କବିତା

ଠିକଣା

Niranjan Jena's odia poem Thikanaa

ଏ ସହର ପ୍ରଜାପତିଙ୍କୁ କେହିତ ଚିହ୍ନେଇ ଦିଏନା
ଫୁଲର ବଗିଚା,
ଯେମିତି ସଂକ୍ରାନ୍ତି ପୁରୁଷଙ୍କୁ
ଦେଖେଇ ଦିଏନା କେହି ରଙ୍ଗର ମହଲା ।।

ଠିକଣା
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ମଲ୍ଲିକାର ଠିକଣା
ସଭିଏଙ୍କୁ ଜଣା
ଯେମିତି ସବୁ ନଦୀ ଅଙ୍କା ବଙ୍କା ପଥ ଦେଇ
ପାଇଯାନ୍ତି ସମୁଦ୍ର… ମୋହନା ।।

ଏ ସହର ପ୍ରଜାପତିଙ୍କୁ କେହିତ ଚିହ୍ନେଇ ଦିଏନା
ଫୁଲର ବଗିଚା,
ଯେମିତି ସଂକ୍ରାନ୍ତି ପୁରୁଷଙ୍କୁ
ଦେଖେଇ ଦିଏନା କେହି ରଙ୍ଗର ମହଲା ।।

ଏ ସହରରେ
ସବୁ କିଛି ଚିହ୍ନା ଚିହ୍ନା ପୁନଶ୍ଚ ଅଚିହ୍ନା
ଯେମିତି, ମଲ୍ଲିକା ଏବଂ ତା’ର ରହସ୍ୟ ଠିକଣା ।

ପୁରୁଣା ଠିକଣାରେ ଆଜିକାଲି ନ ଥାଏ ମଲ୍ଲିକା
ଯେଉଁଠି ଥାଏ ସେଠି କେବଳ ନିଆଁର ଖେଳ
ତା ଚାରିପାଖରେ ଘୁରୁଥାନ୍ତି
ସାପ ଏବଂ ସାପର କଙ୍କାଳ ।।

ଠିକଣା ସବୁଠି ଏକ ରହସ୍ୟର ଜାଲ ।

ତା ନ ହେଲେ କୁହୁକ ବର୍ଣ୍ଣ ଅନ୍ଧାର
ବିଗଳିତ କରୁନଥାନ୍ତା ତାନପୁରାର ସୁର ।।
ମଲ୍ଲିକାର ଶବ ବ୍ୟବଚ୍ଛେଦ ହେଉନଥାନ୍ତା
ମୈଥୁନ ଶିବିରରେ
ବିଚରା ପ୍ରେମିକ ପ୍ରବର
ନଦୀ ପାର ହେଉ ନଥାନ୍ତା
ଘନ ତମସା ରାତିରେ
ଠିକଣା ସଠିକ କିମ୍ବା
ବେଠିକ କେହି ଜାଣେନା
ସେଇଥି ପାଇଁ ତ ଠିକଣା ଖୋଜୁ ଖୋଜୁ
ବେଳ ପାହିଯାଏ ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top