ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।
ସାଗର ଗର୍ଭରେ ଶାମୁକା ସୁନ୍ଦର
ଶାମୁକା ଭିତରେ ମୋତି ,
ମେଘ ଆକାଶରେ ବିଜୁଳି ସୁନ୍ଦର
ବିଜୁଳି ଦେହରେ ତାତି ।
ଆକାଶ ବକ୍ଷରେ ସୁରୁଯ ସୁନ୍ଦର
ସୁରୁଯେ ସୁନ୍ଦର ଜ୍ୟୋତି,
ଆଈକୁ ସୁନ୍ଦର ପାକୁଆ ପାଟିରେ
ଅଜାଙ୍କ କୋଳରେ ନାତି ।
ମାଆର କୋଳକୁ ଶିଶୁ ତ ସୁନ୍ଦର
ଶିଶୁର ମୁହଁରେ ହସ ,
ଓକିଲ ବାବୁଙ୍କୁ କଳାଜାମା ମାନେ
ପୁଲିସ୍ ବାଲାକୁ ନିଶ ।
ଧରଣୀ କୋଳରେ ଜଙ୍ଗଲ ସୁନ୍ଦର
ଜଙ୍ଗଲରେ ପଶୁ ପକ୍ଷୀ ,
ଘରକୁ ସୁନ୍ଦର ଦିଶଇ ଘରଣୀ
ସଖାକୁ ସୁନ୍ଦର ସଖୀ ।
ଗଛକୁ ସୁନ୍ଦର ନାନା ଫୁଲ ଫଳ
ଫୁଲକୁ ସୁନ୍ଦର ବାସ୍ନା,
ରାତିକୁ ସୁନ୍ଦର ଅନ୍ଧାର ସଜନୀ
ଜହ୍ନକୁ ସୁନ୍ଦର ଜ୍ୟୋସ୍ନା ।
ମଥାରେ ସିନ୍ଦୁର ଲାଗଇ ସୁନ୍ଦର
ହାତକୁ ସୁନ୍ଦର ଚୁଡି ,
ମନ୍ଦିର ଭିତରେ ଠାକୁର ସୁନ୍ଦର
କାନ୍ଥକୁ ସୁନ୍ଦର ଘଡି ।

ସୁଶାନ୍ତ ସାର
July 10, 2017 at 5:10 pm
” ଶ୍ରୀମତୀ ସୁମିତ୍ରା ଙ୍କ କବିତା ” କାହାକୁ ସୁନ୍ଦର କିଏ ” ପଢି ଅତ୍ୟନ୍ତ ଆନନ୍ଦ ଅନୁଭୂତ ହେଲା । କବିତା ଟି ଖୁବ ଭାବମୟ ଭାଷା ତଥା ସଠିକ ଜାଗା ରେ ସଠିକ ଶବ୍ଦ ତଥା ତୁଳନା ସହ ରହିଥିବାରୁ ଓ କବିତା ଲିଖନ ର ମୌଳିକ ଶୈଳୀ କୁ ଅକ୍ଷୁର୍ଣ ରଖି ଲେଖା ଯାଇଟିଯିବାରୁ ଏକ ମୂଲ୍ୟବାନ କୃତି ବୋଲି କୁହାଯାଇପାରେ । କବିତା ରେ ବିଶେଷ ଭାବରେ ଆକର୍ଷଣୀୟ ଲାଗେ ନିମ୍ମ ସ୍ଥ ପାରା ଟି ,
“ମାଆର କୋଳକୁ ଶିଶୁ ତ ସୁନ୍ଦର
ଶିଶୁର ମୁହଁରେ ହସ ,
ଓକିଲ ବାବୁଙ୍କୁ କଳାଜାମା ମାନେ
ପୁଲିସ୍ ବାଲାକୁ ନିଶ ।”
କେତେ ଭାବନା କଳ୍ପନା ସହ କବୀୟତ୍ରୀ ଏହା ଯୋଡ଼ିଛନ୍ତି !!!! ଚମତ୍କାର !!!!!!
ଗୋଟିଏ କଥା ତେବେ ମନକୁ ଆସେ , କବିତା ଟି ଆଉ ଟିକିଏ ବଡ ହେଇଥିଲେ ଆହୁରି ଆକର୍ଷକ ହେଇଥାନ୍ତା । ତୁଳନା କରିବାକୁ ଆହୁରି ସୁନ୍ଦର ବସ୍ତୁ ପୃଥିବୀ ରେ ଭରିଛି ଜେ ,, ଆମ ଚାରିପଟେ ଘେରିଛି ଜେ !!! ଭାବିଲେ ଆହୁରି ବହୁତ ବାହାର କରି ହେବ ।