କବିତା

ଶୀତ

Dr Kalpana Mallick's odia poem Sheeta

ଆପଣାର କରିନେବା ଆଗୁ
ମୋ ବଗିଚାର
ପେନ୍ଥା ପେନ୍ଥା
ବହଳ ହଳଦୀ ରଙ୍ଗ

ଶୀତ

କାକର ଭିଜା
ଲାଜୁଆ ସକାଳ
ଶୁଷ୍କ ଅହଂକାର ନେଇ
ଶୀତ ଆସି
ଆସର ଜମାଏ
ମୋ ଅଗଣା
ଘାସ ଗାଲିଚାରେ ।
ଆପଣାର କରିନେବା ଆଗୁ
ମୋ ବଗିଚାର
ପେନ୍ଥା ପେନ୍ଥା
ବହଳ ହଳଦୀ ରଙ୍ଗ

ଗେଣ୍ଡୁ ଆଉ ସୋରିଷ ଫୁଲ
ପ୍ରୀତିର ସନ୍ଦେଶ ବୁଣି
ସ୍ୱାଗତ ଜଣାନ୍ତି
ମୁଁ ଅପେକ୍ଷା କରେନି
ତା’ ସାଥିରେ ମିତ ବସେ
ଚୁମ୍ୱନଟିଏ ଆଙ୍କିଦିଏ
ଚା’ କପ୍ ଧରି ଆଉ
କବିତାଟିଏ ଲେଖିଦିଏ
ପ୍ରୀତି ଫଳକରେ
ଖିଆଲି ଢଙ୍ଗରେ !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top