କବିତା

ତା’ର ନିର୍ଜନତା

Navajyoti Rai's odia poem Taara Nirjanataa

ଏକଥା ସିଏ ଦଶବର୍ଷ ପୂର୍ବେ କହିଥିଲା
ଆଜି ସେ ବାରମ୍ୱାର କହୁଛି ମତେ ଯନ୍ତ୍ରଣା ହେଉଛି
ଏହା ସେ ବହୁସମୟ ଧରି
ବନେଇ ଚୁନେଇ କହୁଛି

ତା'ର ନିର୍ଜନତା
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ସେ କହିଲା
ଦେଖ ମୋ ଦେହ ଭଲ ରହୁନାହିଁ
ମୁଁ ଏହା ଚାହୁଁନାହିଁ କି ମୋ ପିଲାମାନେ
ମୋ ଯନ୍ତ୍ରଣା ଦେଖିବାରେ ଅଭ୍ୟସ୍ତ ହୁଅନ୍ତୁ
କିମ୍ୱା ମତେ ଦୟା କରନ୍ତୁ
ଅଥବା ଭୁଲିଯାଆନ୍ତୁ
ଏକଥା ସିଏ ଦଶବର୍ଷ ପୂର୍ବେ କହିଥିଲା
ଆଜି ସେ ବାରମ୍ୱାର କହୁଛି ମତେ ଯନ୍ତ୍ରଣା ହେଉଛି
ଏହା ସେ ବହୁସମୟ ଧରି
ବନେଇ ଚୁନେଇ କହୁଛି
ଯେମିତି ସେ ପୀଡ଼ା ଏକ ଅନ୍ତହୀନ ନିର୍ଜନତା
ଯେଉଁଠି କେବଳ ସେ ଅଛି
ଏବଂ ସିଏ ହିଁ ତାକୁ ଦେଖି
ନିଜେ ହେଉଛି ଆଶ୍ଚର୍ଯ୍ୟ ଚକିତ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top