କବିତା

ନେତାଙ୍କ ପାରଦର୍ଶୀତା

Er Bidyadhar Panda's odia poem Netaanka Paaradarsheetaa

ମାଲକାନାଗିରିରୁ ଗୁମୁଡ଼ୁମାହକୁ ନଗଡ଼ା ଦେଇକି ଗଲେ
ଚିଟ୍‌ଫଣ୍ଡ ଠକାମି ଦାନମାଝୀ କଥା ବିରୋଧି ବହୁ ଗାଇଲେ

ନେତାଙ୍କ ପାରଦର୍ଶୀତା
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଓଡ଼ିଶା ରାଇଜ ନାଁ ଦୁଲୁକୁଚି ଦୁଷ୍କର୍ମ ଘଟଣା ଘଟି
ପୁଲିସ୍‌ବାଲାଙ୍କୁ ଫରକ ପଡ଼ୁନି ଫିଟୁନି ନେତାଙ୍କ ପାଟି

କିଏ ପୋତିଦିଏ ତୋଷାମଦ କରି କିଏ କରେ ଗାଳିବର୍ଷା
ପଞ୍ଚାୟତ ଇଲେକ୍ସନଟି କହିବ ପ୍ରକୃତ ଓଡ଼ିଶା ଦଶା

ମାଲକାନାଗିରିରୁ ଗୁମୁଡ଼ୁମାହକୁ ନଗଡ଼ା ଦେଇକି ଗଲେ
ଚିଟ୍‌ଫଣ୍ଡ ଠକାମି ଦାନମାଝୀ କଥା ବିରୋଧି ବହୁ ଗାଇଲେ

ଭାଗଚାଷୀ ଆଉ ଶିଶୁଚେଙ୍ଖ ମୃତ୍ୟୁ ରେକଡ଼ ଭାଙ୍ଗିଛି କେତେ
ଶୀଳାନ୍ୟାସ ଖାଲି ମାର୍ବଲ ଫଳକ ଝୁଲୁଛି ଯାହାକୁ ଯେତେ

ରୋଜ୍ ଭ୍ୟାଲିର ନାଲିଆ ରଙ୍ଗକୁ ସୁଦିପ ତାପସ ବୋଳି
କଲିକତା ଛାଡ଼ି ସିବିଆଇ ଘରେ ହେଉଛନ୍ତି କୋଳାକୋଳି

ମମତା ଦିଦିର ମଥାଟା ଘୁରୁଛି ମୋଦିକି ଦେଉଛି ଦୋଷ
କିଏ ପଚାରୁଛି ଗରିବ ମରିଲେ ବିଶ୍ୱାସରେ ପିଇ ବିଷ?

ଲୋଧା ଛାଟ ବସି ବୃଦ୍ଧ ଜରଦ୍‌ଗବ ହେଉଛନ୍ତି ଛଟପଟ
ନିଜସ୍ୱାର୍ଥ ଆଗେ ପଛେ ରାଜ୍ୟଖେଳ ସରିଲା ପ୍ରାଚିନ ନାଟ

ପଞ୍ଚାୟତ ଇଲେକ୍ସନ ବେଳେ ଭୁଲି ମଦ ମାଂସ ପ୍ରହସନ
ସଠିକ ଲୋକଙ୍କୁ ଭୋଓଟ ଦେଇକି ରଖ ଗଣତନ୍ତ୍ର ମାନ

ନିଜର ମନକୁ ନିଜେ ପଚାରିକି ବାଛ ତୁମ ଯୋଗ୍ୟ ନେତା
ନୈତିକତା ସହ ପ୍ରଥମେ ପରଖ ନେତାଙ୍କ ପାରଦର୍ଶୀତା

 

 

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top