କବିତା

ମୁଁ ନାହିଁ ସେ ମାଟି ତଳେ

Madhab Chandra Jena's odia poem Mun Naahin Se Maati Tale

ଧୀରେ ଧୀରେ ଢାଙ୍କି ହେଉ
ମୋ ଆତ୍ମା,
ମୋ ଦେହ, ମୋହ,
ମୋକ୍ଷ ଆଉ ମୋ ମୁକ୍ତି
ଗଦା ଗଦା ଧୁଳି ତଳେ ।

ମୁଁ ନାହିଁ ସେ ମାଟି ତଳେ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଜମା ହବାକୁ ଦିଅ
ଦୁନିଆ ସାରାର ଧୁଳି
ମୋ ବେକାର ଶରୀର ଚାରି ପଟେ ।

ଧୀରେ ଧୀରେ ଢାଙ୍କି ହେଉ
ମୋ ଆତ୍ମା,
ମୋ ଦେହ, ମୋହ,
ମୋକ୍ଷ ଆଉ ମୋ ମୁକ୍ତି
ଗଦା ଗଦା ଧୁଳି ତଳେ ।

ବର୍ଷ ବର୍ଷ ଧରି ଯଦି ବର୍ଷା ନ ହୁଏ
କିମ୍ବା ଝଡ ନ ଉଠେ ।

ତମେ ଧୀରେ ଧୀରେ
ଆଡେଇ ଦେଖିବ ସେ ମାଟି ଗଦା
କଣ ଭାବୁଛ !

ଏବେ ବି ମୁଁ ବଞ୍ଚିଥିବି ସେ ମାଟି ତଳେ ?

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top