଶୁଷ୍କ ଅହଂକାର ନେଇ
ଶୀତ ଆସି
ଆସର ଜମାଏ
ମୋ ଅଗଣା
ଘାସ ଗାଲିଚାରେ ।
ଆପଣାର କରିନେବା ଆଗୁ
ମୋ ବଗିଚାର
ପେନ୍ଥା ପେନ୍ଥା
ବହଳ ହଳଦୀ ରଙ୍ଗ

ଗେଣ୍ଡୁ ଆଉ ସୋରିଷ ଫୁଲ
ପ୍ରୀତିର ସନ୍ଦେଶ ବୁଣି
ସ୍ୱାଗତ ଜଣାନ୍ତି
ମୁଁ ଅପେକ୍ଷା କରେନି
ତା’ ସାଥିରେ ମିତ ବସେ
ଚୁମ୍ୱନଟିଏ ଆଙ୍କିଦିଏ
ଚା’ କପ୍ ଧରି ଆଉ
କବିତାଟିଏ ଲେଖିଦିଏ
ପ୍ରୀତି ଫଳକରେ
ଖିଆଲି ଢଙ୍ଗରେ !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top