କବିତା

ମୁହୂର୍ତ୍ତଟିଏ ଦରକାର

Nirupama Swain's odia poem Muhurttatie Darkaara

ସପନ ଜଗାଇବାର ଅଭୀପ୍ସା
ସପନରେ ହଜିଯାଏ,
ଖୁସିରେ ମସ୍‌ଗୁଲ୍ ହେବାର ନିଶା
ଭାବନାରେ ରହିଯାଏ
ତଥାପି ବି ମୁହୂର୍ତ୍ତଟିଏ ଆବଶ୍ୟକ
ଥାପିବାକୁ ପ୍ରତିଛବି ତା’ର ।

ମୁହୂର୍ତ୍ତଟିଏ ଦରକାର
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଅଭିମାନ ଜାହିର କରିବାକୁ ହେଉ,
ଅବା ଖୁସି ବାଣ୍ଟିବାର ଅଭିପ୍ରାୟ
ଦୁଃଖ ଜଣାଇବାର ଉତ୍କଣ୍ଠା ହେଉ
ଅବା ହୋଇଥାଉ ଅନୁକମ୍ପା ଜଣାଇବାର ମୋର
ମୁହୂର୍ତ୍ତଟିଏ ଦରକାର, ପ୍ରତ୍ୟେକଙ୍କ ଲାଗି
ଜୀବନର ଲମ୍ୱ ରାସ୍ତାରେ ।

ସପନ ଜଗାଇବାର ଅଭୀପ୍ସା
ସପନରେ ହଜିଯାଏ,
ଖୁସିରେ ମସ୍‌ଗୁଲ୍ ହେବାର ନିଶା
ଭାବନାରେ ରହିଯାଏ
ତଥାପି ବି ମୁହୂର୍ତ୍ତଟିଏ ଆବଶ୍ୟକ
ଥାପିବାକୁ ପ୍ରତିଛବି ତା’ର ।

ଆଶାର ପଣତ ତଳେ ସାଇତା
ଯେତେ ସବୁ ଛୋଟ ବଡ଼ କଳୀକା
ସବୁ ଲୁଚି ଲୁଚି ଆଖି ମେଲୁଥାନ୍ତି
ଆଗାମୀ ତିଥିରେ ସବୁ ବିକଶିତ ହେବାର
ସ୍ୱପ୍ନ ଦେଖୁଥାନ୍ତି. . .
ତଥାପି ଦରକାର ମୁହୂର୍ତ୍ତଟିଏ ପ୍ରତୀକ୍ଷାର ଲାଗି. . . ।

ସେଇ କ୍ଷଣିକରେ ଜୀବନର ନୂଆ
ରଙ୍ଗ ନେଇ ରଙ୍ଗାୟିତ କରିବାକୁ
ଜୀବନଗତିକୁ, ସାଥୀଟିଏ ଦରକାର
କର୍ତ୍ତବ୍ୟର ଲମ୍ୱା ବିଚାର ମଧ୍ୟରେ
ରୋକ୍‌ଠୋକ୍ ହୋଇ ଚାଲିବାର ପ୍ରୟାସ
ଠିକ୍ ହୋଇ ରହିଥାଏ. . .
ତଥାପି ଏକ ମୁହୂର୍ତ୍ତ ଦରକାର
ତା’ର ଶୁଭାରମ୍ଭ ଲାଗି. . . ।

ଜୀବନର ବିସ୍ତୃତ ପ୍ରାନ୍ତର ମଧ୍ୟେ
ଦେଖା କେବେ ହୋଇଗଲେ. . .
ହଜିଲା ଅତୀତ ସହ,
କେତେ ଲୁହ. . . ଆଉ. . . ଦୁଃଖ ଆସିଥାଏ
ଖୁସିର ପଥର ତଳୁ ଆର୍ଦ୍ରତାର
ଢେଉ ଖେଳିଯାଏ
ହେଲେ ବି ମୁହୂର୍ତ୍ତଟିଏ ଦରକାର
ଲୁହକୁ ବୁଝିବା ପାଇଁ ।

ସନ୍ଦିହାନ ଏଇଠି ସବୁ କିଛି ଏଇ
ବିଚିତ୍ର ସୃଷ୍ଟିରେ. . .
ବେପରୁଆ ଭଙ୍ଗୀ ସମୟର
ତଥାପି ବି ବଞ୍ଚିବାର ଲାଗି
ଜୀବନରେ ଜିତିବା ଲାଗି
ମୁହୂର୍ତ୍ତଟିଏ ଆବଶ୍ୟକ ନିହାତି
ଆବଶ୍ୟକ. . . ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top